ETV Bharat / bharat

ମହାରାଜାଙ୍କ ନାଁରେ ଏସିଆର ଦ୍ବିତୀୟ ସର୍ବବୃହତ ହ୍ରଦ - ରାଜସ୍ଥାନର ଜୟସମନ୍ଦ ହ୍ରଦ

ହ୍ରଦର ସହର ବା ଲେକ ସଟି ନାମରେ ସୁପରଚିତ ଉଦୟପୁର । ଏଠାରେ ଥିବା ଏସିଆର ଏହି ଦ୍ବିତୀୟ ସର୍ବବୃହତ ହ୍ରଦକୁ ନେଇ ରହିଛି ଅନେକ କିମ୍ବଦନ୍ତୀ । ପ୍ରତ୍ୟେକ ଋତୁରେ ଏହି ହ୍ରଦର ପାଣି ଦେଖାଯାଏ କାଚ ଭଳି ସଫା । ଅଧିକ ପଢ଼ନ୍ତୁ...

ମହାରାଜାଙ୍କ ନାଁରେ ଏସିଆର ଦ୍ବିତୀୟ ସର୍ବବୃହତ ହ୍ରଦ

author img

By

Published : May 17, 2021, 10:03 AM IST

ଜୟପୁର: ଅନେକ ଐତିହାସିକ କୀର୍ତ୍ତିରାଜୀକୁ ଛାତିରେ ଚାପି ରଖିଛି ରାଜସ୍ଥାନ । ଐତିହାସିକ କୀର୍ତ୍ତିମାନ ସହ ପ୍ରାକୃତିକ ଶୋଭାରାଜି ପାଇଁ ମଧ୍ୟ ଏହି ରାଜ୍ୟ ସୁପରିଚିତ । ଏଥିପାଇଁ ତ ଭାରତରେ ଉଦୟପୁର ହ୍ରଦର ସହର ବା ଲେକ ସିଟି ବୋଲି କୁହାଯାଏ । ତେବେ ଆଜି ଆମେ ଆପଣଙ୍କୁ ଏହି ଉଦୟପୁରର ଏକ କୃତ୍ରିମ ହ୍ରଦ ବିଷୟରେ କହିବୁ । ଉଦୟପୁର ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ 48 କିମି ଦୂରରେ ଥିବା ଏସିଆର ଏହି ଦ୍ବିତୀୟ ସର୍ବବୃହତ ହ୍ରଦ ହେଉଛି ଜୟସମନ୍ଦ ଲେକ୍ । ଏହା ଢେବର ହ୍ରଦ ନାମରେ ବି ସୁପରିଚିତ । 1687ରୁ 1691 ମଧ୍ୟରେ ତିଆରି ହୋଇଥିଲା ଢେବର ହ୍ରଦ ।

ମହାରାଜାଙ୍କ ନାଁରେ ଏସିଆର ଦ୍ବିତୀୟ ସର୍ବବୃହତ ହ୍ରଦ

ବର୍ଷା ଦିନେ ଏହି ହ୍ରଦର ପାଣି ଆରବ ସାଗରକୁ ଯାଏ । ଏହି ହ୍ରଦର ମୂଳ ନାମ ହେଉଛି ଢେବର । ଦୁଇଟି ପାହାଡ଼ ମଧ୍ୟରେ ଥିବା ଖାଲିସ୍ଥାନକୁ ଯୋଡ଼ି ତିଆରି ଏହି ହ୍ରଦ । ମହାରାଜା ଜୟସିଂହ ଏହି ହ୍ରଦର ନିର୍ମାଣ କରିଥିବାରୁ ପରବର୍ତ୍ତୀ ସମୟରେ ତାଙ୍କରି ନାମରେ ଏହାର ଜୟସମନ୍ଦ ନାମରେ ହେଲା ପରିଚିତ । ମିଠାପାଣିରେ ଭରପୁର ଏହି ହ୍ରଦରେ ରହିଛି 7ଟି ଟାପୁ । ଢେବର ହ୍ରଦ 36 ବର୍ଗ କିଲୋମିଟର ଅଞ୍ଚଳରେ ପ୍ରସାରିତ । ଏହା 14 କିମି ପର୍ଯ୍ୟନ୍ତ ଲମ୍ବା ହୋଇଥିବା ବେଳେ 9 କିମି ଚଉଡ଼ା । 9ଟି ନଦୀ ଓ 99ଟି ନାଳର ପାଣି ଏହି ବୃହତ ହ୍ରଦ ସହ ଜଡ଼ିତ ।

କିମ୍ବଦନ୍ତୀ ରହିଛି ମହାରାଣା ରାଜ ସିଂ ରାଜମସନ୍ଦ ତିଆରି କରିଥିଲେ । ତାଙ୍କୁ ଦେଖି ତାଙ୍କ ପୁଅ କହିଥିଲେ ମୁଁ ଏମିତି କିଛି ତିଆରି କରିବି ଯାହା ପୂରା ଦୁନିଆ ଦେଖିବ । ତାପରେ ତିଆରି ହୋଇଥିଲା 9 ନଦୀ 99 ନାଳର ସଙ୍ଗମ ଏହି ହ୍ରଦ।

ହ୍ରଦ ଉପରେ ତିଆରି ହୋଇଥିବା ବନ୍ଧ ହେଉଛି ପ୍ରମୁଖ ଆକର୍ଷଣର କେନ୍ଦ୍ରବିନ୍ଦୁ । ବନ୍ଧ ଉପରେ ତିଆରି ହୋଇଥିବ ଛତା ପର୍ଯ୍ୟଟକଙ୍କ ମନ ମୋହୁଛି । ଢେବର ହ୍ରଦରେ ବହୁ ଚଳଚ୍ଚିତ୍ର ମଧ୍ୟ ସୁଟିଂ ହୋଇ ସାରିଛି । ଦକ୍ଷିଣରେ ଥିବା ପାହାଡ଼ ଉପରେ ମହାରାଣା ଫତେହ ସିଂହ ନିର୍ମାଣ କରାଇଥିଲେ ଭବ୍ୟ ମହଲ । ଏଠାରେ ତିଆରି ହୋଇଥିବା ହୱା ମହଲ ଓ ରୁଠି ରାଣୀଙ୍କ ମହଲ ଦେଶରେ ସୁପ୍ରସିଦ୍ଧ । ଜୟସମନ୍ଦ ହ୍ରଦରେ ପ୍ରତ୍ୟେକ ବର୍ଷ ଜମୁଛି ପର୍ଯ୍ୟଟକଙ୍କ ଭିଡ଼।

ଜୟମସନ୍ଦ ହ୍ରଦ ନିକଟରେ ରହିଛି ଏକ ଅଭୟାରଣ୍ୟ । ହ୍ରଦରେ ନୌଚାଳନାର ମଜା ଉଠାଉଛନ୍ତି ପର୍ଯ୍ୟଟକ । ପ୍ରାକୃତିକ ଦୃଶ୍ୟର ଉପଭୋଗ କରିବା ଓ ହ୍ରଦ ବୁଲିବା ଯଦି ଆପଣଙ୍କ ସଉକ ତେବେ ଆପଣ ଥରେ ଉଦୟପୁର ଜୟମସନ୍ଦ ହ୍ରଦ ନିଶ୍ଚେ ବୁଲି ଆସନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.