ETV Bharat / bharat

ଡେଲଟା ପ୍ଲସ ଭାରିଆଣ୍ଟ ନେଲା ମହିଳାଙ୍କ ଜୀବନ

ଚିନ୍ତା ବଢାଇଲାଣି କୋରୋନା ଭାଇରସର ଡେଲଟା ପ୍ଲସ ଭାରିଆଣ୍ଟ । ମହାରାଷ୍ଟ୍ରରେ ଜଣେ ମହିଳା ୬୩ ବର୍ଷିୟ ମହିଳାଙ୍କ ମୃତ୍ୟୁ ହୋଇଛି । ତାଙ୍କ ଠାରେ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଛି । ଅଧିକ ପଢନ୍ତୁ.....

author img

By

Published : Aug 13, 2021, 9:55 AM IST

ଡେଲଟା ପ୍ଲସ ଭାରିଆଣ୍ଟ ନେଲା ମହିଳାଙ୍କ ଜୀବନ
ଡେଲଟା ପ୍ଲସ ଭାରିଆଣ୍ଟ ନେଲା ମହିଳାଙ୍କ ଜୀବନ

ମୁମ୍ବାଇ: ଚିନ୍ତା ବଢାଇଲାଣି କୋରୋନା ଭାଇରସର ଡେଲଟା ପ୍ଲସ ଭାରିଆଣ୍ଟ । ମହାରାଷ୍ଟ୍ରରେ ଜଣେ ମହିଳା ୬୩ ବର୍ଷିୟ ମହିଳାଙ୍କ ମୃତ୍ୟୁ ହୋଇଛି । ତାଙ୍କ ଠାରେ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏନେଇ ସ୍ଥାନୀୟ ମୁନସିପାଲ କର୍ପୋରେସନ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁସାରେ, ମହାରାଷ୍ଟ୍ରରେ ରହୁଥିବା ଜଣେ ଗୃହିଣୀ ଜୁଲାଇ ୨୧ରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ପରେ ତାଙ୍କୁ ଚିକିତ୍ସା ପାଇଁ ୨୪ରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଅକ୍ସିଜେନ ଲେଭଲ କମ୍‌ ଥିବାରୁ ଅକ୍ସିଜେନ ମଧ୍ୟ ଦିଆଯାଇଥିଲା । କିନ୍ତୁ ଜୁଲାଇ ୨୭ରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ମହିଳା ଜଣକ ଫୁସଫୁସ ରୋଗରେ ପୀଡିତ ମଧ୍ୟ ଥିଲେ । ଯେଉଁଥିପାଇଁ ସେ କୋଭିଡ ସଂକ୍ରମଣ ପୂର୍ବରୁ ଘରେ ତାଙ୍କୁ ଅକ୍ସିଜେନ ଯୋଗେ ଚିକିତ୍ସା ମଧ୍ୟ କରାଯାଉଥିଲା । ମହାମାରୀ ସମୟରେ ବି ମହିଳା ଦେଶ ବାହାରକୁ ଯାତ୍ରା କରି ନଥିଲେ । ମହିଳା ଜଣକ ୨ଟି କୋଭିସିଲ୍ଡ ଡୋଜ ମଧ୍ଯ ନେଇଥିଲେ ।

ସେହିପରି ମହାରାଷ୍ଟ୍ରର ରତ୍ନଗିରି ଅଞ୍ଚଳର ସାଙ୍ଗମେଶ୍ୱରର ଜଣେ ୮୦ ବର୍ଷିୟ ଡେଲଟା ପ୍ଲସ ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ । ସଂକ୍ରମିତ ମହିଳାଙ୍କୁ ଜିଲ୍ଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଜୁନ୍ ମାସରେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଡେଲଟା ପ୍ଲସରେ ମୃତ୍ୟୁବରଣ କରିଥିବା ମହିଳାଙ୍କର ଅନ୍ୟାନ୍ୟ ରୋଗ ମଧ୍ୟ ରହିଥିଲା । ରାଜ୍ୟରେ ଡେଲଟା ପ୍ଲସ୍ ଭାରିଆଣ୍ଟର ଏହା ଥିଲା ପ୍ରଥମ ମୃତ୍ୟୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.