ETV Bharat / bharat

ଦିଲ୍ଲୀ ଅନଲକ: ସୋମବାର ଠୁ କଣ ଖୋଲା କଣ ବନ୍ଦ ଜାଣନ୍ତୁ - ସମସ୍ତ ଦୋକାନ

ଦିଲ୍ଲୀରେ ସଂକ୍ରମଣ ହ୍ରାସ ପାଇବା ପରେ ଆସନ୍ତାକାଲି(ସୋମବାର)ଠୁ ସମସ୍ତ ଦୋକାନ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ଦିଲ୍ଲୀ ଅନଲକ: ସୋମବାରଠୁ ଖୋଲିବ ସମସ୍ତ ଦୋକାନ
ଦିଲ୍ଲୀ ଅନଲକ: ସୋମବାରଠୁ ଖୋଲିବ ସମସ୍ତ ଦୋକାନ
author img

By

Published : Jun 13, 2021, 5:59 PM IST

ନୂଆଦିଲ୍ଲୀ: ରାଜଧାନୀରେ କୋରୋନା ସଂକ୍ରମଣ ହ୍ରାସ ପାଇବା ପରେ ଦିଲ୍ଲୀ ସରକାର କୋରୋନା କଟକଣାକୁ କୋହଳ କରିଛନ୍ତି । ଯୁଗ୍ମ ଅଯୁଗ୍ମ ପଦ୍ଧତିରେ ସହରରେ ଦୋକାନ ବଜାର ଖୋଲୁଥିବା କଟକଣାକୁ ସରକାର ବନ୍ଦ କରିଛନ୍ତି । ଆସନ୍ତାକାଲି(ସୋମବାର)ଠାରୁ ସହରରେ ସମସ୍ତ ଦୋକାନ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ ରବିବାର ଘୋଷଣା କରିଛନ୍ତି ।

ସୋମବାର ସକାଳ 5ଟା ଠାରୁ ସମସ୍ତ କାର୍ଯ୍ୟ ପୂର୍ବ ପରି ସ୍ବାଭାବିକ ଭାବେ ଚାଲିବ । ଦିଲ୍ଲୀ ବଜାରରେ ଯୁଗ୍ମ ଅଯୁଗ୍ମ ପଦ୍ଧତିକୁ ବନ୍ଦ କରାଯାଇଛି । 1 ସପ୍ତାହ ପାଇଁ ସମସ୍ତ ଦୋକାନକୁ ଟ୍ରାଏଲ ବେସିସରେ ଖୋଲାଯିବ । ସଂକ୍ରମଣ ବଢିଲେ ସରକାର ପୁଣି କଡା କାର୍ଯ୍ୟାନୁଷ୍ଠାନ ନେବେ ବୋଲି କେଜିରୱାଲ କହିଛନ୍ତି । ପୂର୍ବଭଳି ସକାଳ 10ଟାରୁ ରାତି 8ଟା ପର୍ଯ୍ୟନ୍ତ ଦୋକାନ ଖୋଲିବ । ସାପ୍ତାହିକ ହାଟକୁ ମଧ୍ୟ ଅନୁମତି ମିଳିଛି । କିନ୍ତୁ 50 ପ୍ରତିଶତ ବ୍ୟବସାୟୀଙ୍କୁ ନେଇ ଖୋଲିବ ।

ରେସ୍ତୋରାଁ 50 ପ୍ରତିଶତ ଗ୍ରାହକଙ୍କୁ ନେଇ ଖୋଲା ରହିବ । ସେହିପରି ଦିଲ୍ଲୀ ମେଟ୍ରୋ ଓ ବସ ମଧ୍ୟ 50 ପ୍ରତିଶତ ଯାତ୍ରୀଙ୍କୁ ନେଇ ଚାଲିବ । ଅଟୋ, ଇ-ରିକ୍ସା ଆଦି 2 ଜଣ ଯାତ୍ରୀଙ୍କୁ ନେଇ ଚାଲିବ ।

କ'ଣ ଖୋଲିବ ?

ସରକାରୀ କାର୍ଯ୍ୟାଳୟରେ 100 ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ହେବ । କିନ୍ତୁ ଘରୋଇ କାର୍ଯ୍ୟାଳୟ 50 ପ୍ରତିଶତ ଲୋକଙ୍କୁ ନେଇ କାର୍ଯ୍ୟ କରିବ । ମାର୍କେଟ କମ୍ପ୍ଲେକ୍ସ, ବଜାର, ମଲ ଆଦି 50 ପ୍ରତିଶତ ବ୍ୟବସାୟୀଙ୍କୁ ନେଇ ଖୋଲା ରହିବ ।

କ'ଣ ବନ୍ଦ ରହିବ ?

ବିଦ୍ୟାଳୟ, କଲେଜ, କୋଚିଂ ସେଣ୍ଟର, ସିନେମା ହଲ, ବାର, ଜିମ, ସ୍ପା, ସେଲୁନ, ବ୍ୟୁଟି ପାର୍ଲର ବନ୍ଦ ରହିବ । ସାମାଜିକ, ରାଜନୈତିକ, କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ, ଏକାଡେମିକ ଆଦି କାର୍ଯ୍ୟକୁ ବାରଣ କରାଯାଇଛି । ସୁଇମିଂ ପୁଲ, ଷ୍ଟାଡିଅମ, ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ସିନେମାନ ଥିଏଟର, ମଲ୍ଟିପ୍ଲେକ୍ସ ଆଦି ବନ୍ଦ ରହିବ । ହୋଟେଲରେ ବିବାହ ଉତ୍ସବକୁ ମଧ୍ୟ ବାରଣ କରାଯାଇଛି ।

ତେବେ ସୂଚନା ଥାଉ କି ଦିଲ୍ଲୀରେ କୋରୋନା ସଂକ୍ରମଣ ବଢିବା ପରେ ଏପ୍ରିଲ 19 ତାରିଖଠାରୁ ଦିଲ୍ଲୀରେ ଲକଡାଉନ ଆରମ୍ଭ ହୋଇଥିଲା । ସଂକ୍ରମଣ ବଢିବା ସହିତ ଲକଡାଉନକୁ ମଧ୍ୟ ବୃଦ୍ଧି କରାଯାଇଥିଲା । ତେବେ ସଂକ୍ରମଣରେ ହ୍ରାସ ପାଇବା ପରେ ମେ 31 ତାରିଖଠାରୁ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.