ETV Bharat / bharat

ସୁଧୁରୁନି ଦିଲ୍ଲୀର ବାୟୁ ଗୁଣାବତ୍ତା, ସର୍ବନିମ୍ନ ତାପମାତ୍ରା ୧୨.୬ ଡିଗ୍ରୀ ରେକର୍ଡ

author img

By

Published : Nov 12, 2022, 1:12 PM IST

ଜାତୀୟ ରାଜଧାନୀରେ ସାଙ୍ଘାତିକ ହେଉଛି ବାୟୁ ପ୍ରଦୂଷଣ । ସକାଳ ୯ଟାରେ ଦିଲ୍ଲୀର ବାୟୁ ଗୁଣାବତ୍ତା ୩୧୧ ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ

ସୁଧୁରୁନି ଦିଲ୍ଲୀର ବାୟୁ ଗୁଣାବତ୍ତା
ସୁଧୁରୁନି ଦିଲ୍ଲୀର ବାୟୁ ଗୁଣାବତ୍ତା

ନୂଆଦିଲ୍ଲୀ: ଦୀପାବଳି ଠାରୁ ଖରାପ ସ୍ଥିତିରେ ରହିଛି ଦିଲ୍ଲୀ ବାୟୁ । ରାଜଧାନୀରେ ବାୟୁ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି । ଆଜି ମଧ୍ୟ ଖରାପ ସ୍ଥିତିରେ ରହିଛି ଦିଲ୍ଲୀର ବାୟୁ ଗୁଣାବତ୍ତା (Delhi Air Quality index dips to very Poor) । ଆଜି(ଶନିବାର) ସକାଳ ୯ଟାରେ ଦିଲ୍ଲୀର ବାୟୁ ଗୁଣାବତ୍ତା ୩୧୧ ରହିଥିବା ନେଇ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(CPCB) ପକ୍ଷରୁ ସୂଚନା ଦିଆଯାଇଛି ।

ସରକାରୀ ଏଜେନ୍ସି ଅନୁଯାୟୀ, ବାୟୁ ଗୁଣବତ୍ତା ସୂଚକାଙ୍କ ୦-୫ ପରିସର ମଧ୍ୟରେ ରହିଲେ ଉତ୍ତମ ବୋଲି କୁହାଯାଇପାରିବ । ୫୧-୧୦୦ ମଧ୍ୟରେ ରହିଲେ ସନ୍ତୋଷଜନକ ଓ ୧୦୧-୨୦୦ ମଧ୍ୟରେ ରହିଲେ ମଧ୍ୟମ ଧରଣର ବୋଲି କୁହାଯାଇପାରିବ ।୨୦୧-୩୦୦ ଖରାପ ଏବଂ ୩୦୧-୪୦୦ ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଓ ୪୦୧-୫୦୦ ମଧ୍ୟରେ ରହିଲେ ସ୍ଥିତି ଗମ୍ଭୀର ବୋଲି ବିବେଚନା କରାଯାଏ ।

ଏହା ମଧ୍ୟ ପଢନ୍ତୁ: ୬୬ ବର୍ଷରେ ଆଖି ବୁଝିଲେ କେଭିନ କନ୍‌ରୋଏ, ବ୍ୟାଟ୍‌ମ୍ୟାନ ସିରିଜ୍‌ରେ ଦେଇଥିଲେ ସ୍ଵର

ସେହିପରି ଭାରତୀୟ ପାଣିପାଗର କହିବା ଅନୁସାରେ, "ଆଜି ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୨.୬ ଡିଗ୍ରୀ ରେକର୍ଡ କରାଯାଇଛି । ଏବଂ ବାୟୁମଣ୍ଡଳର ଆଦ୍ରତା ସକାଳ ୮ଟା ୩୦ ସମୟରେ ୭୬% ରେକର୍ଡ କରାଯାଛି । ଆଜି ଦିନସାରା ଆକାଶ ମେଘମୁକ୍ତ ରହିବ ଏବଂ ସର୍ବାଧିକ ତାପମାତ୍ରା ୨୯ ଡିଗ୍ରୀ ଯାଏଁ ହୋଇପାରେ ।"

ସୂଚନାଅନୁସାରେ, ଗତକାଲି(ଶୁକ୍ରବାର) ସର୍ବାଧିକ ତାପମାତ୍ରା ୨୮.୫ ଡିଗ୍ରୀ ରେକର୍ଡ କରାଯାଇଥିଲା । ଏବଂ ଦିନସାରା ଭିତରେ ସର୍ବାଧିକ ବାୟୁ ଗୁଣାବତ୍ତା ୩୪୬ ରେକର୍ଡ କରାଯାଇଥିଲା । ଦିଲ୍ଲୀ ଏନସିଆରରେ GRAP ପ୍ଲାନ ଜାରି ରହିବ ବୋଲି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ପକ୍ଷରୁ ଶୁକ୍ରବାର କୁହାଯାଇଛି । ଏହାସହ ଅତ୍ୟାବଶ୍ୟକ ପ୍ରକଳ୍ପ ବ୍ୟତୀତ ଅନ୍ୟ ସମସ୍ତ ନିର୍ମାଣ କାର୍ଯ୍ୟକୁ ବ୍ୟାନ କରିବା ନେଇ ନିର୍ଦ୍ଦଶ ଦିଆଯାଇଛି(Restrictions on construction demolition activities in Delhi) । ଇଟା ଚୁଲି, ମିକ୍ସ ପ୍ଲାଣ୍ଟ ଏବଂ ପଥର କ୍ରସରଗୁଡିକ ମଧ୍ୟ କାର୍ଯ୍ୟ କରିବାକୁ ମଧ୍ୟ ବାରଣ କରାଯାଇଛି । ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନର ତଥ୍ୟ ଅନୁଯାୟୀ ପଞ୍ଜାବରେ ଚାଷ ଜମିରେ ନିଆଁ ଲଗାଉଥିବା ସଂଖ୍ୟା ୧୮୯୩ ରୁ ୩୯୧୬ କୁ ବୃଦ୍ଧି ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.