ETV Bharat / bharat

ଅର୍ଥମନ୍ତ୍ରୀଙ୍କ ବୟାନ, ଦେଶକୁ ପ୍ରମୁଖ ଅର୍ଥବ୍ୟବସ୍ଥାରେ ପରିଣତ କରିବା ପାଇଁ ଅଣାଯାଇଛି ସଂସ୍କାର

କୋଭିଡ୍‌ 19 ସତ୍ତ୍ବେ ସରକାର ଭାରତକୁ ଏକ ପ୍ରମୁଖ ଅର୍ଥବ୍ୟବସ୍ଥାରେ ପରିଣତ କରିବା ପାଇଁ ସଂସ୍କାର ଆଣିଛନ୍ତି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅଧିକ ପଢନ୍ତୁ...

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
author img

By

Published : Feb 13, 2021, 11:26 AM IST

ନୂଆଦିଲ୍ଲୀ: କୋଭିଡ୍‌ 19 ସତ୍ତ୍ବେ ସରକାର ଭାରତକୁ ଏକ ପ୍ରମୁଖ ଅର୍ଥବ୍ୟବସ୍ଥାରେ ପରିଣତ କରିବା ପାଇଁ ସଂସ୍କାର ଆଣିଛନ୍ତି । ଯାହାକି ଦେଶକୁ ଆଗକୁ ନେବାରେ ସହାୟକ ହେବ ବୋଲି ଆଜି ଲୋକସଭାରେ କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଲୋକସଭାରେ ବଜେଟ ଆଲୋଚନାରେ ନିଜର ପ୍ରତିକ୍ରିୟା ରଖି ଅର୍ଥମନ୍ତ୍ରୀ ଏପରି କହିଛନ୍ତି । ନିଆଯାଇଥିବା ସଂସ୍କାର ଭାରତକୁ ଆସୁଥିବା ଦଶନ୍ଧି ସହିତ ଆଗାମୀ ଭବିଷ୍ୟତରେ ମଧ୍ୟ ଏକ ପ୍ରମୁଖ ଅର୍ଥବ୍ୟବସ୍ଥାରେ ପରିଣତ କରିବାରେ ସହାୟତା କରିବ ବୋଲି ସେ କହିଛନ୍ତି ।

ମହାମାରୀ ଏହା କରିବା ପାଇଁ ଆମକୁ ଅଟକାଇ ପାରିନାହିଁ । ଆମେ ଅର୍ଥନୀତିରେ ସୁଧାର ଆଣିବାକୁ ପ୍ରୟାସ କରିଛୁ । ଏହାକୁ ଭବିଷ୍ୟତରେ ସହାୟତା ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ସେହିପରି ସରକାରଙ୍କ ପଦକ୍ଷେପ ପାଇଁ ଆମେ ବିଶ୍ବରେ ସବୁଠୁ ମୃତ୍ୟୁ ହାର କମ ରଖିବାରେ ସଫଳ ହୋଇଛୁ । ସକ୍ରିୟ ମାମଲା ମଧ୍ୟ ଧିରେ ଧିରେ କମିବାରେ ଲାଗିଥିବା ଅର୍ଥମନ୍ତ୍ରୀ ଦର୍ଶାଇଛନ୍ତି । ଅନ୍ୟପଟେ ନିଜ ମନ୍ତବ୍ୟରେ ବିରୋଧୀଙ୍କ ଟାର୍ଗେଟ କରିଛନ୍ତି ସେ ।

ସରକାରଙ୍କ ବିରୋଧରେ ମିଥ୍ୟା ଅପପ୍ରଚାରରେ ବିରୋଧୀ ଲାଗିଥିବାବେଳେ ସରକାରଙ୍କ ସବୁ ଯୋଜନା ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସେ ଗୃହରେ କହିଛନ୍ତି । ସରକାର 2021-22 ବଜେଟ ଭବିଷ୍ୟତକୁ ଲକ୍ଷ୍ୟ କରି କରାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି । ସୂଚନାଥାଉକି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2021-22 ର ବଜେଟ ସଂସଦରେ ଫେବୃଆରୀ 1ରେ ଉପସ୍ଥାପନା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.