ETV Bharat / bharat

’ପୂର୍ବୋଦୟା’ ମିଶନରେ ଉପକୃତ ହୋଇଛନ୍ତି 50 କୋଟି ଭାରତୀୟ - ’ପୂର୍ବୋଦୟା’ ମିଶନରେ ଉପକୃତ ହୋଇଛି 50 କୋଟି ଭାରତୀୟ

କେନ୍ଦ୍ର ପେଟ୍ରୋଲିୟ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବୋଦୟା ସଫଳତା ବଖାଣିଛନ୍ତି । ପୂର୍ବ ଭାରତକୁ ପ୍ରଧାନମନ୍ତ୍ରୀ ସର୍ବଦା ଗୁରୁତ୍ବ ଦେଇଆସିଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

’ପୂର୍ବୋଦୟା’ ମିଶନରେ ଉପକୃତ ହୋଇଛି 50 କୋଟି ଭାରତୀୟ

author img

By

Published : Feb 5, 2021, 10:39 AM IST

ନୂଆଦିଲ୍ଲୀ: ପୂର୍ବ ଭାରତର ଜୀବନ ଧାରାରେ ବିରାଟ ପରିବର୍ତ୍ତନ ଆଣିଛି ମିଶନ ପୂର୍ବୋଦୟା । ପୂର୍ବୋଦୟାର ମାଧ୍ୟମରେ ଆଜି ପୂର୍ବ ଭାରତର 50 କୋଟି ଲୋକଙ୍କ ଅଭିବୃଦ୍ଧି ହେବା ସହ ସେମାନଙ୍କ ଜୀବନରେ ଉନ୍ନତି ଆଣିଛି । ଗୁରୁବାର ସଂସଦରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବୋଦୟାର ସଫଳତା ବଖାଣିଥିଲେ । ଏହି ସମୟରେ ସେ ଭୀମଭୋଇଙ୍କ ବିଚାର ଉଠାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ମୂଳମନ୍ତ୍ରୀ ହେଉଛି ଭୀମଭୋଇଙ୍କ ବିଚାର ବୋଲି ଧର୍ମେନ୍ଦ୍ର କହିଥିଲେ ।

ସେ କହିଥିଲେ, କାଶି ଠୁ କୋହିମା ପର୍ଯ୍ୟନ୍ତ ପୂର୍ବ ଭାରତର 50 ହଜାର ଭାରତୀୟ ବସବାସ କରନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ଭାରତର ବିକାଶ ଉପରେ ଅଦୃଶ୍ୟ ଚାପ ପକାଇ ପୁର୍ବୋଦୟାର ମନ୍ତ୍ର ଦେଇଛନ୍ତି। ଏହା କେବଳ ଏକ ସ୍ଲୋଗାନ ନଥିଲା । ଉଜ୍ଜଳା ଯୋଜନା, ଶୌଚାଳୟ ନିର୍ମାଣ, ଜନଧନ ଯୋଜନା, ପିଏମ ଆବାସ ଯୋଜନା, ଉର୍ଜା ଗଙ୍ଗା, ଉଡାନ ଯୋଜନା ଭଲି ଅନ୍ୟ ସରକାରୀ ଯୋଜନା ଦ୍ବାରା ପୂର୍ବ ଭାରତର ଲୋକମାନେ ସରକାରଙ୍କ ଏହି ଯୋଜନାରେ ଲାଭବାନ ହୋଇପାରିଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ସେ କହିଛନ୍ତି, ଆମେରିକାର ଅର୍ଥନୀତିଜ୍ଞମାନଙ୍କ ଅନୁସାର ବିଗତ ବର୍ଷର ଆର୍ଥିକ ସ୍ଥିତି ଏକ ଶତାବ୍ଦୀର ପଛକୁ ଚାଲିଯାଇଛି । କିନ୍ତୁ ଆଗାମୀ ଦଶନ୍ଧୀ ଓ ଶତାବ୍ଦୀ ମଧ୍ୟରେ ଭାରତ ବିଶ୍ବ ଅର୍ଥନୀତିରେ ଇତିହାସ ସୃଷ୍ଟି କରିବ ।

ପେଟ୍ରୋଲିୟ ମନ୍ତ୍ରୀ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ସମେତ ନିଯୁକ୍ତ ଯୋଗାଇବ । ମହାମାରୀ କୋଭିଡ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଆଗେଇ ନେଇଥିଲେ । ବିପଦ ସମୟରେ ଅନ୍ୟଦେଶକୁ ଔଷଧ ଠାରୁ ଭ୍ୟାକ୍ସିନ ଯୋଗାଇବାରେ ଭାରତ ସର୍ବୋପରି ରହିଛି । ଏନେଇ ଅନ୍ୟ ଦେଶ ଭାରତ ପ୍ରତି ଅତ୍ୟନ୍ତ କୃଜ୍ଞତା ମଧ୍ୟ ଜାହିର କରିଛନ୍ତି । ଏହା ସାରା ଦେଶ ପାଇଁ ଗର୍ବ ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ସେହିଭଳି ଦେଶର ପ୍ରାକୃତିକ ସମ୍ପଦ ଦେଶବାସୀଙ୍କର । ପ୍ରାକୃତିକ ଆବଣ୍ଟନ ପାଇଁ ଏକ ସ୍ବଚ୍ଛ ନୀତି ଅଣାଯାଇଛି । ପ୍ରାକୃତି ସମ୍ପଦର ନିଲାମ ରୁ ଆଦାୟ ହେଉଥିବା ରାଜସ୍ବ ପ୍ରତି ରାଜ୍ୟକୁ ଯାଏ । ସେ ଆହୁରି ମଧ୍ୟ କହିଛନ୍ତି, "ସୁଲଭତା ଏବଂ ସ୍ଥିରତା ସହିତ ଶକ୍ତି ସୁରକ୍ଷା ଦେବା ଦ୍ବାରା ଉର୍ଜାକୁ ନ୍ୟାୟ ମିଳିପାରିବ । ଏହାର ଏବେ ବିକଳ୍ପ ପାଇଁ କାମ ଜାରି ରହିଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.