ETV Bharat / bharat

ଦିପାବଳୀ ପୂର୍ବରୁ ବିଷାକ୍ତ ହେଲା ଦିଲ୍ଲୀ ବାୟୁ - ବାୟୁ ଗୁଣବତ୍ତା ସୂଚକାଙ୍କ

ଦିପାବଳୀ ପୂର୍ବରୁ ବିଗିଡିଲାଣି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବାୟୁର ଗୁଣବତ୍ତା । ବୁଧବାର ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ଜଣାପଡିଛି । ବାୟୁ ଗୁଣବତ୍ତା ସୂଚକାଙ୍କ 303 ରେକର୍ଡ କରାଯାଇଛି । ଯାହାକି ଦିଲ୍ଲୀ ପାଇଁ ଅତ୍ୟନ୍ତ ଜଟିଳ ସ୍ଥିତି ସୃଷ୍ଟି କରିଛି । ଅଧିକ ପଢନ୍ତୁ...

ଦିପାବଳୀ ପୂର୍ବରୁ ବିଷାକ୍ତ ହେଲା ଦିଲ୍ଲୀ ବାୟୁ

author img

By

Published : Nov 3, 2021, 1:02 PM IST

ନୂଆଦିଲ୍ଲୀ: ଦିପାବଳୀ ପୂର୍ବରୁ ବିଗିଡିଲାଣି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବାୟୁର ଗୁଣବତ୍ତା । ବୁଧବାର ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ଜଣାପଡିଛି। ବାୟୁ ଗୁଣବତ୍ତା ସୂଚକାଙ୍କ 303 ରେକର୍ଡ କରାଯାଇଛି । ଯାହାକି ଦିଲ୍ଲୀ ପାଇଁ ଅତ୍ୟନ୍ତ ଜଟିଳ ସ୍ଥିତି ସୃଷ୍ଟି କରିଛି । ଏନେଇ ସେଣ୍ଟ୍ରାଲ କଣ୍ଟ୍ରୋଲ ପଲ୍ୟୁସନ ବୋର୍ଡ ସୂଚନା ଦେଇଛି । ଦିଲ୍ଲୀର ଫରିଦାବାଦରେ ବାୟୁ ଗୁଣବତ୍ତା ସୂଚକାଙ୍କ 306ରେ ରେକର୍ଡ କରାଯାଇଛି । ସେହିପରି ଗାଜିଆବାଦ (334) ଏବଂ ନୋଏଡା (303) ମଧ୍ୟ ବାୟୁ ଗୁଣବତ୍ତା ରେକର୍ଡ ହୋଇଛି ।

ଏହାପୂର୍ବରୁ, ଅର୍ଥାତ ଅକ୍ଟୋବର ୧୭ ତାରିଖରେ ବାୟୁର ଗୁଣବର୍ତ୍ତା ଅର୍ଥାତ AQI ମାନ 298 ଥିଲା । ଯାହା ବାୟୁ ପ୍ରଦୂଷଣ ମାତ୍ର ଖୁବ ଅଧିକ ଥିବା ବେଳେ ଦିଲ୍ଲୀ ପାଇଁ ଜଟିଳ ସ୍ଥିତି ସୃଷ୍ଟି କରିଥିଲା । ସରକାରୀ ଏଜେନ୍ସି ଅନୁଯାୟୀ, ବାୟୁ ଗୁଣବତ୍ତା ସୂଚକାଙ୍କ 0-50 ପରିସର ମଧ୍ୟରେ ରହିଲେ ଉତ୍ତମ ବୋଲି କୁହାଯାଇପାରିବ । 51-100 ମଧ୍ୟରେ ରହିଲେ ସନ୍ତୋଷଜନକ ଓ 101-200 ମଧ୍ୟରେ ରହିଲେ ମଧ୍ୟମ ଧରଣର ବୋଲି କୁହାଯାଇପାରିବ । 201-300 ଖରାପ ଏବଂ 301-400 ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଓ 401-500 ମଧ୍ୟରେ ରହିଲେ ସ୍ଥିତି ଗମ୍ଭୀର ବୋଲି ବିବେଚନା କରାଯାଏ ।

ଦିଲ୍ଲୀରେ ମଙ୍ଗଳବାର ଦିନ ଆଖପାଖ ଅଞ୍ଚଳରେ ନଡା ଜଳାଇବା କାରଣରୁ ୬ ପ୍ରତିଶତ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଥିବା ସିଷ୍ଟମ ଅଫ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ(SAFAR) ପକ୍ଷରୁ ସୂଚନା ମିଳିଛି । ଅକ୍ଟୋବରରେ ଦିଲ୍ଲୀରେ ବର୍ଷା ହୋଇଥିବା ହେତୁ ପ୍ରଦୂଷଣର ମାତ୍ରା କମ ରହିଥିଲା । ହେଲେ ଦିପାବଳୀ ପରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ଦିପାବଳୀର ପୂର୍ବଦିନ ରାତିରେ ବାୟୁର ଗୁଣବତ୍ତା ଅତ୍ୟଧିକ ଖରାପ ଶ୍ରେଣୀକୁ ଖସିପାରେ । ନଡା ଜାଳିବା ଦ୍ବାରା ପ୍ରଦୂଷଣର ମାତ୍ରା ଆହୁରୀ ବୃଦ୍ଧି ପାଇବ । ନଭେମ୍ବର ୫ ତାରିଖରେ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା 40 ପ୍ରିତିଶତକୁ ବୃଦ୍ଧି ପାଇପାରେ ବୋଲି ପୂର୍ବାନୁମାନ କରିଛି ସିଷ୍ଟମ ଅଫ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ(SAFAR) । ସଫାର କହିଛନ୍ତି ଯେ, ଯଦିଓ ଆମେ 2019ର 50 ପ୍ରତିଶତ ଫାୟାରକ୍ରାକ୍ ସମ୍ବନ୍ଧୀୟ ନିର୍ଗମନକୁ ବିଚାର କରୁ, AQI ନଭେମ୍ବର 4 ରାତିରୁ 'ଗୁରୁତର' ଶ୍ରେଣୀକୁ ଖସିଯିବ ବୋଲି ପୂର୍ବାନୁମାନ କରାଯାଇଛି । ଯାହାର ପ୍ରଭାବ ନଭେମ୍ବର 5 ପର୍ଯ୍ୟନ୍ତ ରହିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.