ETV Bharat / bharat

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆତଙ୍କୀ ଆକ୍ରମଣ ଯୋଜନା ପଣ୍ଡ, ଦିଲ୍ଲୀରୁ ୨ ସନ୍ଦିଗ୍ଧ ଗିରଫ

author img

By

Published : Jan 13, 2023, 2:21 PM IST

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆତଙ୍କୀ ଆକ୍ରମଣ ଯୋଜନା ପଣ୍ଡ । ଦିଲ୍ଲୀରୁ ୨ ସନ୍ଦିଗ୍ଧ ଆତଙ୍କୀ ଗିରଫ । ଅଧିକ ପଢନ୍ତୁ

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆତଙ୍କୀ ଆକ୍ରମଣ ଯୋଜନା ପଣ୍ଡ

ନୂଆଦିଲ୍ଲୀ: ଦିନ କେଇଟା ପରେ ସାଧାରଣତନ୍ତ୍ର ଦିବସ ପାଳନ କରିବ ଭାରତ । ଏହା ପୂର୍ବରୁ ଦେଶରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ କରିଛି ଦିଲ୍ଲୀ ପୋଲିସ । ଜାତୀୟ ରାଜଧାନୀର ଜାହାଙ୍ଗୀରପୁରୀରୁ ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ୍ ଦୁଇ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି । ଦୁହିଁଙ୍କ ଆତଙ୍କବାଦୀ ସଂଗଠନ ସହ ଲିଙ୍କ୍ ଥିବା ସନ୍ଦେହ କରାଯାଉଛି । ସେମାନଙ୍କ ନିକଟରୁ ୩ଟି ପିସ୍ତଲ, ୨୨ଟି ଅଫୁଟା କାର୍ଟ୍ରିଜ ଜବତ ହୋଇଛି । ଏହି ସନ୍ଦିଗ୍ଧମାନେ ଉତ୍ତରାଖଣ୍ଡ ଉଦ୍ଧମ ସିଂହ ନଗର ନିବାସୀ ଜଗଜିତ ସିଂହ ଓରଫ୍ ଜଗା ଏବଂ ଜାହାଙ୍ଗିରିପୁରୀ ନିବାସୀ ନୌସଦ ବୋଲି ପରିଚୟ ମିଳିଛି ।

କାନାଡାର ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ KTF ସହ ଜଗଜିତର ଲିଙ୍କ୍ ଥିବା ସନ୍ଦେହ କରାଯାଉଛି । ସେହିପରି ଆତଙ୍କୀ ସଂଗଠନ ହରକତ ଉଲ ଅନସର ସହ ନୌସଦର ସମ୍ପର୍କ ରହିଥିବା ପୋଲିସ ସନ୍ଦେହ କରୁଛି । ଉଭୟ ଉତ୍ତର ପଶ୍ଚିମ ଦିଲ୍ଲୀର ଜାହାଙ୍ଗୀରପୁରୀରୁ ଧରା ପଡିଛନ୍ତି । ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ୍ ସେମାନଙ୍କୁ ଗିରଫ କରିବା ପରେ ଏବେ ପଚରାଉଚରା କରାଯାଉଛି । ନୌସଦ ଜଣେ ହତ୍ୟା ଅପରାଧୀ ହୋଇଥିବା ବେଳେ ଦୁଇଟି ହତ୍ୟା ମାମଲାରେ ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ ହୋଇଥିଲା । ହେଲେ ସେ କେଉଁ ପରିସ୍ଥିତିରେ ଜେଲ୍‌ରୁ ବାହାରିଲା ସେନେଇ କିଛି ଜଣାପଡିନି ।

ଏହାମଧ୍ୟ ପଢନ୍ତୁ: କୁକୁର ଭୁକିବାରୁ ତିନି ମହଲାରୁ ଡେଇଁ ପଡିଲେ ଡେଲିଭରି ବୟ

ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ସେମାନେ ବଡ ଧରଣର ଆତଙ୍କୀ ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ଦିଲ୍ଲୀ ପୋଲିସ ଦାବି କରିଛି । ଉଭୟ ଦେଶ ବିରୋଧି କାର୍ଯ୍ୟକଳାପରେ ଲିପ୍ତ ଥିବାବେଳେ ପୋଲିସ ଏହାଦେଖି ତାଙ୍କୁ ଗିରଫ କରିଛି । ଜଗଜିତ୍ କୁଖ୍ୟାତ ଅପରାଧିକ ଗ୍ୟାଙ୍ଗର ବମ୍ବିହାର ସଦସ୍ୟ ମଧ୍ୟ ଥିବା ଜଣାପଡିଛି । ଅନ୍ୟ କୌଣସି ମାମଲାରେ ଦୁହିଁଙ୍କର ସମ୍ପୃକ୍ତି ଅଛି କି ନାହିଁ ସେନେଇ ଅଧିକ ତଦନ୍ତ ଜାରି ରହିଛି ।

For All Latest Updates

TAGGED:

Delhi News
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.