ETV Bharat / bharat

ଚୀନ ବିମାନ ଦୁର୍ଘଟଣା ପରେ ବୋଇଂ-737ର ବର୍ଗର ବିମାନ ଉପରେ DGCAର ନଜର

author img

By

Published : Mar 22, 2022, 6:53 AM IST

ଚୀନରେ ବିମାନ ଦୁର୍ଘଟଣା ପରେ ଭାରତରେ ବଢିଲା ଉଡାଣ ସୁରକ୍ଷା ଚିନ୍ତା । ବୋଇଂ-737ର ବର୍ଗର ବିମାନ ଉଡାଣ ଉପରେ ସ୍ବତନ୍ତ୍ର ନଜର ରଖାଯାଇଥିବା DGCA ର ସୂଚନା । ଅଧିକ ପଢନ୍ତୁ

ଚୀନ ବିମାନ ଦୁର୍ଘଟଣା ପରେ ବୋଇଙ୍ଗ-737ର ବର୍ଗର ବିମାନ ଉପରେ ନଜର ରଖିବ DGCA

ନୂଆଦିଲ୍ଲୀ: ଚୀନରେ ବିମାନ ଦୁର୍ଘଟଣା ପରେ ଘଟଣାକୁ ନେଇ ଗମ୍ଭୀରତା ପ୍ରକାଶ କରିଛି ବେସାମରିକ ବିମାନ ଚଳଚଳ ମନ୍ତ୍ରଣାଳୟ । DGCA ଭାରତରେ ବ୍ୟବହାର କରାଯାଉଥିବା ବୋଇଂ 737ର ପ୍ରକାରର ବିମାନର ଉଡାଣ ଉପରେ ସ୍ବତନ୍ତ୍ର ନଜର ରଖାଯାଇଥିବା କହିଛି DGCA । DGCA ମୁଖ୍ୟ ଅରୁଣ କୁମାର କହିଛନ୍ତି, ବିମାନ ସୁରକ୍ଷା ଏକ ଗମ୍ଭୀର ପ୍ରସଙ୍ଗ । ତେଣୁ ଚୀନରେ ଘଟିଥିବା ଦୁର୍ଘଟଣାକୁ ଅତି ନିକଟରୁ ଅଧ୍ୟୟନ କରାଯାଉଛି ।

ସେହିପରି ଭାରତରେ ସେବା ଯୋଗାଉଥିବା 737 ବର୍ଗର ବିମାନ ଉପରେ ନଜର ମଧ୍ୟ ରଖାଯାଇଛି । ଚୀନ୍‌ର ଗୁଆଙ୍ଗସିରେ 132 ଯାତ୍ରୀଙ୍କୁ ନେଇ ଉଡାଣ ଭରିଥିବା ବିମାନରେ MU5735 ବିମାନ ହଠାତ ଦୁର୍ଘଟଣାର ଶିକାର ହୋଇଥିଲା । ତେବେ ଏକାଧିକ ଭିଡିଓରୁ ଦୁର୍ଘଟଣା କାରଣ ସମ୍ପର୍କରେ କିଛି ସୂଚନା ମିଳିପାରିନଥିବା ବେଳେ ସନ୍ଦେହ ମଧ୍ୟ ବଢୁଛି ।

କେଉଁ କାରଣରୁ ବିମାନଟି ଦୁର୍ଘଟଣାର ସମ୍ମୁଖୀନ ହେଲା ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଉଡାଣ ସୁରକ୍ଷା ନେଇ ଅନ୍ୟ ରାଷ୍ଟ୍ରମାନେ ମଧ୍ଯ ଚିନ୍ତା ପ୍ରକଟ କରିବାରେ ଲାଗିଛନ୍ତି । ଭାରତ ମଧ୍ୟ ଏହି ବର୍ଗର ବିମାନର ଉଡାଣ ଉପରେ ନଜର ରଖାଯାଇଥିବା କହିଛି । ଘଟଣାରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ପୀଡିତ ପରିବାରକୁ ସମବେଦନା ଜଣାଇ ଟ୍ବିଟ କରିଥିଲେ ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.