ETV Bharat / bharat

ପାଇଟଲଙ୍କ ପ୍ରଶିକ୍ଷଣ ନିୟମ ଉଲଙ୍ଘନ, Air Asia ଉପରେ 20ଲକ୍ଷ ଫାଇନ

author img

By

Published : Feb 11, 2023, 4:32 PM IST

Air Asia ଏୟାରଲାଇନ୍ସ ଉପରେ 20 ଲକ୍ଷ ଫାଇନ ଲଗାଇଲା DGCA । ପାଇଟଲଙ୍କ ପ୍ରଶିକ୍ଷଣରେ DGCA ପ୍ରଦତ୍ତ ନିୟମ ଉଲଙ୍ଘନ କରିଥିବା ଅଡିଟ୍‌ରୁ ସ୍ପଷ୍ଟ ହେବା କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

Air Asia ଉପରେ ଫାଇନ ଲଗାଇଲା DGCA
Air Asia ଉପରେ ଫାଇନ ଲଗାଇଲା DGCA

ହାଇଦ୍ରାବାଦ: ବେସାମିରକ ଉଡାଣ ନିର୍ଦ୍ଦେଶାଳୟ ନିୟମ ଉଲଙ୍ଘନ ମାମଲାରେ ଏୟାରଲାଇନ୍ସ ଏୟାର ଏସିଆ ଉପରେ ଜରିମାନ ଲଗାଇଲା ବେସାମରିକ ବିମାନ ଉଡାଣ ନିର୍ଦ୍ଦେଶଳାୟ । ବିମାନ କମ୍ପାନୀ ଉପରେ 20 ଲକ୍ଷ ଟଙ୍କାର ଜୋରିମାନ ଲଗାଯାଇଥିବା ସମ୍ପର୍କରେ ଡିଜିସିଏ ଏକ ବିଜ୍ଞପ୍ତି ଜାରି କରି ସ୍ପଷ୍ଟ କରିଛି । ଗତବର୍ଷ ନଭେମ୍ବର 23 ତାରିଖରୁ 25 ମଧ୍ୟରେ ଏୟାର ଏସିଆର ପାଇଲଟ ପ୍ରଶିକ୍ଷଣ କାର୍ଯ୍ୟକଳାପକୁ ତଦାରଖ କରାଯାଇଥିଲା । ଏହି ଫଳାଫଳ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

କାର୍ଯ୍ୟାନୁଷ୍ଠାନ ନେଇ ଉଡାଣ ନିର୍ଦ୍ଦେଶାଳୟ କହିଛି, ସଂସ୍ଥାର ପାଇଟଲଙ୍କ ଦକ୍ଷତା ଯାଞ୍ଚ ବେଳେ ଏଥିରେ କିଛି ଉଲଙ୍ଘନ ହୋଇଥିବା କଥା ସାମ୍ନାକୁ ଆସିଛି । ଉଡାଣ ନିୟମ ଅନ୍ତର୍ଭୁକ୍ତ ପାଇଟଲଙ୍କ ପାଇଁ କିଛି ବାଧ୍ୟତାମୂଳକ ଅଭ୍ୟାସ ସଂସ୍ଥା ପକ୍ଷରୁ କରାଯାଇନାହିଁ । ଯାହା ଡିଜିସିଏ ନିୟମର ଉଲଙ୍ଘନ । ଏୟାର ଏସିଆ ବିରୋଧରେ ଡିଜିସିଏର କାର୍ଯ୍ୟାନୁଷ୍ଠାନ ପ୍ରଥମ ଘଟଣା ନୁହେଁ । କିଛି ଦିନ ପୂର୍ବରୁ ଡିଜିସିଏ ସଂସ୍ଥାର ପ୍ରଶିକ୍ଷଣ ବିଭାଗର ମୁଖ୍ୟଙ୍କୁ ସଠିକ ଭାବେ ଦାୟିତ୍ବ ନତୁଲାଇବା ପାଇଁ 3 ମାସ ପଦରୁ ଅପସାରଣ କରିଥିଲେ । ଏହାଛଡା କମ୍ପାନୀର 8 ଡେଜିନେଟେଡ ପରୀକ୍ଷକଙ୍କୁ ମଧ୍ୟ 3ଲକ୍ଷ ଲେଖାଏଁ ଜରିମାନା ଲଗାଯାଇଥିଲା ।

ବେସାମରିକ ଉଡାଣ ନିର୍ଦ୍ଦେଶାଳୟ ସଂସ୍ଥାକୁ ନୋଟିସ ଜାରି କରିବା ସହ ଏପରି ଉଲଙ୍ଘନ ପାଇଁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନି ସେ ଉତ୍ତର ରଖିବାକୁ କହିଥିଲା । ଆଜି ଉକ୍ତ କାର୍ଯ୍ୟାନୁଷ୍ଠାନ ସ୍ବରୁପ ବିମାନ ସଂସ୍ଥକୁ 20 ଲକ୍ଷ ଟଙ୍କାର ଫାଇନ ଦାଖଲ କରିବା ପାଇଁ ନିର୍ଦ୍ଦେଶ ମିଳିଛି । ଏୟାର ଏସିଆ ଭାରତ ସମେତ ସମଗ୍ର ବିଶ୍ବରେ ବିମାନ ସେବା ଯୋଗାଉଥିବା ଏକ ବଜେଟ ଏୟାର ଲାଇନ୍ସ । ଏହା ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସେବା ଯୋଗାଇ ଆସୁଛି । ଭାରତ ଓ ବିଶେଷ ଭାବେ ଏସିଆ ମହାଦେଶର ବିଭିନ୍ନ ଦେଶ ମଧ୍ୟରେ ଏହି ଏୟାରଲାଇନ୍ସ ବିମାନ ଚଳାଚଳକୁ ଅଗ୍ରାଧିକାର ଦେଇଥାଏ ।

ପୂର୍ବରୁ ମଧ୍ୟ ବିମାନ ଉଡାଣ ନିର୍ଦ୍ଦେଶାବଳୀ ବା ପ୍ରୋଟୋକଲ ଉଲଙ୍ଘନ କରିବା ଅଭିଯୋଗରେ ଅନ୍ୟ କିଛି ଏୟାର ଲାଇନ୍ସ ଉଡାଣ ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି । ଅନ୍ୟତମ ବିମାନ ସେବା ପ୍ରଦାନକାରୀ କମ୍ପାନୀ ସ୍ପାଇସଜେଟର ଏକାଧିକ ବିମାନରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଦେଖାଯିବା ଫଳରେ ଏହା ଉପରେ ମଧ୍ୟ ସାମୟିକ କଟକଣା ଜାରି କରାଯାଇଥିଲା । କମ୍ପାନୀର ପୁର୍ଣ୍ଣ କ୍ଷମତାର ମାତ୍ର 50ପ୍ରତିଶତ ବିମାନ ଉଡାଇବା ପାଇଁ ନିର୍ଦ୍ଦେଶ ଜାରି କରିଥିଲା ବେସାମରିକ ବିମାନ ଉଡାଣ ନିର୍ଦ୍ଦେଶାଳୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.