ETV Bharat / bharat

ଜାନୁୟାରୀ ୨୬ରୁ ଭକ୍ତଙ୍କ ପାଇଁ ଖୋଲିବ ଅଯୋଧ୍ୟା ରାମ ମନ୍ଦିର

author img

By ETV Bharat Odisha Team

Published : Oct 13, 2023, 9:30 AM IST

ଜାନୁୟାରୀ ୨୬ରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଅଯୋଧ୍ୟା ରାମ ମନ୍ଦିର । ସାରା ଦେଶରୁ ଶ୍ରଦ୍ଧାଳୁମାନେ ଆସି ପ୍ରଭୁ ରାମଲାଲାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିପାରିବେ । ଅଧିକ ପଢ଼ନ୍ତୁ

ଜାନୁୟାରୀ ୨୬ରୁ ଭକ୍ତଙ୍କ ପାଇଁ ଖୋଲିବ ଅଯୋଧ୍ୟ ରାମ ମନ୍ଦିର

ଅଯୋଧ୍ୟା: ରାମ ଭକ୍ତଙ୍କ ପାଇଁ ଖୁସି ଖବର । ଜାନୁୟାରୀ ୨୬ରୁ ଭକ୍ତଙ୍କ ପାଇଁ ଖୋଲିବ ଅଯୋଧ୍ୟା ରାମ ମନ୍ଦିର । ଆସନ୍ତା ଜାନୁୟାରୀ ୨୨ ତାରିଖରେ ଆଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ମନ୍ଦିରର ଉଦଘାଟନ ହେବ । ଏଥିପାଇଁ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସାଧୁସନ୍ଥମାନଙ୍କୁ ଆମନ୍ତ୍ରିତ କରିସାରିଛି । ମନ୍ଦିରର ଉଦଘାଟନ ପରେ ୨୬ ଜାନୁଆରୀରୁ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଏନେଇ ଟ୍ରଷ୍ଟ ପକ୍ଷରୁ ଦେଶବ୍ୟାପୀ ଶ୍ରଦ୍ଧାଳୁମାନଙ୍କୁ ନିୟନ୍ତ୍ରିତ କରାଯାଇଛି । ଟ୍ରଷ୍ଟର ମହାସଚିବ ଚମ୍ପତ ରାଏ ଜାନୁଆରୀ ୨୬ରୁ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରକୁ ଆସି ଦର୍ଶନ ଓ ପୂଜାର୍ଚ୍ଚନା କରିବା ପାଇଁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି ।

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଭଗବାନ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ କୌଣସି ମାନଗଣ୍ୟ ବ୍ୟକ୍ତି ଅଯୋଧ୍ୟା ନଆସିବାକୁ ନିବେଦନ କରିଛନ୍ତି । କାରଣ ପ୍ରାଣ ପ୍ରତିଷ୍ଠା ସମାରୋହରେ ଟ୍ରଷ୍ଟ ପଦାଧିକାରୀଙ୍କ ସମେତ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଖୁବ୍ ବ୍ୟସ୍ତ ରହିବେ । ସେଥିପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷମାନଙ୍କୁ ଉଚିତ୍ ସମ୍ମାନ ଓ ସୁରକ୍ଷା ମିଳିନପାରେ । ତେଣୁ କେବଳ ଯେଉଁ ଅତିଥିମାନଙ୍କୁ ଆମନ୍ତ୍ରିତ କରାଯିବ କେବଳ ସେହିମାନେ ହିଁ ଜାନୁଆରୀ ୨୨ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅନୁରୋଧ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: Ayodhya Ram Mandir: ପ୍ରାଚୀନ ରାମ ମନ୍ଦିର ମୂର୍ତ୍ତି ଫଟୋ ସେୟାର କଲେ ଚମ୍ପତ ରାଏ, ASI ଖନ୍ନନ ସମୟରେ ମିଳିଥିଲା

ଚମ୍ପତ ରାୟ କହିଛନ୍ତି ଯେ, ରାମ ମନ୍ଦିରର ଉଦଘାଟନ ପରେ ଜାନୁୟାରୀ ୨୬ରୁ କେବଳ ଦେଶ ନୁହେଁ, ସମଗ୍ର ବିଶ୍ବରୁ ରାମ ଭକ୍ତମାନେ ଅଯୋଧ୍ୟା ଆସି ପ୍ରଭୁ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିପାରିବେ । ସେମାନେ ନିଜ ନିଜ ହିସାବରେ ତିଥି ସ୍ଥିର କରନ୍ତୁ । ଆମେରିକା ଲୋକ କେବେ ଆସିବେ, ବ୍ରିଟେନ ଓ କାନାଡ଼ା ଲୋକ କେବେ ଆସିବେ ତାହା ସେମାନଙ୍କ ଇଚ୍ଛା ଉପରେ ନିର୍ଭର କରେ ।

ପାଣିପାଗକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟର ଶ୍ରଦ୍ଧାଳୁଙ୍କୁ ଆମନ୍ତ୍ରିତ କରିବା ପାଇଁ ଆମେ ବ୍ୟବସ୍ଥା କରିଛୁ । ଯେମିତିକି, ଶୀତ ସମୟରେ ଦକ୍ଷିଣ ଭାରତୀୟଙ୍କୁ ଅଯୋଧ୍ୟା ଆସିବାରେ ସୁବିଧା ହେବ । ସେଥିପାଇଁ ଏକ କମିଟି ଗଠନ କରାଯାଇ ଟେଲିଫୋନ ଜରିଆରେ ଅଲଗା ଅଲଗା ରାଜ୍ୟର ଲୋକଙ୍କୁ ଭିନ୍ନ ଭିନ୍ନ ସମୟରେ ଆଯୋଧ୍ୟା ଆସିବାକୁ ଆମନ୍ତ୍ରିତ କରିବୁ । ଏଠାରେ ସେମାନଙ୍କର ରହଣୀ ଏବଂ ଖାଦ୍ୟପାନୀୟର ସମସ୍ତ ବ୍ୟବସ୍ଥା କରାଯିବ । ପ୍ରଭୁ ରାମଲାଲଙ୍କ ଦର୍ଶନ ପାଇଁ ଆମେ ସମଗ୍ର ବିଶ୍ବକୁ ନିମନ୍ତ୍ରିତ କରୁଛୁ ବୋଲି ଟ୍ରଷ୍ଟର ମହାସଚିବ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.