ETV Bharat / bharat

ରାମ ମନ୍ଦିର ନିର୍ମାଣ ପାଇଁ ୧୧୫ ଦେଶରୁ ଆସୁଛି ପାଣି - ୧୧୫ ଦେଶରୁ ଆସୁଛି ପାଣି

ଅଯୋଧ୍ୟା ପାଇଁ ଆସୁଛି ପାଣି । ୧୧୫ଟି ଦେଶରୁ ରାମ ମନ୍ଦିର ପାଇଁ ପାଣି ମଗାଯାଉଥିବା ଦାବି କରିଛି ଏକ ଏନଜିଓ । ଖୁବ ଶୀଘ୍ର ଏହା ଆଯୋଧ୍ୟା ପହଞ୍ଚିବ ବୋଲି କହିଛି ବେସରକାରୀ ସଂଗଠନ । ଅଧିକ ପଢନ୍ତୁ...

ରାମମନ୍ଦିର ନିର୍ମାଣ ପାଇଁ ୧୧୫ ଦେଶରୁ ଆସୁଛି ପାଣି

author img

By

Published : Aug 26, 2021, 9:10 AM IST

ନୂଆଦିଲ୍ଲୀ: ଅଯୋଧ୍ୟା ପାଇଁ ଆସୁଛି ପାଣି । ୧୧୫ଟି ଦେଶରୁ ରାମ ମନ୍ଦିର ପାଇଁ ପାଣି ମଗାଯାଉଥିବା ଦାବି କରିଛି ଏକ ଏନଜିଓ । ଖୁବ ଶୀଘ୍ର ଏହା ଅଯୋଧ୍ୟା ପହଞ୍ଚିବ ବୋଲି କହିଛି ବେସରକାରୀ ସଂଗଠନ ।

ଦିଲ୍ଲୀର ଏକ ବେସରକାରୀ ସଂଗଠନ ଷ୍ଟଡି ସର୍କଲ ଅନୁଯାୟୀ ଅଷ୍ଟ୍ରେଲିଆ, ବାଙ୍ଗଳାଦେଶ, କନାଡା, କ୍ୟୁବା, ଡିଆରପି କଙ୍ଗୋ, ଫିଜି, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଇଣ୍ଡୋନେସିଆ, ଆୟାରଲାଣ୍ଡ, ଇସ୍ରାଏଲ, ଜାପାନ, କେନିଆ, ଲାଇବେରିଆ, ମାଲେସିଆ, ମରିସସ୍, ମିଆଁମାର, ମୋଙ୍ଗୋଲିଆ, ମରକ୍କୋ, ମାଳଦ୍ବୀପ ଏବଂ ନ୍ୟୁଜିଲ୍ୟାଣ୍ଡ ଭଳି ୧୧୫ଟି ଦେଶରୁ ରାମ ମନ୍ଦିର ପାଇଁ ଜଳ ଆମଦାନୀ ହେଉଛି । ତେବେ ଏହି ଦାବିରେ କେତେ ଦୂର ସତ୍ୟତା ରହିଛି ତାହା ସ୍ପଷ୍ଟ ହୋଇନାହିଁ ।

ଏହି ଏନଜିଓର ମୁଖ୍ୟ ତଥା ଦିଲ୍ଲୀର ପୂର୍ବତନ ବିଜେପି ବିଧାୟକ ବିଜୟ ଜାଁଲି କହିଛନ୍ତି ଯେ ବିଶ୍ବ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ ସଭାପତି ଅଶୋକ ସିଙ୍ଗଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ନେତା ଏଲ.କେ ଆଡଭାନୀଙ୍କଠାରୁ ଏହି ପ୍ରେରଣା ମିଳିଛି । ଗତ ବର୍ଷ ଅଗଷ୍ଟ ୨ରେ ମୋଦି ରାମ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।

ସେ ଏକ ବିବୃତ୍ତିରେ କହିଛନ୍ତି ଯେ ଯେଉଁ ସମୟରେ କୋରୋନା ମହାମାରୀ ହେତୁ ଲୋକମାନେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାତ୍ରା କରିବାରେ ଅସମର୍ଥ ହୋଇଥିଲା । ଆମେ ଆମର ଐତିହାସିକ ବିଶ୍ବାସ ସଫଳ ହୋଇଛୁ । ମର୍ଯ୍ୟାଦା ପୁରୁଷ ଭଗବାନ ପ୍ରଭୁ ଶ୍ରୀ ରାମ କେବଳ ଅଯୋଧ୍ୟା ଲୋକଙ୍କ ପାଇଁ ନୁହଁନ୍ତି ବରଂ ଆଧୁନିକ ବିଶ୍ବର ଲକ୍ଷ ଲକ୍ଷ ଲୋକ ତାଙ୍କୁ ପୂଜା କରନ୍ତି । ଏହି ସଂଗଠନ ଆସନ୍ତା ମାସରେ ଅଯୋଧ୍ୟାକୁ ଏହି ଜଳ ପଠାଇବାକୁ ଯୋଜନା କରିଛି ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.