ETV Bharat / bharat

COVID Cases Spike: ଦିଲ୍ଲୀରେ ହଜାରେ ଟପିଲା ଦୈନିକ ସଂକ୍ରମଣ, R-valueରେ ବୃଦ୍ଧି

author img

By

Published : Apr 20, 2022, 9:29 PM IST

ଆଜି ରାଜଧାନୀ ଦଲ୍ଲୀରେ 1009 ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ସହ ଜଣେ ମୃତ । 5.70% ରେ ପହଞ୍ଚିଲା ଦୈନିକ ସଂକ୍ରମଣ ହାର । ସେପଟେ ପୁଣି ବାଧ୍ୟତାମୂଳକ ହେଲା ଫେସମାସ୍କ । ଅଧିକ ପଢନ୍ତୁ ।

Delhi COVID: ହଜାରେ ଟପିଲା ଦୈନିକ ସଂକ୍ରମଣ, ଜଣେ ମୃତ

ନୂଆଦିଲ୍ଲୀ: ଆଜି ରାଜଧାନୀ ଦଲ୍ଲୀ କୋଭିଡ ସଂକ୍ରମଣ ନେଇ ଗତ କିଛି ଦିନର ସମସ୍ତ ରେକର୍ଡ ଅତିିକ୍ରମ କରିଛି । ଆଜି ଗୋଟିଏ ଦିନରେ 1009 ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣେ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଆଜିର ସଂଖ୍ୟାକୁ ମିଶାଇ ମୋଟ ସକ୍ରିୟ ମାମଲା 2,641ରେ ପହଞ୍ଚିଛି ।

ସହିପରି ଅନୁରୂପ ଭାବେ ଦୈନିକ ସଂକ୍ରମଣ ବୃଦ୍ଧି ସହ ସଂକ୍ରମଣ ହାର ମଧ୍ୟ ବୃଦ୍ଧି ଘଟି 5.70% ରେ ପହଞ୍ଚିଛି । ଅନ୍ୟପଟେ ଗତ 24 ଘଣ୍ଟା ମଧ୍ୟରେ 314 ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି । କିଛି ଦିନର ବ୍ୟବଧାନ ପରେ ପୁଣି ସଂକ୍ରମଣ ହଠାତ ବୃଦ୍ଧି ପାଇବା ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

ପରିସ୍ଥିତିକୁ ଦେଖି କୋଭିଡ ମୁକାବିଲା ମଧ୍ୟ ଆରମ୍ଭ ହୋଇଛି । ପୁଣି ସମଗ୍ର ଦିଲ୍ଲୀର ଆଜି ଠାରୁ ଫେସମାସ୍କ ମଧ୍ୟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସ୍କୁଲ କଲେଜ, ମେଟ୍ରୋ ସମେତ ସାଧାରଣ ଜୀବନଯାତ୍ରା ଉପରେ କୋଭିଡ କଟକଣା ହ୍ରାସ କରାଯାଇଥିବା ବେଳେ ଏହାକୁ ପୁଣି ଥରେ ଲାଗୁ କରିବା ନେଇ ମଧ୍ୟ ବିଚାରବିମର୍ଶ ମଧ୍ୟ ଆରମ୍ଭ ହୋଇଛି । ମାସ୍କ ନପିନ୍ଧଇଲେ ଫାଇନ 500 ଦେବାକୁ ପଡିବ ବୋଲି ସୂଚନା ରହିଛି ।

ତେବେ ରିପ୍ରଡକ୍ସନ ନମ୍ବର ବା ଆର୍‌ ଭ୍ୟାଲୁ ଭାରତରେ ୧ ଟପିଛି । କରୋନା ସଂକ୍ରମଣ କେତେ ବେଗରେ ବ୍ୟାପୁଛି, ତା’ର ଆକଳନ କରିବା ପାଇଁ ଆର ଭ୍ୟାଲୁକୁ ବିଚାରକୁ ନିଆଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.