ETV Bharat / bharat

Dhanteras 2023: ଆଜି ଅଳଙ୍କାର-ଦିବ୍ୟତାର ପବିତ୍ର ପର୍ବ ଧନତେରସ୍, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Nov 10, 2023, 12:01 PM IST

ଆଜି ପବିତ୍ର ଧନତେରସ । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢ]ନ୍ତୁ

pm modi wish on Dhanteras
Dhanteras 2023

ନୂଆଦିଲ୍ଲୀ: ଦିନକ ପରେ ଆଲୋକର ପର୍ବ ଦୀପାବଳି । ଆଉ ଆଜି ପବିତ୍ର ଧନତେରସ୍ । ହିନ୍ଦୁ ଧର୍ମରେ ଧନତେରସକୁ ଏକ ମୁଖ୍ୟ ପର୍ବ ରୂପେ ପାଳନ କରାଯାଏ । ଅଳଙ୍କାର ଓ ଦିବ୍ୟତାର ଅନୁଭୂତି ନେଇ ପବିତ୍ର ଧନତେରସ୍ ପର୍ବକୁ କୋଣ ଅନୁକୋଣରେ ଦେଶବାସୀ ମନାଇଛନ୍ତି । ଏହି ଦିନ ସୁନା କିଣିଲେ ସୁଖ ସମୃଦ୍ଧି ପ୍ରାପ୍ତ ହୁଏ ବୋଲି ବିଶ୍ବାସ ରହିଛି । ପବିତ୍ର ଧନତେରସ୍ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • देश के मेरे सभी परिवारजनों को आरोग्य एवं सुख-समृद्धि के प्रतीक पर्व धनतेरस की बहुत-बहुत बधाई। मेरी कामना है कि भगवान धन्वंतरि की कृपा से आप सभी सदैव स्वस्थ, संपन्न और प्रसन्न रहें, जिससे विकसित भारत के संकल्प को नई ऊर्जा मिलती रहे।

    — Narendra Modi (@narendramodi) November 10, 2023 " class="align-text-top noRightClick twitterSection" data=" ">

ପବିତ୍ର ଧନତେରସ୍ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, "ଦେଶର ମୋର ପରିବାରଙ୍କୁ ଆରୋଗ୍ୟ ଏବଂ ସୁଖ ସମୃଦ୍ଧିର ପ୍ରତୀକ ପର୍ବ ଧନତେରସରେ ବହୁତ ବହୁତ ଶୁଭେଚ୍ଛା । ମୁଁ କାମନା କରୁଛି କି ଭଗବାନ ଧନନ୍ତ୍ୱରୀଙ୍କ କୃପା ସମସ୍ତଙ୍କ ଉପରେ ସର୍ବଦା ରହିଥାଉ । ଧନନ୍ତ୍ୱରୀଙ୍କ କୃପାରୁ ସମସ୍ତଙ୍କ ସ୍ବାସ୍ଥ୍ୟ ଓ ସୁଖ ସମୃଦ୍ଧି ମିଳୁ । ଯହା ଫଳରେ ବିକଶିତ ଭାରତର ସଂକଳ୍ପକୁ ନୂଆ ଉର୍ଜା ମିଳୁଥିବ ।"

  • समस्त देशवासियों को धनतेरस की हार्दिक शुभकामनाएँ। धनतेरस का यह पावन पर्व सभी के जीवन में सुख, संपन्नता और सौभाग्य लाये। pic.twitter.com/epfnYy08bn

    — Amit Shah (@AmitShah) November 10, 2023 " class="align-text-top noRightClick twitterSection" data=" ">

ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଦେଶବାସୀଙ୍କୁ ପବିତ୍ର ଧନତେରସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ଗୃହମନ୍ତ୍ରୀ କହିଛନ୍ତି,"ସମସ୍ତ ଦେଶବାସୀଙ୍କୁ ଧନତେରସର ହାର୍ଦ୍ଦିକ ଶୁଭକାମନା । ଧନତେରସର ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ସୌଭାଗ୍ୟ ଆଣୁ ।"

ଏହା ବି ପଢନ୍ତୁ...Diwali 2023: ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି, ରାଜଧାନୀରେ ଜମୁଛି ଦୀପ ବଜାର

ଧନତେରସର ମହତ୍ତ୍ବ: ଧନତେରସ ହେଉଛି ଏକ ମହତ୍ବପୂର୍ଣ୍ଣ ହିନ୍ଦୁ ପର୍ବ, ଯାହା ଦୀପାବଳି ଉତ୍ସବର ମାହୋଲରେ ଅନୁଷ୍ଠିତ ହୋଇଥାଏ । ଏହି ଦିନ ଦାମୀ ଜିନିଷ କିଣିବା ପାଇଁ ସବୁଠାରୁ ଭାଗ୍ୟଶାଳୀ ଏବଂ ସର୍ବୋତ୍ତମ ଦିନ । ଏହି ଦିନ, ଲୋକମାନେ ପିତ୍ତଳ, ରୂପା ଏବଂ ସୁନାରେ ନିର୍ମିତ ଜିନିଷ କ୍ରୟ କରନ୍ତି କାରଣ ବିଶ୍ୱାସ କରାଯାଏ ଯେ, ଏହା କରିବା ଦ୍ୱାରା ଭାଗ୍ୟ, ସଫଳତା ମିଳିବା ସହ ଧନଧାନ୍ୟ ଉପରେ କୁଦୃଷ୍ଟି ପଡ଼ିନଥାଏ । ଏହି ପୂଜାରେ ଦେବୀ ଲକ୍ଷ୍ମୀଙ୍କ ସହ ଭଗବାନ ଗଣେଶ ଧନ୍ବନ୍ତରୀ ଓ ଭଗବାନ କୁବେରଙ୍କ ପୂଜା ମଧ୍ୟ କରାଯାଏ ।

ଦୀପାବଳି ପୂର୍ବରୁ କାର୍ତ୍ତିକ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିକୁ ଧନତେରସ ରୂପେ ପାଳନ କରାଯାଏ । ହିନ୍ଦୁ ପୁରାଣରେ କୁହାଯାଇଛି ଯେ, ଏହି ଦିନ ସାମୁଦ୍ର ମନ୍ଥନ ସମୟରେ ଆୟୁର୍ବେଦର ପ୍ରଭୁ ଧନ୍ବନ୍ତରୀଙ୍କ ଉତ୍ପତ୍ତି ହୋଇଥିଲା । ସମସ୍ତ ଦେବତାମାନେ ସମୁଦ୍ର ଓ ସମୁଦ୍ରକୁ ଘୁଞ୍ଚାଇବା ପାଇଁ ସମୁଦ୍ର ମନ୍ଥନ କରିଥିଲେ । ଏହି ମୁହୂର୍ତ୍ତରେ ଧନ୍ବନ୍ତରୀ ଗୋଟିଏ ହାତରେ ଏକ ହାଣ୍ଡି ଏବଂ ପବିତ୍ର ଆୟୁର୍ବେଦ ଶାସ୍ତ୍ର ଧରିଥିବାର ଦେଖାଯାଇଥିଲା । ଧନ୍ବନ୍ତରୀ ଦେବତା ଏବଂ ଦେବୀମାନଙ୍କର ଆରୋଗ୍ୟକାରୀ ଭାବରେ ମଧ୍ୟ ପ୍ରସିଦ୍ଧ ।

ସୁନା ଦୋକାନରେ ଗ୍ରାହକଙ୍କ ଭିଡ: ଏହି ଦିନ ସୁନା କିଣିଲେ ସୁଖ ସମୃଦ୍ଧି ପ୍ରାପ୍ତ ହୁଏ ବୋଲି ବିଶ୍ବାସ ରହିଛି । ଅଳଙ୍କାର-ଦିବ୍ୟତାର ଏହି ପବିତ୍ର ଧନତେରସ୍ ପର୍ବରେ ସୁନା ଦୋକାନରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି । ଧନତେରସ୍ ଅବସରରେ ସୁନା ଦୋକାନରେ ସ୍ୱତନ୍ତ୍ର ଅଫର ମଧ୍ୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.