ETV Bharat / bharat

ଭଗବାନ ହନୁମାନଙ୍କୁ ନୋଟିସ ଜାରି ! ସ୍ଥାନ ଖାଲି କରିବାକୁ ନିର୍ଦ୍ଦେଶ

ଝାଡ଼ଖଣ୍ଡ ଧାନବାଦରେ ବିରଳ ଘଟଣା । ଭଗବାନ ହନୁମାନଙ୍କୁ ମନ୍ଦିର ଖାଲି କରିବାକୁ ଆସିଲା ରେଳ ବିଭାଗର ନୋଟିସ । ଅଧିକ ପଢନ୍ତୁ

author img

By

Published : Oct 11, 2022, 9:41 PM IST

ଭଗବାନ ହନୁମାନଙ୍କୁ ନୋଟିସ ଜାରି ! ସ୍ଥାନ ଖାଲି କରିବାକୁ ନିର୍ଦ୍ଦେଶ
ଭଗବାନ ହନୁମାନଙ୍କୁ ନୋଟିସ ଜାରି ! ସ୍ଥାନ ଖାଲି କରିବାକୁ ନିର୍ଦ୍ଦେଶ

ରାଞ୍ଚି: ଭଗବାନ ହନୁମାନଙ୍କୁ ଆଇନଗତ ନୋଟିସ (Legal notice) ପଠାଇଲା ଭାରତୀୟ ରେଳ ବିଭାଗ (Dhanbad Railway division notice to Hanumanji) । ସ୍ଥାନ ଖାଲି କର ନଚେତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି । ଏହି ଘଟଣା ଠିକ ବଲିଉଡ଼ ଫିଲ୍ମ 'ଓଃ ମାଇ ଗଡ଼' ପରି । ଏହି ଫିଲ୍ମରେ ଅଭିନୟ କରିଥିବା ଅଭିନେତା ପରେଶ ରାୱଲ କ୍ଷତି ସହିବା ପରେ ଯେପରି ଭଗବାନଙ୍କୁ ନୋଟିସ ଜାରି କରିଥିଲେ ଏଥିରେ ରେଳ ବିଭାଗ ଠିକ୍‌ ଏହିପରି କରିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ସାଜିଥିବା ବେଳେ ଲୋକେ ରେଳ ବିଭାଗ ପ୍ରତି ଆକ୍ରୋଶ ମନୋଭାବ ପ୍ରକାଶ କରିଛନ୍ତି ।

ଭଗବାନ ହନୁମାନଙ୍କୁ ନୋଟିସ ଜାରି !
ଭଗବାନ ହନୁମାନଙ୍କୁ ନୋଟିସ ଜାରି !

ମିଳିଥିବା ସୂଚନା ଅନୁସାରେ ରେଲୱେ ଦ୍ବାରା ବେକାରବାନ୍ଧ କଲୋନୀରେ ହନୁମାନ ମନ୍ଦିର ସାମ୍ନାରେ ଏକ ନୋଟିସ ଲଗାଯାଇଛି । ଏହି ମନ୍ଦିରଟି ରେଳ ଜମି ଉପରେ ନିର୍ମାଣ ହୋଇଛି । ଏଥିଲାଗି ପୂର୍ବ ମଧ୍ୟ ରେଲୱେ ପକ୍ଷରୁ ଏହି ନୋଟିସରେ ଜାରି କରାଯାଇଛି । ରେଳ ଜମି ଉପରେ ମନ୍ଦିର ବେଆଇନ ଭାବେ ନିର୍ମାଣ ହୋଇଛି । ଏହା ଆଇନଗତ ଅପରାଧ । ନୋଟିସ ଜାରି ହେବାର ୧୦ ଦିନ ମଧ୍ୟରେ ମନ୍ଦିର ଖାଲି କରିବାକୁ ନୋଟିସରେ ଉଲ୍ଲେଖ ରହିଛି । ପୁଣି ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ଯଦି ସମୟ ସୀମା ମଧ୍ୟରେ ମନ୍ଦିର ଖାଲି କରାନଯାଏ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ।

ଏହା ବି ପଢନ୍ତୁ- ଗୁରୁ ରାମଦାସଙ୍କ ପ୍ରକାଶ ପୂରବ ଅବସରରେ ଝଲୁସୁଛି ସ୍ବର୍ଣ୍ଣ ମନ୍ଦିର, ଦେଖନ୍ତୁ ଭିଡିଓ

ଏହି ନୋଟିସ ମନ୍ଦିର ସମ୍ମୁଖରେ ଦେଖିବା ପରେ ସ୍ଥାନୀୟ ଲୋକେ ରେଳ ବିଭାଗ ପ୍ରତି କ୍ରୋଧାଭାବ ପ୍ରକାଶ କରିଛନ୍ତି । ଲୋକଙ୍କ କହିବାନୁସାରେ ସେମାନଙ୍କ ପୂର୍ବଜମାନେ କେତେ ପିଢି ଧରି ଏହି ମନ୍ଦିରରେ ପୂଜାର୍ଚ୍ଚନା କରିଆସୁଛନ୍ତି । ଏହି ସ୍ଥାନରେ ପ୍ରାୟ ୧୯୩୧ ମସିହାରୁ ଅନେକ ଲୋକ ରହିଆସୁଛନ୍ତି । ସେହି ସମୟଠାରୁ ମନ୍ଦିରରେ ଭଗବାନ ହନୁମାନଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଉଛି ।

ଏବେ ମନ୍ଦିରକୁ ଏଠାରୁ ହଟାଇବା ଲାଗି ରେଲୱେ ସେମାନଙ୍କ ଉପରେ ଚାପ ପକାଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ରେଲୱେ ବିଭାଗର ଏହି ପଦକ୍ଷେପକୁ ଅନେକ ନିନ୍ଦା କରିଛନ୍ତି । ଏହି ବହୁ ପୁରାତନ ମନ୍ଦିରକୁ କିପରି ଭଙ୍ଗାଯିବ ସେନେଇ ଲୋକେ ଦୁଃଖ ପ୍ରକାଶ କରିବା ସହିତ ଚିନ୍ତିତ ମଧ୍ୟ ରହିଛନ୍ତି । ଏହି ଘଟଣାଟି କେବଳ ସେଠାରେ ସୀମିତ ନାହିଁ, ରାଜ୍ୟ ବାହାରେ ମଧ୍ୟ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.