ETV Bharat / bharat

22ରେ ଅଯୋଧ୍ୟା ପାଳିବ ଦୀପାବଳି: ଦୀପ ଚାହିଦା ବୃଦ୍ଧି, ଉତ୍ସାହିତ କୁମ୍ଭକାର - Ram Mandir Pran Pratishtha

Ram Mandir Pran Pratishtha: 22 ଜାନୁଆରୀକୁ ଦୀପାବଳି ରୂପରେ ପାଳନ କରାଯିବା ନେଇ ପ୍ରସ୍ତୁତ କରାଯାଉଛି। କୁମ୍ଭାର ଜାତି ମଧ୍ୟରେ ଉତ୍ସାହର ମାହୋଲ । ଅଧିକ ପଢ଼ନ୍ତୁ,

22ରେ ଅଯୋଦ୍ଧା ପାଳିବ ଦୀପାବଳି: ଦୀପ ଚାହିଦା ବୃଦ୍ଧି, ଉତ୍ସାହିତ କୁମ୍ଭକାର
ଅଯୋଦ୍ଧାରେ ପାଳନ କରାଯିବ ଦୀପାବଳି
author img

By ETV Bharat Odisha Team

Published : Jan 16, 2024, 6:05 PM IST

22ରେ ଅଯୋଦ୍ଧା ପାଳିବ ଦୀପାବଳି: ଦୀପ ଚାହିଦା ବୃଦ୍ଧି, ଉତ୍ସାହିତ କୁମ୍ଭକାର

ଲକ୍ଷ୍ନୋ: ଅଯୋଦ୍ଧାରେ 22 ଜାନୁଆରୀକୁ ହେବାକୁ ଯାଉଛି ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ତେଣୁ ସମଗ୍ର ଭାରତବର୍ଷରେ ଆନନ୍ଦ ଏବଂ ଉତ୍ସାହ ଦେଖିବାକୁ ମିଳୁଛି । ଦେଶବାସୀ ଏହି ଦିନକୁ ଦୀପାବଳି ରୂପରେ ପାଳନ କରାଯିବା ନେଇ ପ୍ରସ୍ତୁତ କରାଯାଉଛି । ତେଣୁ କୁମ୍ଭାର ଜାତି ମଧ୍ୟରେ ଉତ୍ସାହର ମାହୋଲ ଦେଖାଯାଇଛି । କୁମ୍ଭାରଙ୍କ କହିବା ଅନୁଯାଇ 22 ଜାନୁଆରୀ ପାଇଁ ଗ୍ରାହକ ଦୀପ କିଣିବା ପାଇଁ ଆସୁଛନ୍ତି । ଦୀପାବଳି ପାଇଁ ମଧ୍ୟ ଲୋକଙ୍କ ମଧ୍ୟରେ ମାଟି ଦୀପ ପାଇଁ ଏତେ ଉତ୍ସାହ ଦେଖାଯାଉ ନଥିବା ବେଳେ ରାମଲାଲାଙ୍କ ପାଇଁ ଲୋକ ଉତ୍ସାହରେ ଦୀପ କିଣୁଥିବା କୁମ୍ଭାରମାନେ କହିଛନ୍ତି । ସେପଟେ ମହିଳା ଗ୍ରାହକଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖାଯାଉଛି ।

22 ଜାନୁଆରୀକୁ ଦୀପାବଳି ରୂପରେ ପାଳନ କରାଯିବା ନେଇ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଧନ୍ଯବାଦ ପ୍ରଦାନ କରିଛନ୍ତି କୁମ୍ଭାରମାନେ । ସେମାନଙ୍କ ମତରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କାରଣରୁ ଏହା ସମ୍ଭବ ହୋଇପାରିଛି । ଫଳରେ ତାଙ୍କ ଦାପ ବିକ୍ରୀ ବଢ଼ିଛି । ତେଣୁ ସେମାନେ ଦୁଇ ଗୁଣା ଉତ୍ସାହର ସହ ଦୀପ ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି । ବରେଲି ସରାଇ ନିବାସୀ କୁମ୍ଭାର ସରନ କହିଛନ୍ତି, ’’ ସେ 25 ବର୍ଷ ହେବ ଦୀପ ତିଆରି କରୁଛନ୍ତି । କିନ୍ତୁ ଏଥର ଲୋକଙ୍କ ମଧ୍ୟରେ ଯେଉଁ କ୍ରେଜ ଦେଖିବାକୁ ମିଳୁଛି ତାହା କେବେ ଦେଖି ନଥିଲେ । ’’

ଏହା ମଧ୍ଯ ପଢ଼ନ୍ତୁ.... ଉତ୍ସବ ମୁଖର ଅଯୋଧ୍ୟାନଗରୀ, ୧୦୮ ଫୁଟ୍ ଧୂପକାଠିରେ ଅଗ୍ନି ସଂଯୋଗ

22 ତାରିଖରେ ହେବାକୁ ଯାଉଥିବା ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଉତ୍ସାହିତ ଦେଶବାସୀ । ରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଅଯୋଧ୍ୟାକୁ ନୂଆ ବୋହୂ ପରି ସୁସଜ୍ଜିତ କରିବାକୁ ପ୍ରୟାସରେ ଲାଗି ପଡ଼ିଛନ୍ତି । ଜାନୁଆରୀରେ ଅତ୍ୟଧିକ ଥଣ୍ଡା ହେଉଥିବା ବେଳେ ସୂର୍ଯ୍ୟଙ୍କ ତାପ କମ୍ ଥାଏ । ତେଣୁ କୁମ୍ଭକାରମାନେ ଚିନ୍ତିତ ଥିଲେ। କିନ୍ତୁ ସୋମବାରର ସୂର୍ଯ୍ୟୋଦୟ ଯେମିତି ତାଙ୍କ ପାଇଁ ନୂତନ ଆଶା ସଞ୍ଚାର କରିଥିଲା । ଲାଗୁଥିଲା ସୂର୍ଯ୍ୟଦେବ ମଧ୍ୟ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସେମିତି ଉତ୍ସାହିତ ଅଛନ୍ତି, ଯେପରି ସମଗ୍ର ଦେଶବାସୀ ଅଛନ୍ତି । ସୂର୍ଯ୍ୟଙ୍କୁ ଦେଖି କୁମ୍ଭକାରମାନେ ଚକ ଉପରେ ଦୀପ ତିଆରି କରିବା ଆରମ୍ଭ କରିଦେଇଥିଲେ । ତେବେ ଏଥର ବଜାରରେ ପଦ୍ମଫୁଲ ଆକୃତି ଛପା ଯାଇଥିବା ଦୀପଗୁଡ଼ିକର ବହୁତ ଚାହିଦା ରହିଛି । ଦୀପ ବିକ୍ରେତା ରାଜେନ୍ଦ୍ର କୁମାର ପ୍ରଜାପତି କହିଛନ୍ତି, ’’ଏଥର 22 ଜାନୁଆରୀରେ ଦୀପ ପାଇଁ ତାଙ୍କ ପାଖରେ ଅଧିକ ଭିଡ଼ ହେଉଛି । ତେବେ ଦୀପାବଳି ଅପେକ୍ଷା ଏବେ ଅଧିକ ଦୀପ ବିକ୍ରି ହେଉଛି । ଥଣ୍ଡା କାରଣରୁ ଦୀପ ପ୍ରସ୍ତୁତ କିରିବାରେ ଅସୁବିଧା ହେଉଥିଲେ ମଧ୍ୟ ପ୍ରଥମ ଥର ପାଇଁ ବଜାରରେ ଏହି ପଦ୍ମଫୁଲ ଆକୃତି ଛପା ଯାଇଥିବା ଦୀପ ଗୁଡ଼ିକ ବଜାରକୁ ଆସିଛି ଏବଂ ଏହାର ଡିମାଣ୍ଡ ଲୋକଙ୍କ ମଧ୍ୟରେ ଅଧିକ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.