ETV Bharat / bharat

ସୋମବାର ସଂସଦ ଅଭିମୁଖେ ଚାଷୀଙ୍କ ପଦଯାତ୍ରା, ଶାନ୍ତି ଶୃଙ୍ଖଳା ପାଇଁ ଦିଲ୍ଲୀ ପୋଲିସର ଆଲୋଚନା

author img

By

Published : Jul 18, 2021, 9:50 PM IST

ମୌସୁମୀ ଅଧିବେଶନରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ଚାଷୀଙ୍କ ସହ ଆଲୋଚନା କଲା ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ...

ସୋମବାର ସଂସଦ ଅଭିମୁଖେ ଚାଷୀଙ୍କ ପଦଯାତ୍ରା, ଶାନ୍ତି ଶୃଙ୍ଖଳା ପାଇଁ ଦିଲ୍ଲୀ ପୋଲିସର ଆଲୋଚନା
ସୋମବାର ସଂସଦ ଅଭିମୁଖେ ଚାଷୀଙ୍କ ପଦଯାତ୍ରା, ଶାନ୍ତି ଶୃଙ୍ଖଳା ପାଇଁ ଦିଲ୍ଲୀ ପୋଲିସର ଆଲୋଚନା

ନୂଆଦିଲ୍ଲୀ: ରାତି ପାହିଲେ ବସିବ ମୌସୁମୀ ଅଧିବେଶନ । ଏହି ସମୟରେ ସଂସଦ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହୋଇଛି କୃଷି ସଙ୍ଗଠନ । କୌଣସି ପ୍ରକାର ଅସନ୍ତୋଷର ପରିସ୍ତିତିକୁ ଏଡେଇବା ପାଇଁ ରବିବାର ଚାଷୀଙ୍କ ସହ ଆଲୋଚନା କରିଛି ଦିଲ୍ଲୀ ପୋଲିସ ।

ଦିଲ୍ଲୀ ପୋଲିସ ସିଂଘୁ ସୀମାରେ ଚାଷୀଙ୍କର ଏକ ପ୍ରତିନିଧୀ ମଣ୍ଡଳୀ ସହ ବୈଠକ କରିଛି । ବିକ୍ଷୋଭ ପ୍ରଦର୍ଶନ ଏବଂ କୋଭିଡ କଟକଣା ଉପରେ ଅଧିକ ନଜର ରଖିବ ପୋଲିସ । ସେପଟେ ବୈଠକ ପରେ କୃଷି ନେତା ରାକେଶ ଟିକାୟତ କହିଛନ୍ତି ଯେ, ବିକ୍ଷୋଭକାରୀଙ୍କ ଦାବି ଉପରେ ଆଲୋଚନା ହେବା ଆବଶ୍ୟକ ।

କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନକୁ ବିରୋଧ କରୁଛନ୍ତି ଚାଷୀ । ଏହି ଆଇୱନକୁ କଳା ଆଇନ ଦର୍ଶାଇ ପ୍ରାୟ ଏକ ବର୍ଷ ହେବ ସିଂଘୁ ସୀମାରେ ଚାଷୀମାନେ ଆନ୍ଦୋଳନ କରୁଛନ୍ତି । କେନ୍ଦ୍ର ସରକାର ନୂଆ ଆଇନକୁ ପ୍ରତ୍ୟାହାର କରିନିଅନ୍ତୁ ବୋଲି ଚାଷୀମାନଙ୍କର ଦାବି ରହିଛି । ଏଥିପାଇଁ ସୋମବାର ବସିବାକୁ ଥିବା ମୌସୁମୀ ଅଧିବେଶନରେ ବିକ୍ଷୋଭ ପ୍ରଦର୍ଶନ ପାଇଁ କୃଷି ସଙ୍ଗଠନ ପ୍ରସ୍ତୁତି ଆରମ୍ଭ କରିଦେଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.