ବେଙ୍ଗାଲୁରୁ: ଆମେ ବର୍ତ୍ତମାନର ଜୀବନଶୈଳୀରେ ମାର୍କେଟରୁ ଜିନିଷ କିଣିବା ପରିବର୍ତ୍ତେ ଅନଲାଇନରୁ ଅର୍ଡର କରିବା ପାଇଁ ବେଶି ପସନ୍ଦ କରୁଛନ୍ତି । କମ ସମୟ, ସଠିକ ପ୍ରାଇସ, ଅଧିକ ଭେରାଇଟର ଉପଲବ୍ଧତା ସାଙ୍ଗକୁ ଘରେ ଡେଲିଭରୀ ଆଦି ସରଳତା ପାଇଁ ଆମେ ଏବେ ମାର୍କେଟ ଅପେକ୍ଷା ଅନଲାଇନକୁ ବେଶି ଭରସା କରୁଛନ୍ତି । କିଛି ଦୋକାନ ବା ସପିଂ ସେଣ୍ଟର ମଧ୍ୟ ଜିନିଷ କିଣିବା ପରେ ହୋମ ଡେଲିଭରୀ ସୁବିଧା ଉପଲବ୍ଧ କରାଇଲେଣି ।
ସାମଗ୍ରୀର କ୍ରୟ ବେଳେ ଆଗୁଆ ପେମେଣ୍ଟ ମଧ୍ୟ କରାଯାଉଛି । ହେଲେ ଅଧିକ ମୂଲ୍ୟର ଜିନିଷ କିଣି ହୋମ ଡେଲିଭରୀ ମାଧ୍ୟମରେ ଘରକୁ ମଗାଇବା କେତେ ଯେ ଅସୁରକ୍ଷିତ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ । ଆଇଫୋନ ସେଟ ଧରି ଆସିଥିବା ଡେଲିଭରୀ ବଏ ଏ ସମସ୍ତ ସାମଗ୍ରୀ ଧରି ଫେରାର ହୋଇଯାଇଥିବା ପରି ଘଟଣା ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି ।
ମିଳିଥିବା ସୂଚନା ଅନୁସାରେ, ଜଣେ ବ୍ୟକ୍ତି ଏକ ଦୋକାନରୁ 5 ଟି ଆଇଫୋନ ଓ ଗୋଟିଏ ଆପଲ ଘଣ୍ଟା ଏକ ଦୋକନାରୁ କିଣିଥିଲେ । ଦୋକାନରେ ହୋମ ଡେଲିଭରୀ ଅପ୍ସନ ମଧ୍ୟ ଥିଲା । ତେଣୁ ଏହାକୁ ବ୍ୟବହାର କରିବା ପାଇଁ ଆଗ୍ରହ ଦେଖାଇଥିଲେ ସମ୍ପୃକ୍ତ ଗ୍ରାହକ । ହେଲେ ଡେଲିଭରୀ ପାଇଁ ସାମଗ୍ରୀ ଧରି ଆସିଥିବା ଦୁଇ ଯୁବକ 5ଟି ଆଇଫୋନ ସହ ଗୋଟିଏ ଅପଲ ଘଣ୍ଟାକୁ ଧରି ଫେରାର ହୋଇଯାଇଥିବା ସୂଚନା ମିଳିଛି । ଏହି ଡେଲିଭରୀ ବଏ ଦୁଇଜଣଙ୍କ ଅର୍ଡର ଅନୁସାରେ ଷ୍ଟୋରରୁ ସମଗ୍ରୀ ଧରି ଗ୍ରାହକଙ୍କ ଠିକଣା ଅଭିମୁଖେ ବାହାରିଥିଲେ । ଏହାକୁ ଗ୍ରାହକଙ୍କୁ ଡେଲିଭରୀ ନକରି ସେ ଫେରାର ହୋଇଯାଇଛନ୍ତି । ଏନେଇ ସମ୍ପୃକ୍ତ ଗ୍ରାହକ ଓ ଦୋକାନ କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିବା ପରେ ଫେରାର ଡେଲିଭରୀ ବଏ ଦୁଇଜଣଙ୍କୁ ଠାବ କରିବା ପାଇଁ ପୋଲିସ ପ୍ରୟାସ କରୁଛି ।
ଘଟଣା ଅନୁସାରେ, ତସଲିମ ଆରିଫ ନାମକ ଜଣେ ଗ୍ରାହକ ଏହି ଅଭିଯୋଗ କରିଛନ୍ତି । ସେ ମାର୍ଚ୍ଚ 5 ରେ ସୁନାକାଲର ଏକ ଦୋକାନରୁ 5 ଟି ଆଇଫୋନ ଓ ଗୋଟିଏ ଅପଲର ଘଣ୍ଟା କିଣିଥିଲେ । ଉକ୍ତ ଦୋକାନରେ ଅର୍ଡର ଚେଲିଭରୀ ସୁବିଧା ଥିବାରୁ ସେ ଏହି ସାମଗ୍ରୀ ତାଙ୍କ ଠିକଣାରେ ପହଞ୍ଚାଇ ଦେବାପାଇଁ ଉଦ୍ଦିଷ୍ଟ ଅପସନ ଆକ୍ଟିଭ କରିଥିଲେ । ହେଲେ ଅରୁଣ ପାଟିଲ ଏବଂ ନୟନ.ଜେ ନାମକ ଦୁଇ ଡେଲିଭରୀ ବଏ ତାଙ୍କ ଠିକଣାରେ ମାଲ ଡେଲିଭରୀ ନକରି ଫେରାର ହୋଇଯାଇଥିବା ସେ ଅଭିଯୋଗ କରିଥିଲେ । ଘଟଣା ପରେ ଉଭୟଙ୍କ ମୋବାଇଲ ଫୋନ ବନ୍ଦ ରହିଛି । ସେମାନଙ୍କ ବିରୋଧରେ ଥାନାରେ ମାମଲା ଦାଏର ହେବା ପରେ ଏହି ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ