ETV Bharat / bharat

ଦିଲ୍ଲୀ ପ୍ରଦୂଷଣ ଚିନ୍ତା, Work From Home ସପକ୍ଷରେ ନାହିଁ କେନ୍ଦ୍ର

author img

By

Published : Nov 17, 2021, 2:48 PM IST

ୱାର୍କ ଫ୍ରମ୍‌ ହୋମ୍‌ ବ୍ୟବସ୍ଥା ସପକ୍ଷରେ ନାହାନ୍ତି କେନ୍ଦ୍ର ସରକାର । କାର୍‌ ପୋଲିଂ ବ୍ୟବସ୍ଥା କରି ଅଫିସ୍ ଖୋଲିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛି କେନ୍ଦ୍ର । ଅଧିକ ପଢନ୍ତୁ

ୱାର୍କ ଫ୍ରମେ ହୋମ୍ ସପକ୍ଷରେ ନାହାନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ବାୟୂ ପ୍ରଦୂଷଣ ମାତ୍ରାକୁ ଦୃଷ୍ଟିରେ ରଖି ସମସ୍ତ କର୍ମଚାରୀଙ୍କ ୱାର୍କ ଫ୍ରମ୍‌ ହୋମ୍‌ ବ୍ୟବସ୍ଥା ଲାଗୁ କରିବାକୁ ସୁପାରିଶ କରିଥିଲେ ସୁପ୍ରିମକୋର୍ଟ । ମାତ୍ର ଏହି ବ୍ୟବସ୍ଥା ସପକ୍ଷରେ ନାହାନ୍ତି କେନ୍ଦ୍ର ସରକାର । WHF ବଦଳରେ କାର୍‌ ପୋଲିଂ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କୁ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି।

ସୁପ୍ରିମକୋର୍ଟରେ ଆଜି କେନ୍ଦ୍ର ଦାଖଲ କରିଥିବା ଆପେକ୍ସରେ ଦର୍ଶା ଯାଇଛି ଯେ, କୋରୋନା ଯୋଗୁଁ ପୂର୍ବରୁ ବେଶ୍‌ କାମ ପ୍ରଭାବିତ ହୋଇଛି । ୱର୍କ ଫ୍ରମ୍‌ ହୋମ୍‌ରୁ ଅଧିକ ଲାଭ ମିଳିବ ନାହିଁ । ଏହା ପରିବର୍ତ୍ତେ କାର୍‌ ପୋଲିଂ ଅର୍ଥାତ୍ ଗୋଟିଏ କାର୍‌ରେ ୨ରୁ ଅଧିକ ଲୋକ ଯାଇପାରୁଥିବା ବ୍ୟବସ୍ଥା ଲାଗୁ କରାଯାଉ ।

ଏଥିସହିତ ଗାଡିର ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ କରାଯାଉ । ଯେଉଁ ଗାଡିର ପ୍ରଦୂଷଣ ସାର୍ଟିଫିକେଟ୍‌ ନଥିବ ତା’ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । କେବଳ ସେତିକି ନୁହେଁ ସମସ୍ତ ପେଟ୍ରୋଲ ପମ୍ପରେ ପ୍ରଦୂଷଣ ଯାଞ୍ଚ ବ୍ୟବସ୍ଥା କରାଯାଇଛି । ଏସବୁ ନିୟମକୁ କଡାକଡି କରି ୱାର୍କ ଫ୍ରମ ବ୍ୟବସ୍ଥାକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ର ପକ୍ଷରୁ ଆବେଦନ କରାଯାଇଛି ।

ସୂଚନା ଅନୁଯାୟୀ, ଏନସିଆର ବୈଠକ ପରେ ଦିଲ୍ଲୀରେ ୱାର୍କ ଫ୍ରମ୍ ହୋମ୍ ପାଇଁ ରାଜି ହୋଇଥିଲେ ସୁପ୍ରିମକୋର୍ଟ । କର୍ମଚାରୀ ଘରେ ରହି କାମ କରିବା ଦ୍ବାରା ଯାନବାହାନ ଚଳାଚଳ କମ୍ ରହିବ ଏବଂ ଏହା ଦ୍ବାରା ପ୍ରଦୂଷଣ ହ୍ରାସ ପାଇବା ଦର୍ଶାଇ ୱାର୍କ ଫ୍ରମ ହୋମକୁ ସ୍ବୀକୃତି ଦେଇଥିଲେ ସୁପ୍ରିମକୋର୍ଟ ।

ଦିଲ୍ଲୀ-ଏନସିଆର ଏବଂ ଏହାର ଆଖପାଖ ଅଞ୍ଚଳରେ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଦ୍ବାରା ଜାରି କରାଯାଇଥିବା ଆଫିଡେଭିଟ୍ ପଏଣ୍ଟରେ କେନ୍ଦ୍ର ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି, ଯେଉଁଥିରେ ନଭେମ୍ବର 21 ପର୍ଯ୍ୟନ୍ତ ଦିଲ୍ଲୀରେ ଟ୍ରକ୍ ପ୍ରବେଶ ଉପରେ ନିଷେଧାଦେଶ ରହିଛି । ଏଥିସହ ନିର୍ମାଣ କାର୍ଯ୍ୟ, ବିଭିନ୍ନ କୋଠାବାଡି ଭାଙ୍ଗିବା କାର୍ଯ୍ୟ ଉପରେ ରୋକ ଲଗାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.