ETV Bharat / bharat

ନଓ୍ବାବ-ଫଡନାଭିସ ବାକଯୁଦ୍ଧ: ଉଭୟଙ୍କ ଘରକୁ ଗଲା ଲିଗାଲ ନୋଟିସ

ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନଓ୍ବାବ ମଲିକଙ୍କୁ ଲିଗାଲ ନୋଟିସ ପଠାଇଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସ । ପୂର୍ବାହ୍ନରେ ଦେବେନ୍ଦ୍ରଙ୍କୁ ସମାନ ନୋଟିସ ପଠାଇଥିଲେ ନଓ୍ବାବଙ୍କ ଜ୍ବାଇଁ ସମୀର ଖାନ । ଅଧିକ ପଢନ୍ତୁ...

ନଓ୍ବାବ- ଫଡନାଭିସ ବାକଯୁଦ୍ଧ: ପରସ୍ପରକୁ ଲିଗାଲ ନୋଟିସ ପଠାଇଲେ ଉଭୟ ପରିବାର

author img

By

Published : Nov 11, 2021, 10:23 PM IST

ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନଓ୍ବାବ ମଲିକଙ୍କୁ ଲିଗାଲ ନୋଟିସ ପଠାଇଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ । ବାରମ୍ବାର ତାଙ୍କ ସ୍ବାମୀ ଓ ପରିବାର ନାଁରେ ଆପତ୍ତିଜନକ ମନ୍ତବ୍ୟ ଦେଇ ତାଙ୍କ ପରିବାରର ଭାବମୂର୍ତ୍ତି ବିଗାଡିବା ଅଭିଯୋଗ କରି ନୋଟିସ ଜାରି କରିଛନ୍ତି ଦେବନ୍ଦ୍ରଙ୍କ ପତ୍ନୀ ଅମୃତା ଫଡନାଭିସ । ସେହିପରି 48 ଘଣ୍ଟା ମଧ୍ୟରେ ସ୍ବାମୀ ଫଡନାଭିସଙ୍କୁ ନେଇ ନଓ୍ବାବ କରିଥିବା ବିବାଦୀୟ ଟ୍ବିଟ ଡିଲିଟ କରିବା ସହ ନିସର୍ତ୍ତ କ୍ଷମା ପ୍ରର୍ଥନା କରନ୍ତୁ । ଯଦି ନଓ୍ବାବ ଏପରି ନକରନ୍ତି ତେବେ ସେ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ଚେତବନୀ ଦେଇଛନ୍ତି ଅମୃତା ।

ତେବେ ଏହା ପୂର୍ବରୁ ନଓ୍ବାବଙ୍କ ଜ୍ବାଇଁ ମଧ୍ୟ ଅନୁରୂପ ଭାବେ ଦେବେନ୍ଦ୍ର ଫଡନାସିଭଙ୍କୁ ଲିଗାଲ ନୋଟିସ ପଠାଇଥିଲେ । ଏହା ସହ ଦେବେନ୍ଦ୍ରଙ୍କ ମନ୍ତବ୍ୟ ପାଇଁ ସେ ୫ କୋଟି ଟଙ୍କାର ମାନହାନୀ ମକଦ୍ଦମା ମଧ୍ୟ କରିଛନ୍ତି । ବାରମ୍ବାର ଗଣମାଧ୍ୟମରେ ଫଡନାଭିସଙ୍କ ବିବାଦୀୟ ଓ ଆପତ୍ତିଜନକ ମନ୍ତବ୍ୟ କାରଣରୁ ତାଙ୍କ ପରିବାରକୁ ମାନସିକ ନିର୍ଯାତନା, ଯନ୍ତ୍ରଣା, ଆର୍ଥିକ କ୍ଷତି ଏବଂ ଆଘାତ' ପହଞ୍ଚିିଥିବା ଅଭିଯୋଗ କରିଛନ୍ତି ନଓ୍ବାବଙ୍କ ଜ୍ବାଇଁ ସମୀର ଖାନ । ଚଳିତବର୍ଷ ପ୍ରାରମ୍ଭରେ ସମୀର ଡ୍ରଗ୍ସ ମାମଲାରେ ଗିରଫ ହୋଇ ଜେଲରେ ଥିବାବେଳେ ବର୍ତ୍ତମାନ ଜାମିନରେ ଆସିଛନ୍ତି ।

ତେବେ ଅଭିନେତା ସାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଡ୍ରଗ୍ସ କ୍ରୁଜ ମାମଲାରେ ଗିରଫ ହେବା ପରେ ଏହି ବିବାଦୀୟ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଛି । ଏହି ବହୁତର୍ଚ୍ଚିତ ଘଟଣାରେ ପ୍ରଥମେ ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନଓ୍ବାବ ମଲିକ ଘଟଣାର ଏନସିବି ଅଧିକାରୀ ସମୀର ଓ୍ବାଙ୍ଖଡେଙ୍କୁ ଟାର୍ଗେଟ କରି ଅନେକ ବିବାଦୀୟ ବୟାନ ଦେଇଥିଲେ । ପରେ ଏହି ବିବାଦ ପରସରକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାସିଭ ମଧ୍ୟ ଆସିଛନ୍ତି । ଗଣମାଧ୍ୟମରେ ଉଭୟ ଦେବେନ୍ଦ୍ର ଓ ନଓ୍ବାବଙ୍କ ମଧ୍ୟରେ ବାକଯୁଦ୍ଧ ଲାଗିରହିଥିବାବେଳେ ଦୁଇ ପକ୍ଷ ନିଜର ସମାଜିକ ପ୍ରତିଷ୍ଠା ନଷ୍ଟ ହୋଇଥିବା ଅଭିଯୋଗ ଦର୍ଶାଇ ପରସ୍ପରକୁ ଆଇନଗତ ନୋଟିସ ପଠାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.