ETV Bharat / bharat

Dharwad SDM College: ଚିନ୍ତା ବଢାଇଲା ଧାରୱାଦ, କଲେଜରୁ ପୁଣି ୯୯ ପଜିଟିଭ ଚିହ୍ନଟ

author img

By

Published : Nov 27, 2021, 12:25 PM IST

୯୯ ନୂଆ ମାମଲାକୁ ମିଶାଇ କର୍ଣ୍ଣାଟକ ଧାରୱାଦର(Dharwad SDM College) ମେଡିକାଲ କଲେଜରେ ସଂକ୍ରମଣ ସଂଖ୍ୟା ୨୮୧ରେ ପହଞ୍ଚିଛି । ଅଧିକ ପଢନ୍ତୁ

Dharwad SDM College: ନୂଆ ୯୯ ସଂକ୍ରମିତଙ୍କୁ ମିଶାଇ ୨୮୧ ରେ ପହଞ୍ଚିଲା ସଂକ୍ରମଣ ସଂଖ୍ୟା

ବେଙ୍ଗାଲୁର: ବିଦେଶରେ ନ୍ୟୁ ଭାରିଆଣ୍ଟ ଓମିକ୍ରମନ( New Variant Omicron) ଚିନ୍ତା ବଢାଇ ଥିବାବେଳେ ଦେଶରେ ଆତଙ୍କ ସୃଷ୍ଟି କରୁଛନ୍ତି ବିଭିନ୍ନ ମେଡିକାଲ କଲେଜ । ୯୯ ନୂଆ ମାମଲାକୁ ମିଶାଇ କର୍ଣ୍ଣାଟକ ଧାରୱାଦର(Dharwad SDM College) ମେଡିକାଲ କଲେଜରେ ସଂକ୍ରମଣ ସଂଖ୍ୟା ୨୮୧ରେ ପହଞ୍ଚିଛି । ଏନେଇ ଧାରୱାଦ ଜିଲ୍ଲାପାଳ ନୀତିଶ ପାଟିଲ ସୂଚନା ଦେଇଛନ୍ତି ।

ପାଟିଲ କହିଛନ୍ତି ଯେ, ଆଗକୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇପାରେ । କାରଣ 1822 ନମୂନା ପରୀକ୍ଷା ପାଇଁ ପଠାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, 281 ଜଣଙ୍କ ମଧ୍ୟରୁ କେବଳ ୬ ଜଣଙ୍କର ଅଧିକ ଲକ୍ଷଣ ରହିଛି । ଅନ୍ୟମାନେ ଲକ୍ଷଣହୀନ । କିନ୍ତୁ ସମସ୍ତଙ୍କୁ କ୍ବାରେଣ୍ଟାଇନରେ ରଖାଯିବା ସହ ଚିକିତ୍ସା କରାଯାଉଛି ।

ସୂଚନା ଅନୁଯାୟୀ କର୍ଣ୍ଣାଟକର ଧାରୱାଦ ଜିଲ୍ଲାର SDM ମେଡିକାଲ କଲେଜରୁ ପ୍ରଥମେ ୬୬ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହା ପରେ, ଜିଲ୍ଲା ପ୍ରଶାସନ ଅନ୍ୟମାନଙ୍କ ନମୂନା ପରୀକ୍ଷା କରିଥିଲା । ସେମାନଙ୍କ ମଧ୍ୟରୁ 116 ଜଣ ଶୁକ୍ରବାର ଚିହ୍ନଟ ହୋଇଥିବାବେଳେ ଆଜି ଆଉ ୯୯ ଜଣ ଚିହ୍ନଟ ହୋଇଛନ୍ତି । ନଭେମ୍ବର 17ରେ କଲେଜରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ କଲେଜକୁ ଲାଗିଥିବା 500 ମିଟର ପରିଧି ମଧ୍ୟରେ ଥିବ ଅନ୍ୟ ଶିକ୍ଷାନୁଷ୍ଠାନଗୁଡିକୁ ଛୁଟି ଘୋଷଣା କରାଯାଇଛି । ଜିଲ୍ଲାପାଳ ନୀତେଶ ପଟେଲ କହିଛନ୍ତି ଯେ, କ୍ୟାମ୍ପସ ଭିତରେ ପ୍ରାୟ 3000 ଲୋକଙ୍କ RAT ଏବଂ RTPCR ଟେଷ୍ଟ କରାଯାଇଛି । କ୍ୟାମ୍ପସ ମଧ୍ୟକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।

ସେପଟେ କର୍ଣ୍ଣାଟକରେ ଆଜି 402 ନୂଆ COVID-19 ମାମଲା ଚିହ୍ନଟ ହୋଇ ଥିବାବେଳେ ୬ ଜଣଙ୍କର ମୃତ୍ୟୁ ଘଟିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.