ETV Bharat / bharat

ପଶ୍ଚିମବଙ୍ଗ ସାମ୍ବିଧାନିକ ସଙ୍କଟ: ଆଲୋଚନା ପାଇଁ ମମତାଙ୍କୁ ଧନଖରଙ୍କ ରାଜଭବନ ନିମନ୍ତ୍ରଣ

author img

By

Published : Feb 17, 2022, 9:01 PM IST

ପଶ୍ଚିମବଙ୍ଗରେ ଲାଗି ରହିଥିବା ସାମ୍ବିଧାନିକ ସଙ୍କଟ ସମାଧାନ ଲାଗି ଆଗ୍ରହ ଦେଖାଇଲେ ରାଜ୍ୟପାଳ ଜଗଦୀପ ଧନଖର । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରାଜଭବନ ଆସି ଆଲୋଚନା ପାଇଁ କଲେ ନିମନ୍ତ୍ରଣ । ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି ମମତା । ଅଧିକ ପଢନ୍ତୁ

ପଶ୍ଚିମବଙ୍ଗ ସାମ୍ବିଧାନିକ ସଙ୍କଟ: ଆଲୋଚନା ପାଇଁ ମମତାଙ୍କୁ ରାଜଭବନ ନିମନ୍ତ୍ରଣ କଲେ ଧନଖର

କୋଲକାତା: ଗତ କିଛି ଦିନ ଧରି ପଶ୍ଚିମବଙ୍ଗ ସଚିବାଳୟ ଏବଂ ରାଜଭବନ ମଧ୍ୟରେ ଚାଲିଥିବା ବିବାଦ ଓ ସାମ୍ବିଧାନିକ ଅସ୍ଥିରତାକୁ ଦୂର କରିବା ପାଇଁ ରାଜ୍ୟପାଳ ଜଗଦୀପ ଧନଖରଙ୍କ ପକ୍ଷରୁ ଆଗ୍ରହ ପ୍ରକାଶ ପାଇଛି । ଆଜି ଉକ୍ତ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଲୋଚନା କରିବା ପାଇଁ ରାଜଭବନକୁ ରାଜ୍ୟପାଳ ଧନଖର ନିମନ୍ତ୍ରଣ କରିଛନ୍ତି । ତେବେ ରାଜ୍ୟପାଳଙ୍କ ନିମନ୍ତ୍ରଣ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ମମତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ ।

  • WB Guv:

    Hon’ble CM Mamata Banerjee has been urged to make it convenient for an interaction at Raj Bhavan anytime during the week ahead as lack of response to issues flagged has potential to lead to constitutional stalemate which we both are ordained by our oath to avert. 1/2 pic.twitter.com/HZrERPLzoJ

    — Governor West Bengal Jagdeep Dhankhar (@jdhankhar1) February 17, 2022 " class="align-text-top noRightClick twitterSection" data=" ">

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚଳିତ ସପ୍ତାହ ମଧ୍ୟରେ ଯେକୈଣସି ସୁବିଧାଜନକ ସମୟରେ ରାଜଭବନରେ ଆସି ଆଲୋଚନା ପାଇଁ ନିମନ୍ତ୍ରଣ କରିଛନ୍ତି ରାଜ୍ୟପାଳ ଧନଖର । ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ଲେଖିଥିବା ଚିଠି ପୋଷ୍ଟ କରିବା ସହ ରାଜ୍ୟରେ ଲାଗି ରହିଥିବା ସାମ୍ବିଧାନିକ ଅସ୍ଥିରାତା ଦୂର କରିବା ପ୍ରସଙ୍ଗରେ ଉଭୟ ପକ୍ଷ ଆଗ୍ରହ ଗେଖାଇବା ଜରୁରୀ ବୋଲି ଟ୍ବିଟରେ କହିଛନ୍ତି ରାଜ୍ୟପାଳ ଧନଖର ।

ସୂଚନା ଅନୁସାରେ, ଗତ କିଛି ଦିନ ହେବ ପଶ୍ଚିମବଙ୍ଗର ସାମ୍ବିଧାନିକ ସଙ୍କଟ ଲାଗି ରହିଛି । ରାଜ୍ୟପାଳ ବିଧାନସଭା ଅଧିବେଶନ ସ୍ଥଗିତ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । କିଛି ଦିନର ବ୍ୟବଧାନ ପରେ ରାଜ୍ୟପାଳ ସମସ୍ୟାର ସମାଧାନ ଦିଗରେ ଆଗ୍ରହ ଦେଖାଇଥିବା ବେଳେ ମମତା ଏପରି ପ୍ରସ୍ତାବରେ ଏପର୍ଯ୍ୟନ୍ତ ପ୍ରତିକ୍ରିୟା ରଖିନାହାନ୍ତି । ମୁଖ୍ୟମନ୍ତ୍ରୀ ମମତା ଆଗାମି ଦିନରେ କଣ ଆଭିମୁଖ୍ୟ ରଖୁଛନ୍ତି, ତାକୁ ମସସ୍ତଙ୍କ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.