ETV Bharat / bharat

କଂଗ୍ରେସରୁ ଟିକେଟ ପାଇଲେନି ମୁଖ୍ୟମନ୍ତ୍ରୀଙ୍କ ଭାଇ, ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିବେ ନିର୍ବାଚନ - କଂଗ୍ରେସରୁ ଲଢିବେନି ଚନ୍ନିଙ୍କ ଭାଇ

ଆଶାୟୀ ଆସନରୁ ଟିକେଟ ପାଇଲେନି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ଭାଇ ମନୋହର ସିଂ । ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଦେଲେ ସୂଚନା । ଅଧିକ ପଢନ୍ତୁ

କଂଗ୍ରେସ ଟିକେଟ ପ୍ରତ୍ୟାଖାନ କଲେ ଚନ୍ନିଙ୍କ ଭାଇ, ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିବେ ନିର୍ବାଚନ

author img

By

Published : Jan 16, 2022, 6:11 PM IST

ଚଣ୍ଡିଗଡ଼: କଂଗ୍ରେସରୁ ଟିକେଟ ପାଇଲେନି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ଭାଇ ମନୋହର ସିଂ । ଫଳରେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ବୋଲି ଘୋଷଣା କରିଛନ୍ତି । ପଞ୍ଜାବର ବାସି ପଠାନା (sc) ବିଧାନସଭା ନିର୍ବାଚନ କ୍ଷେତ୍ରରୁୁ ପ୍ରତିଦ୍ବନ୍ଦିତା କରିବାକୁ ଆଶାୟୀ ଥିଲେ ମନୋହର । ତେବେ ଗତକାଲି ଦଳ ତାର ପ୍ରଥମ ପର୍ଯ୍ୟାୟ ତାଲିକାରେ ୮୬ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କରିଥିବାବେଳେ ଉକ୍ତ ଆସନରୁ ବିଧାୟକ ଗୁରୁପ୍ରୀତ ସିଂ ଜିପିଙ୍କୁ ଟିକେଟ ଦେଇଛି ।

ପ୍ରାର୍ଥୀ ତାଲିକା ପ୍ରକାଶ ପରେ ଏହାକୁ ଅନ୍ୟାୟ ବୋଲି କହିଛନ୍ତି ଚନ୍ନିଙ୍କ ଭାଇ ମନୋହର । ଗୁରୁପ୍ରୀତ ସିଂ ଜିପିଙ୍କୁ ଟିକେଟ୍ ଦେବା ନିଷ୍ପତ୍ତିକୁ ବାସି ପଠାନା ନିର୍ବାଚନ ମଣ୍ଡଳୀବାସୀଙ୍କ ପ୍ରତି ଅନ୍ୟାୟ ବୋଲି କହିବା ସହ ବର୍ତ୍ତମାନର ବିଧାୟକ ଅକ୍ଷମ ଏବଂ ପ୍ରଭାବହୀନ ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି । ବାସି ପଠାନା ନିର୍ବାଚନ ମଣ୍ଡଳୀର ଭୋଟର ଓ ତାଙ୍କର ଅନେକ ସହଯୋଗୀ ତାଙ୍କୁ ସ୍ବାଧୀନ ଭାବେ ନିର୍ବାଚନ ଲଢିବା ପାଇଁ ପରାମର୍ଶ ଦେଇଥିବାରୁ ସେ ସ୍ବାଧୀନ ଭାବେ ନିର୍ବାଚନ ଲଢିବାକୁ ପ୍ରସ୍ତୁତି କରୁଥିବା ମଧ୍ୟ କହିଛନ୍ତି ମନୋହର ।

ଚନ୍ନିଙ୍କ ଭାଇ ମନୋହର ସିଂ ଗତ ବର୍ଷ ଅଗଷ୍ଟରେ ଖାରାର ସିଭିଲ ହସ୍ପିଟାଲର ଜଣେ ବରିଷ୍ଠ ମେଡିକାଲ ଅଫିସର ପଦରୁ ଅବସର ଗ୍ରହଣ କରିଥିଲେ । ତେବେ ଚଳିତ ବିଧାନସଭା ନିର୍ବାଚନରେ ସେ ବାସି ପଠାନା ଆସନରୁ ନିର୍ବାଚନ ଲଢିବାକୁ ନିଜ ଆଡୁ ଆଗ୍ରହ ଦେଖାଇଥିଲେ । ହେଲେ ଦଳ ତାଙ୍କୁ ଉକ୍ତ ଆସନରୁ ଲଢିବାକୁ ସୁଯୋଗ ଦେଇନାହିଁ ।

ଏହା ମଧ୍ୟ ପଢନ୍ତୁ:-Punjab Assembly Poll: ଚମକୌର ସାହିବରୁ ଲଢିବେ ଚନ୍ନି, ଅମ୍ରିତସର ଇଷ୍ଟରୁ ସିଦ୍ଧୁ

ତେବେ ସେ ଏ ସମ୍ପର୍କରେ ନିଜ ଭାଇ ତଥା ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସହ କଥା ହେବେ ବୋଲି କହିଛନ୍ତି । ସେହିପରି ବାସି ପଠାନା ନିର୍ବାଚନ ମଣ୍ଡଳୀବାସୀ ତାଙ୍କ ସହ ରହିଛନ୍ତି ଓ ତାଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବା ନେଇ ପରାମର୍ଶ ଦେଇଥିବାରୁ ସେ ସ୍ବାଧୀନ ଭାବେ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି ।

PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.