ETV Bharat / bharat

Bilkis Bano Gang Rape Case, ଦୁର୍ଷ୍କମକାରୀଙ୍କ ସ୍ୱାଗତକୁ ଫଡନାଭିସଙ୍କ ସମାଲୋଚନା

author img

By

Published : Aug 24, 2022, 5:02 PM IST

ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ 11 ଦୋଷୀଙ୍କୁ ଖଲାସ ବେଳେ ସ୍ବାଗତକୁ ସମାଲୋଚନା କରିଛନ୍ତି ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । ଅଧିକ ପଢନ୍ତୁ

ଦୁର୍ଷ୍କମକାରୀଙ୍କ ସ୍ବାଗତକୁ ଦେବେନ୍ଦ୍ର ଫର୍ଣ୍ଣାଭିସଙ୍କ ସମାଲୋଚନା

ମୁମ୍ବାଇ: ଗୁଜୁରାଟର ବହୁ ଚର୍ଚ୍ଚିତ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ 11 ଅଭିଯୁକ୍ତଙ୍କୁ ଖଲାସ କରାଯାଇଛି । ଦୁର୍ଷ୍କମକାରୀଙ୍କର ଏପରି ଖଲାସ ହେବାକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଛି । ଗଣଦୁଷ୍କର୍ମକାରୀଙ୍କୁ କ୍ଷମା ନୀତି ବଳରେ ଜେଲରୁ ଖଲାସ ହେବା ପରେ ତାଙ୍କୁ ଯେଉଁଭଳି ଭବ୍ୟ ସ୍ବାଗତ କରାଯିବାକୁ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ସମାଲୋଚନା କରିଛନ୍ତି ।

ଗୁଜରାଟ ସରକାର ସ୍ବତନ୍ତ୍ର କ୍ଷମା ନୀତି ବଳରେ ୧୧ ଜଣ ଦୁଷ୍କର୍ମକାରୀଙ୍କୁ ଅଗଷ୍ଟ ୧୫ରେ ଜେଲରୁ ଖଲାସ କରିଥିଲେ । ସେମାନେ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ହେଁ ଜେଲରୁ ବାହାରିବା ପରେ ସମସ୍ତଙ୍କୁ ଫୁଲ ମାଳ ଓ ମିଠା ଦେଇ ସ୍ବାଗତ କରାଯାଇଥିଲା । ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା । ସେହିପରି ଦୁଷ୍କର୍ମକାରୀଙ୍କୁ ଜେଲରୁ ଖଲାସ କରିବା ନେଇ ବିବାଦ ଚାଲିଥିବା ବେଳେ ଫଡନାଭିସ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ମହାରାଷ୍ଟ୍ର ବିଧାନସଭାରେ ବାନ୍ଦ୍ରାରେ ଘଟିଥିବା ଦୁଷ୍କର୍ମ ଘଟଣାର ବିତର୍କ ଚାଲିଥିବା ବେଳେ ବିଲକିସ୍‌ ବାନୋ ମାମଲା ଉଠିଥିଲା । ଏହା ଉପରେ ମତ ରଖି ଫଡନାଭିସ କହିଥିଲେ ଯେ, ''ଗୃହରେ ବିଲକିସ ବାନୋଙ୍କ ଘଟଣା ଉଠାଇବାର କୌଣସି କାରଣ ନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୨୦୦୨ ମସିହା ଗୁଜରାଟର ବିଲକିସ ବାନୋ ଘଟଣାରେ ଦୋଷୀମାନଙ୍କୁ ଖଲାସ କରାଯାଇଛି । ସେମାନେ ପ୍ରାୟ ୨୦ ବର୍ଷ ଜେଲରେ ରହିଥିଲେ । କିନ୍ତୁ ଅପରାଧିକ ମାମଲାରେ ଅଭିଯୁକ୍ତଙ୍କୁ ଭବ୍ୟ ସ୍ବାଗତ କରିବା ସଂପୂର୍ଣ୍ଣ ଭୁଲ । ଏପରି ଆଚରଣ ପାଇଁ କୌଣସି ପ୍ରକାରର ସ୍ପଷ୍ଟୀକରଣ ଠିକ ନୁହେଁ। ଜଣେ ଅଭିଯୁକ୍ତ ସବୁବେଳେ ଅଭିଯୁକ୍ତ । ସେଭଳି ଲୋକଙ୍କୁ ସ୍ବାଗତ କରିବାର କାରଣ କିଛି ବି ନାହିଁ ।''

ଏହା ବି ପଢନ୍ତୁ...Bilkis Bano gang rape case, ଜେଲରୁ ମୁକୁଳିଲେ 11 ଅଭିଯୁକ୍ତ

ସେପଟେ ବହୁ ଚର୍ଚ୍ଚିତ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ 11 ଅଭିଯୁକ୍ତଙ୍କୁ ଖଲାସ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା । ଦୋଷୀଙ୍କୁ ଖଲାସ କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ନ୍ୟାୟଳୟଙ୍କ ଆବେଦନ କରାଯାଇଥିଲା । ଏ ମାମଲାର ସମସ୍ତ ଦୋଷୀଙ୍କୁ ପୁର୍ନବିଚାର କରିବାକୁ ଆବେଦନ ହୋଇଥିଲା । ସର୍ବୋଚ୍ଚ ନ୍ୟାୟଳୟରେ ପ୍ରଧାନବିଚାପତି ମାମଲାର ଶୁଣାଣି କରବାକୁ ରାଜି ହୋଇଛନ୍ତି । ପୁଣି ୧୧ଜଣ ଦୋଷୀ ଜେଲ ଫେରିବା ନେଇ ଜଣାପଡୁଛି ।

2002 ଫେବୃଆରୀ 27ରେ ଗୁଜୁରାଟର ଗୋଧ୍ରାରେ ଦୁର୍ବୃତ୍ତମାନେ ସାବରମତି ଏକ୍ସପ୍ରେସରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଉକ୍ତ ଟ୍ରେନର ଥିବା 59 ଜଣଙ୍କ ମୃତ୍ୟୁ ହୋଇଥିଲା। ଘଟଣା ପରେ ଗୋଧ୍ରାରେ ସୃଷ୍ଟି ହୋଇଥିବା ସାମ୍ପ୍ରତିକ ଦଙ୍ଗାର ନିଆଁ ଚାରିଆଡକୁ ବ୍ୟାପିଥିଲା। ଏହି ସମୟରେ ବିଲକିସ ୟାକୁବ ରସୁଲଙ୍କ ପରିବାର ସଦସ୍ୟ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ। ମାର୍ଚ୍ଚ 3ରେ ଏକ ଟ୍ରକରେ ବିଲକିସଙ୍କ ପରିବାର ସମେତ 17 ଜଣ ସ୍ଥାନାନ୍ତରିତ ହେଉଥିବାବେଳେ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା । ଏଥିରେ 14ଜଣଙ୍କ ମୃତ୍ୟୁ ହୋଇଥିଲା । ସେଥିରେ ବିଲକିସଙ୍କ ପରିବାରରୁ 7 ସଦସ୍ୟ ଥିଲେ । ବିଲକିସଙ୍କ 2 ବର୍ଷୀୟା ଝିଅଟିଏ ମଧ୍ୟ ଆଖି ବୁଜିଥିଲା । ଖାଲି ସେତିକି ନୁହେଁ ଗର୍ଭବତୀ ଥିବା ବିଲକିସଙ୍କୁ ଗଣଦୁଷ୍କର୍ମ କରିଥିଲେ ଦୁର୍ବୃତ୍ତ । ସୌଭାଗ୍ୟବସତଃ ବଞ୍ଚିଯାଇଥିବା ବିଲକିସ ନ୍ୟାୟ ପାଇଁ ଲଢେଇ ଆରମ୍ଭ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.