ETV Bharat / bharat

ଦିଲ୍ଲୀରେ ଖସୁଛି ପାରଦ, ରେକର୍ଡ ଭାଙ୍ଗୁଛି ଶୀତ

ଅସମ୍ଭାଳ ଶୀତରେ ଜଡଷଡ ଦିଲ୍ଲୀବାସୀ । ଅସମ୍ଭାଳ ଶୀତରେ କଲବଲ ହେଉଛନ୍ତି ଲୋକେ । ଏଠି ପାରଦ ଖସିବାରୁ ବଢିବାରେ ଲାଗିଛି ଶୀତ । ଅଧିକ ପଢନ୍ତୁ...

author img

By

Published : Nov 22, 2020, 1:22 PM IST

ଦିଲ୍ଲୀରେ ଖସୁଛି ପାରଦ, ଭାଙ୍ଗୁଛି ରେକର୍ଡ
ଦିଲ୍ଲୀରେ ଖସୁଛି ପାରଦ, ଭାଙ୍ଗୁଛି ରେକର୍ଡ

ନୂଆଦିଲ୍ଲୀ: ଚଳିତ ବର୍ଷ ଦିଲ୍ଲୀରେ ରେକର୍ଡ ଭାଙ୍ଗୁଛି ଶୀତ । ଅସମ୍ଭାଳ ଶୀତରେ ଜଡଷଡ ହେଉଛନ୍ତି ରାଜଧାନୀବାସୀ । ଆଜି ସକାଳୁ ତାପମାତ୍ରା 7 ଡିଗ୍ରୀ ରହିଥିବାବେଳେ, ନଭେମ୍ବର ମାସରେ ଏପରି ଶୀତ 17 ବର୍ଷର ରେକର୍ଡ ଭାଙ୍ଗିଛି । ଏନେଇ ଜାତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି ।

2003 ମସିହାରେ ନଭେମ୍ବର 29 ତାରିଖରେ ଦିଲ୍ଲୀ ତାପମାତ୍ରା 06.01 ଡିଗ୍ରୀ ରେକର୍ଡ ହୋଇଥିଲା । ଆଜି ଲୋଧି ରୋଡରେ 06.4, ସଫଦରଗଞ୍ଜରେ 6.08 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ରବିବାର ସର୍ବାଧିକ ତାମପାତ୍ରା 24 ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ କହିଛି ।

ପାଣିପାଗ ବିଭାଗର ବୈଜ୍ଞାନିକ କୁଲଦୀପ ଶ୍ରୀବାସ୍ତଙ୍କ ଅନୁସାରେ, ରବିବାର ରାତିରେ ମଧ୍ୟ ସର୍ବନିମ୍ନ ତାପମାତ୍ରା ରହିବ । ହିମାଳୟ ରାଜ୍ୟରେ ତୁଷାରପାତ ଯୋଗୁଁ ତାପମାତ୍ରା 7 ଡିଗ୍ରୀକୁ ଖସିଛି ।

ଏଥିସହ ଶ୍ରୀବାସ୍ତବ ଆହୁରି ମଧ୍ୟ ପୂର୍ବାନୁମାନ କରିଛନ୍ତି ଯେ, ନଭେମ୍ବର 27 ପରେ ପୁଣି ତିନି, ଚାରି ଦିନ ତାପମାତ୍ରା ବୃଦ୍ଧି ପାଇବ । ପବନର ଦିଗ ପରିବର୍ତ୍ତନ ଯୋଗୁଁ ତାପମାତ୍ରା ବଢିବା ନେଇ ସେ ଆକଳନ କରିଛନ୍ତି । ଜାତୀୟ ପାଣିପାଗ ବିଭାଗ ଅନୁସାରେ, ନଭେମ୍ବର ମାସରେ ତାପମାତ୍ରା 10 ତଳକୁ ଖସି ନଥାଏ ।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ସକାଳେ ଦିଲ୍ଲୀରେ ତାପମାତ୍ରା 7.5 ରେକର୍ଡ ହୋଇଥିଲା । 2006 ପର ଠାରୁ ନଭେମ୍ବରରେ ଥିଲା ଏହା ଥିଲା ପ୍ରଥମ ସର୍ବନିମ୍ନ ତାପମାତ୍ରା । ଏହା ପରେ ଗୁରୁବାର 9.4 ଡିଗ୍ରୀ ରହିଥିଲା । 2017ରେ ନଭେମ୍ବରର ଶେଷ ସପ୍ତାହରେ 7.6କୁ ଖସି ଆସିଥିଲା । ନଭେମ୍ବରରେ ରେକର୍ଡ ହୋଇଥିବା ସର୍ବନିମ୍ନ ତାପମାତ୍ରା 11.4 ଡିଗ୍ରୀ ଏବଂ 2018 ରେ 10.5 ଡିଗ୍ରୀ ସେଲସିୟସ୍ ଥିଲା |

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.