ETV Bharat / bharat

ଦିଲ୍ଲୀରେ ବିଷାକ୍ତ ହେଉଛି ବାୟୁ, ଗୁଣବତ୍ତା ‘ଅତ୍ୟନ୍ତ ଖରାପ’ - delhi air quality Slips

ଦିଲ୍ଲୀରେ ବଢୁଛି ବାୟୁ ପ୍ରଦୂଷଣ । ଶନିବାର ଅତ୍ୟନ୍ତ ଖରାପ ଶ୍ରେଣୀରେ ପହଞ୍ଚିଲା ଜାତୀୟ ରାଜଧାନୀରେ ବାୟୁ ଗୁଣବତ୍ତା । ଅଧିକ ପଢନ୍ତୁ...

ଦିଲ୍ଲୀରେ ବିଷାକ୍ତ ହେଉଛି ବାୟୁ, ଗୁରୁତର ବର୍ଗରେ ରାଜଧାନୀ

author img

By

Published : Oct 17, 2021, 10:24 AM IST

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବଢୁଛି ବାୟୁ ପ୍ରଦୂଷଣ । ପୁଣି ବିଗିଡିବାରେ ଲାଗିଛି ସ୍ଥିତି । ଶନିବାର ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ଜଣାପଡିଛି । ଗତ ଦୁଇ ଦିନରେ ଚାଷ ଜମିରେ ନଡା ଜଳିବା ସହ ପରିବର୍ତ୍ତିତ ଜଳବାୟୁ ଯୋଗୁଁ ସହରର ବାୟୁ ବିଷାକ୍ତ ହୋଇପଡିଛି । ରାଜଧାନୀ ସମେତ ହରିୟାଣା ଏବଂ ଉତ୍ତରପ୍ରଦେଶର ଅନେକ ସହରରେ ମଧ୍ୟ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି ।

SAFAR ଅନୁଯାୟୀ, ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ ୨.୫ ପିଏମ ସହ ଅତ୍ୟନ୍ତ ଉଦବେଗଜନକ ରହିଛି । ନଡା ଜଳାଯିବା ଯୋଗୁଁ ଦିଲ୍ଲୀ ବାୟୁ ପ୍ରଦୂଷଣ ୧୪ ପ୍ରତିଶତ ବୃଦ୍ଧି ପାଇଛି । ଚାଷ ଜମିରେ ନଡା ପୋଡା ଘଟଣା ଧୀରେ ଧୀରେ ବଢିବା ସହ ପବନର ଗତ ମଧ୍ୟ ଏଥିପ୍ରତି ଅନୁକୂଳ ରହିଛି । ଯେଉଁ କାରଣରୁ ପ୍ରଦୂଷଣ ମଧ୍ୟ ବଢିବାରେ ଲାଗିଛି । ଆଜି ଦିଲ୍ଲୀରେ ବର୍ଷା ସମ୍ଭାବନା ଥିବାବେଳେ ଏହାଦ୍ବାରା ବାୟୁ ଗୁଣବତ୍ତାରେ ସୁଧାର ଆସିପାରିବ ବୋଲି ଆଶା କରାଯାଉଛି ।

ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନ ଆକଳନ ଅନୁସାରେ, ଗତ ଦୁଇ ଦିନରେ ଚାଷ ଜମିରେ ପ୍ରାୟ ୧,୯୪୮ ନଡା ଜଳିବା ମାମଲା ସାମ୍ନାକୁ ଆସିଛି । ଯାହାକି ଅକ୍ଟୋବର ସୁଦ୍ଧା ୧,୭୯୫ଟି ଥିଲା । ଗତ ଦୁଇ ଦିନରେ ପଞ୍ଜାବରେ ୧,୦୮୯, ହରିୟାଣାରେ ୫୩୯, ଉତ୍ତରପ୍ରଦେଶରେ ୨୭୦, ରାଜସ୍ଥାନରେ ୧୦, ମଧ୍ୟପ୍ରଦେଶରେ ୪୦ ନଡା ପୋଡା ଘଟଣାବଳୀ ରେକର୍ଡ ହୋଇଛି ।

ଉଲ୍ଲେଖଯୋଗ୍ୟ, ବାୟୁ ଗୁଣବତ୍ତା ସୂଚକାଙ୍କରେ ପ୍ରଦୂଷଣ ସ୍ତର ୦-୫୦ ରହିଲେ ସବୁଠୁ ଭଲ ବୋଲି କହୁଯାଏ । ସେହିପରି ୫୧-୧୦୦ ରହିଲେ ସନ୍ତୋଷଜନକ, ୧୦୧-୨୦୦ ରହିଲେ ମଧ୍ୟମ, ୨୦୧-୩୦୦ ରହିଲେ ଖରାପ, ୩୦୧-୪୦୦ ଅତ୍ୟନ୍ତ ଖରାପ ଏବଂ ୪୦୦-୫୦୦ ରହିଲେ ଅତ୍ୟନ୍ତ ଗୁରୁତର ବୋଲି ଗ୍ରହଣ କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.