ETV Bharat / bharat

ଭାରତ-ଅଷ୍ଟ୍ରେଲିଆ 2+2 ମନ୍ତ୍ରୀସ୍ତରୀୟ ଆଲୋଚନାରେ ଆଫଗାନିସ୍ତାନ ପ୍ରସଙ୍ଗକୁ ଗୁରୁତ୍ବ

author img

By

Published : Sep 11, 2021, 4:47 PM IST

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା 2+2 ମନ୍ତ୍ରୀ ସ୍ତରୀୟ ବୌଠକରେ ଆଫଗାନିସ୍ତାନ ପ୍ରସଙ୍ଗକୁ ଗୁୁରୁତ୍ବ । ବର୍ତ୍ତମାନ ସମୟରେ ଆଫଗାନିସ୍ତାନ ସ୍ଥିିିତି ପ୍ରାସଙ୍ଗିକତା ରଖୁଥିବା କହିଲେ ବୈଦେଶିକ ମନ୍ତ୍ରୀ ଡ.ଏସ ଜୟ ଶଙ୍କର । ଅଧିକ ପଢନ୍ତୁ...

ଭାରତ-ଅଷ୍ଟ୍ରେଲିଆ 2+2 ମନ୍ତ୍ରୀ ସ୍ତରୀୟ ଆଲୋଚନାରେ ଆଫଗାନିସ୍ତାନ ପ୍ରସଙ୍ଗକୁ ଗୁରୁତ୍ବ

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଉଚ୍ଚସ୍ତରୀୟ ବୈଦେଶିକ ଏବଂ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ କଥାବାର୍ତ୍ତାରେ ବର୍ତ୍ତମାନ ଆଫଗାନିସ୍ତାନ ସ୍ଥିତି ସମ୍ପର୍କରେ ଆଲୋଚନା ହେବାର ଆବଶ୍ୟକତା ରହିଛି । ବର୍ତ୍ତମାନ ସମୟରେ ଆଫଗାନିସ୍ତାନ ପ୍ରସଙ୍ଗ ବିଭିନ୍ନ ଦୃଷ୍ଟିକୋଣରୁ ବେଶ ଗୁରୁତ୍ବ ବହନ କରୁଛି । ତେଣୁ ଏହା ଉପରେ ଆଲୋଚନା ମଧ୍ୟ ବର୍ତ୍ତମାନ ସମୟର ପ୍ରାସଙ୍ଗିକତା ରଖେ ବୋଲି ମତ ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର । ଦୁଇ ଦେଶ ମଧ୍ୟରେ ଚାଲିଥିବା 2+2 ମନ୍ତ୍ରୀ ସ୍ତରୀୟ ବୌଠକର ଉଦ୍ଘାଟନୀ ଦିବସରେ ଏପରି ମତ ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ।

ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଏହି ଦ୍ବିପାକ୍ଷିକ ଆଲୋଚନାର ଉଦ୍ଘାଟନୀ ଦିବସରେ ଭାରତ ମହାସାଗରୀୟ କ୍ଷେତ୍ରରେ ଚୀନର ବଢୁଥିବା ସାମରିକ ଗତିବିଧି, ଭାରତ-ପ୍ରଶାନ୍ତ ମହାସାଗରରେ ଭାରତ -ଅଷ୍ଟ୍ରେଲିଆ ମଧ୍ୟରେ ସହଯୋଗ ତଥା ରଣନନୈତିକ ସହଯୋଗ ଓ ସମନ୍ବୟକୁ ଆହୁରି ସୁଦୃଢ କରିବାକୁ ଲକ୍ଷ୍ୟ ରଖା ଯାଇଥିବା ସମ୍ପର୍କରେ ଆଲୋଚନା ହୋଇଛି ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଷ୍ଟ୍ରେଲିଆର ପ୍ରତିପକ୍ଷ ମାରିସ୍ ପେନ୍ ଏବଂ ପିଟର ଡଟନଙ୍କ ସହ ନୂଆଦିଲ୍ଲୀରେ ଏହି ମନ୍ତ୍ରୀ ସ୍ତରୀୟ ଦ୍ବିପାକ୍ଷିକ ଆଲୋଚନା ଜାରି ରହିଛି । ଆଫଗାନିସ୍ତାନର ପରିସ୍ଥିତି ଉପରେ ବିଶ୍ବର ଧ୍ୟାନ କେନ୍ଦ୍ରୀଭୂତ ଥିବାବେଳେ ଏହି ଆଲୋଚନାରେ ମଧ୍ୟ ଉକ୍ତ ପ୍ରସଙ୍ଗକୁ ଗୁରୁତ୍ବ ଦିଆଯାଉଛି ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସରକାରୀ ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତ-ଅଷ୍ଟ୍ରେଲିଆ 2 + 2 ମନ୍ତ୍ରୀସ୍ତରୀୟ କଥାବାର୍ତ୍ତା ପାଇଁ ଅଷ୍ଟ୍ରେଲୀୟ ପ୍ରତିପକ୍ଷ ଏଫଏମ ମରିସ ପେନେ ଏବଂ ପ୍ରତିରକ୍ଷା ମନ୍ତ୍ରୀ ପିଟର ଡାଟନଙ୍କୁ ସ୍ବାଗତ କରିଛନ୍ତି । ଏହି ମନ୍ତ୍ରୀ ସ୍ତରୀୟ ଆଲୋଚନାରେ ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ, ଆଞ୍ଚଳିକ ଏବଂ ବିଶ୍ବସ୍ତରୀୟ ଏକାଧିକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଉଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.