ETV Bharat / bharat

ଦିଲ୍ଲୀରେ ସୁଧୁରୁନି ବାୟୁ ଗୁଣବତ୍ତା - ବିଗୁଡିଛି ଦିଲ୍ଲୀର ବାୟୁ ଗୁଣବତ୍ତା

ସୋମବାର ମଧ୍ୟ ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି । ଅଧିକ ପଢନ୍ତୁ...

ଦିଲ୍ଲୀରେ ବିଗୁଡିଛି ବାୟୁ ଗୁଣବତ୍ତା
ଦିଲ୍ଲୀରେ ବିଗୁଡିଛି ବାୟୁ ଗୁଣବତ୍ତା
author img

By

Published : Feb 22, 2021, 9:57 AM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବାୟୁ ଗୁଣବତ୍ତା ସୋମବାର ମଧ୍ୟ ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି । ତେବେ ଗତ 2 ଦିନ ଧରି ଏହି ବର୍ଗରେ ବାୟୁ ଗୁଣବତ୍ତା ରହିଥିବା ସିଷ୍ଟମ ଅଫ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ(SAFAR) ସୂଚନା ଦେଇଛି ।

ଦିଲ୍ଲୀରେ ପବନର ବେଗ କମ ରହିଥିବା ବେଳେ ଦକ୍ଷିଣ-ପଶ୍ଚିମ ଦିଗରେ ବହୁଥିବା ଲକ୍ଷ୍ୟ କରାଯାଇଛି । ତେବେ ଆଗାମୀ 2 ଦିନ ମଧ୍ୟରେ ଦିଲ୍ଲୀ ବାୟୁରେ ସାମାନ୍ୟ ପରିବର୍ତ୍ତନ ଆସିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କହିଛି । ତେବେ ସୋମବାର ବାୟୁ ଗୁଣବତ୍ତା 309 ରେ ରହିଛି । ଆଗାମୀ 2 ଦିନ ମଧ୍ୟରେ ବାୟୁ ଗୁଣବତ୍ତାରେ ସାମାନ୍ୟ ପରିବର୍ତ୍ତନ ଆସିଲେ ମଧ୍ୟ ଫେବୃଆରୀ 22ତାରିଖରୁ 24 ତାରିଖରେ ମଧ୍ୟରେ ମଧ୍ୟ ଏହା ଖରାପ ସ୍ଥିତିରେ ରହିବ ବୋଲି ଜଣାପଡିଛି ।

ଏକ୍ୟୁଆଇ 0-50 ମଧ୍ୟରେ ରହିଲେ ଏହାକୁ 'ଭଲ' ବୋଲି ବିଚାର କରାଯାଏ । ସେହିପରି 51-100 ମଧ୍ୟରେ ରହିଲେ ସନ୍ତୋଷଜନକ, 100-200 ମଧ୍ୟରେ ରହିଲେ ମଧ୍ୟମ, 201-300 ମଧ୍ୟରେ ରହିଲେ ଖରାପ, 301-400 ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଏବଂ 401-500 ମଧ୍ୟରେ ରହିଲେ ଗମ୍ଭୀର ବୋଲି ବିଚାର କରାଯାଏ ।

ପାଣିପାଗ ପୂର୍ବାନୁମାନ ଏଜେନ୍ସି ଅନୁସାରେ ସୋମବାର 5ଟା 30 ମିନିଟ ପର୍ଯ୍ୟନ୍ତ ତାପମାତ୍ରା 13 ଡିଗ୍ରୀ ରେକର୍ଡ କରାଯାଇଛି । ଅନ୍ୟପଟେ ଦିଲ୍ଲୀରେ ଘନ କୁହୁଡି ରେକର୍ଡ କରାଯାଇଥିବା ବେଳେ 500ମିଟର ପର୍ଯ୍ୟନ୍ତ ରାସ୍ତା ଦୃଶ୍ୟମାନ ହେଉଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.