ETV Bharat / bharat

Delhi metro viral video: କୋଚରେ ହେୟାର ଷ୍ଟ୍ରେଟନିଂ କଲେ ଯୁବତୀ, ଏମିତି କହିଲେ ୟୁଜର୍ସ - ୟୁଜର୍ସ

ଦିଲ୍ଲୀ ମେଟ୍ରୋ ଭିତରେ ହେୟାର ଷ୍ଟ୍ରେଟନିଂ କଲେ ଯୁବତୀ । ୟୁଜର୍ସ ରଖିଲେ ଏମିତି ପ୍ରତିକ୍ରିୟା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jun 18, 2023, 10:15 PM IST

ନୂଆଦିଲ୍ଲୀ: ପୁଣି ହେଡଲାଇନରେ ଦିଲ୍ଲୀ ମେଟ୍ରୋ । ନିକଟରେ ଅନେକ ଅଜବ ଘଟଣାକୁ ନେଇ ଚର୍ଚ୍ଚାରେ ରହିଆସୁଛି ଦିଲ୍ଲୀ ମେଟ୍ରୋ । ତେବେ ଏଥର ପୁଣି ଜଣେ ଯୁବତୀଙ୍କ କାର୍ଯ୍ୟକଳାପକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଯେଉଁଥିରେ ଜଣେ ଯୁବତୀ କୋଚ୍‌ ମଧ୍ୟରେ ଷ୍ଟ୍ରେଟନର ବ୍ୟବହାର କରି ହେୟାର ଷ୍ଟ୍ରେଟନିଂ କରୁଥିବା ନଜର ଆସିଛନ୍ତି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ୟୁଜର୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ଅତୀତରେ ଦିଲ୍ଲୀ ମେଟ୍ରୋରେ ଯାତ୍ରୀମାନଙ୍କ ମଧ୍ୟରେ ମାରପିଟ, ଡାନ୍ସ ରିଲ୍ସ ଭଳି ଘଟଣା ସାମ୍ନାକୁ ଆସିଛି । ଏବେ ଭାଇରାଲ ହେଉଥିବା ଭିଡିଓରେ ଯୁବତୀଙ୍କ ଚେହେରା ଦେଖାଯାଉନଥିବା ବେଳେ ସେ ଅନ୍ୟ ଯାତ୍ରୀଙ୍କ ସହିତ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଏହାସହିତ କୋଚ ମଧ୍ୟରେ ହିଁ ସେ ହେୟାର ଷ୍ଟ୍ରେଟନର(ବଙ୍କା କେଶକୁ ସିଧା କରିବା ଲାଗି ବ୍ୟବହାର ହେଉଥିବା ବୈଦ୍ୟୁତିକ ଉପକରଣ) ବ୍ୟବହାର କରୁଛନ୍ତି । ତାଙ୍କ ନିକଟରେ ଥିବା ଯାତ୍ରୀମାନେ ତାଙ୍କୁ ଦେଖୁଥିବା ଦେଖିବାକୁ ମିଳିଛି । ମେଟ୍ରୋରେ ମୋବାଇଲ କିମ୍ବା ଲାପଟପ୍‌ ଚାର୍ଜ କରିବା ଲାଗି ରହିଥିବା ପ୍ଲଗରେ ସେ ଷ୍ଟ୍ରେଟନର ସଂଯୋଗ କରିଥିବା ଭିଡିଓରେ ଦୃଶ୍ୟମାନ ହେଉଛି ।

  • From bedroom to dressing table 😜😛🤭

    — Ankit Jain (@1311Ankitjain) June 18, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ- ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କୁ ଛୁରୀ ଭୁସି ହତ୍ୟା

ଯୁବତୀ ଜଣକ ନିଜ କେଶସଜ୍ଜାରେ ବ୍ୟସ୍ତ ରହିଥିବା ବେଳେ ଉକ୍ତ କୋଚରେ ଥିବା କେହି ଜଣେ ଯାତ୍ରୀ ନିଜ ମୋବାଇଲରେ ଏହି ଦୃଶ୍ୟକୁ କଏଦ କରିଛି । ଏହାକୁ ସେ ଟ୍ବିଟରରେ ପୋଷ୍ଟ କରିବା ପରେ ଭିଡିଓଟି କ୍ଷିପ୍ର ଗତିରେ ଭାଇରାଲ ମଧ୍ୟ ହୋଇଛି । ଉକ୍ତ ଯୁବତୀଙ୍କୁ ୟୁଜର୍ସମାନେ ସମାଲୋଚନା କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, " ମେଟ୍ରୋ ସବୁବେଳେ ସ୍ପେଶାଲ ରହିଥାଏ। " ଅନ୍ୟ ଜଣେ ଲେଖିଛନ୍ତି, " ଦିଲ୍ଲୀ ମେଟ୍ରୋର କମାଲ ।" ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି , "ବେଡରୁମରୁ ଡ୍ରେସିଂ ଟେବୁଲ ପର୍ଯ୍ୟନ୍ତ ।"

ଭିଡିଓକୁ ନେଇ ୟୁଜର୍ସ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ରଖିଛନ୍ତି । ଜଣେ ୟୁଜର୍ସ କହିଛନ୍ତି ହୁଏତ ଯୁବତୀ ଜଣକ କୌଣସି ପାର୍ଟିକୁ ଯାଉଛନ୍ତି, ଏହି ସମୟରେ ସେ ପବ୍ଲିକ ପ୍ରପଟିକୁ ବ୍ୟବହାର କରୁଛନ୍ତି । ଆଉ ଜଣେ କହିଛନ୍ତି, "ଏହି ଘଟଣାକୁ ନେଇ କାହିଁକି ଏତେ ଚର୍ଚ୍ଚା କରାଯାଉଛି । ସେ ମଧ୍ୟ ଜଣେ ଟାକ୍ସ ଭରୁଛନ୍ତି ।" ଦିଲ୍ଲୀ ମେଟ୍ରୋରେ ସବୁ କିଛି ସମ୍ଭବ ବୋଲି କହିଛନ୍ତି ଆଉ ଜଣେ ୟୁଜର୍ସ । କିଛି ୟୁଜର୍ସ ଯୁବତୀଙ୍କୁ ସମର୍ଥନ କରିଥିବା ମଧ୍ୟ କମେଣ୍ଟ ସେକ୍ସନରେ ଦେଖିବାକୁ ମିଳିଛି ।

  • Maybe going to some party..
    Utilising public property, why to over react.
    She is also a tax payer..

    — Kunal B (@Kunalzap) June 18, 2023 " class="align-text-top noRightClick twitterSection" data=" ">

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.