ETV Bharat / bharat

ରାଜଧାନୀରେ ବଢୁଛି ପ୍ରଦୂଷଣ, ଦିଶୁନି ମୁହଁକୁ ମୁହଁ

author img

By

Published : Feb 17, 2021, 11:03 AM IST

ରାଜଧାନୀରେ ଜାରି ରହିଛି ବାୟୂ ପ୍ରଦୂଷଣ । ବୁଧବାର ଦିଲ୍ଲୀ ସହରରେ ଏୟାର କ୍ବାଲିଟି ଇଣ୍ଡେକ୍ସରେ ବାୟୁର ଗୁଣବତ୍ତା 332 ପାରା ମିଟର ରହିଥିବା ଏସଏଏଫଓଆର ପକ୍ଷରୁ ରିପୋର୍ଟ ଜାରି ହୋଇଛି । ଅଧିକ ପଢନ୍ତୁ...

ଦିଲ୍ଲୀରେ ବୃଦ୍ଧି ପାଇଲା ବାୟୁ ପ୍ରଦୂଷଣ
ଦିଲ୍ଲୀରେ ବୃଦ୍ଧି ପାଇଲା ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ରାଜଧାନୀରେ ଜାରି ରହିଛି ବାୟୂ ପ୍ରଦୂଷଣ । ଘନ କୁହୁଡି ଯୋଗୁଁ ବାୟୁର ପ୍ରଦୂଷଣ ମାତ୍ରା ଅତ୍ୟଧିକ ବଢିବାରେ ଲାଗିଛି । ବୁଧବାର ଦିଲ୍ଲୀ ସହରରେ ଏୟାର କ୍ବାଲିଟି ଇଣ୍ଡେକ୍ସରେ ବାୟୁର ଗୁଣବତ୍ତା 332 ପାରା ମିଟର ରହିଥିବା ଏସଏଏଫଓଆର ପକ୍ଷରୁ ରିପୋର୍ଟ ଜାରି ହୋଇଛି । ଆଜି ସକାଳୁ କୁହୁଡି ଯୋଗୁଁ ପାଖ ଜିନିଷ ବି ଦେଖିବା ମୁସ୍କିଲ ହୋଇପଡିଛି । ଫଳରେ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ଆଗକୁ ଆହୁରି ଶୀତ ବଢିବା ଆଶଙ୍କା ରହିଛି ।

ସୂଚନା ଥାଉକି ଏୟାର କ୍ବାଲିଟି ଇଣ୍ଡେକ୍ସରେ ବାୟୁର ଗୁଣବତ୍ତା ଯଦି 0 ରୁ 50 ଥାଏ ତେବେ ବାୟୁର ମାନ ଅତ୍ୟନ୍ତ ଭଲ ବୋଲି କହିପାରିବା । ସେହିପରି ବାୟୁର ଗୁଣବତ୍ତା 51 ରୁ 100କୁ ଆସେ ତେବେ ବାୟୁର ମାନ ସ୍ବାଭାବିକ । 101 ରୁ 200 ଥିଲେ ଖରାପ, 201 ରୁ 300 ଥିଲେ ଅତ୍ୟନ୍ତ ଖରାପ, 301 ରୁ 400 ଥିଲେ ବାୟୁର ଗୁଣବତ୍ତା ସାଂଘାତିକ ସ୍ଥରରେ ଗତି କରୁଛି ବୋଲି ଆମେ କହିପାରିବା ।

ଏସଏଏଫଏଆର ଅନୁସାରେ ପାରାମିଟରକୁ ଯଦି ଲକ୍ଷ୍ୟ କରିବା ତେବେ ପିଏମ 10ରେ ଏୟାର କ୍ବାଲିଟି 305 ରହିଛି । ଯାହାକି ଅତ୍ୟନ୍ତ ଖରାପ ସ୍ଥରରେ ରହିଛି । ଆଜି ଦିଲ୍ଲୀରେ ତାପମାତ୍ରା ମଧ୍ୟ ହ୍ରାସ ପାଇ 12.6 ଡିଗ୍ରୀ ରହିଥିବା ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.