ETV Bharat / bharat

Delhi liquor case Update: ଆଜି ଇଡିରେ ହାଜର ହେବେ ନାହିଁ କବିତା - ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ ନାହିଁ କବିତା

ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ ନାହିଁ କବିତା। ଆସନ୍ତା 11 ତାରିଖରେ ଜେରା ପାଇଁ ଇଡିରେ ହାଜର ହେବାକୁ କହିଲେ କବିତା। ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Mar 9, 2023, 9:46 AM IST

ହାଇଦ୍ରାବାଦ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅ କେ.କବିତାଙ୍କୁ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ କବିତାଙ୍କୁ ହାଜର ହେବା ପାଇଁ ନୋଟିସ ଜାରି କରାଯାଇଥିଲା । କିନ୍ତୁ ଆଜି ଇଡି କାର୍ଯ୍ୟାଳୟରେ ହାଜର ହେବେ ନାହିଁ କେ କବିତା। ଆସନ୍ତା 11 ତାରିଖରେ ସେ ଇଡିରେ ହାଜର ହେବେ ବୋଲି ଗତକାଲି (ବୁଧବାର) ବିଳମ୍ବିତ ରାତିରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, "ଆସନ୍ତା ମାର୍ଚ୍ଚ 11 ତାରିଖରେ ମୁଁ ନୂଆଦିଲ୍ଲୀରେ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବି । ଇଡିର ସମନ ଜାରି ହେବା ପରେ ମୁଁ ଆଇନଗତ ପରାମର୍ଶ ଲୋଡିଛି । ଜାରି ହୋଇଥିବା ସମନକୁ ନେଇ ତଦନ୍ତକାରୀ ସଂସ୍ଥାକୁ ମୁଁ ସମ୍ପୂର୍ଣ୍ଣ ସହଯୋଗ କରିବି ।" ଏହାପୂର୍ବରୁ ଡିସେମ୍ବର 12 ତାରିଖରେ ସିବିଆଇ ବିଆରଏସ ନେତ୍ରୀଙ୍କୁ ତାଙ୍କର ହାଇଦ୍ରାବାଦ ସ୍ଥିତ ବାସଭବନରେ ଦୀର୍ଘ 7 ଘଣ୍ଟା ଜେରା କରିଥିଲା ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦୁଇ ଦିନ ପୂର୍ବରୁ ହାଇଦ୍ରାବାଦର ବ୍ୟବସାୟୀ ଅରୁଣ ରାମଚନ୍ଦ୍ର ପିଲ୍ଲାଇଙ୍କୁ ଗିରଫ କରାଯାଇଥିଲା । ଏହାର ଠିକ ଦିନକ ପରେ କେସିଆରଙ୍କ ଝିଅ ତଥା ବିଆରଏସ ନେତ୍ରୀ କବିତାଙ୍କୁ ସମନ ଜାରି କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ କୋର୍ଟ ବ୍ୟବସାୟୀ ଅରୁଣ ରାମଚନ୍ଦ୍ରଙ୍କୁ ମାର୍ଚ୍ଚ 13 ଯାଏଁ ଏବଂ ମଦ ବ୍ୟବସାୟୀ ବରୁଣ ଅମନଦୀପଙ୍କୁ 21 ତାରିଖ ଯାଏଁ ଇଡି ହେପାଜତକୁ ପଠାଇଛନ୍ତି । ଅରୁଣ ସାଉଥ ଗ୍ରୁପ ସହ ଜଡିତ ଥିବା ଅଭିଯୋଗ ହୋଇଛି । ତେବେ ଅରୁଣ ରାମଚନ୍ଦ୍ରଙ୍କ କବିତାଙ୍କୁ ଏକକାଳୀନ ଜେରା କରିଯାଇପାରେ । ଅରୁଣ କବିତାଙ୍କର ସହଯୋଗୀ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିବିଆଇ କୋର୍ଟରେ ପୂର୍ବରୁ ରିପୋର୍ଟ ଦାଖଲ କରିସାରିଛି ।

କେନ୍ଦ୍ରୀୟ ସଂସ୍ଥା ସମନ ଜାରି କିରଥିଲେ ସୁଦ୍ଧା କବିତା ଏକ ସପ୍ତାହ ସମୟ ମାଗିଥିଲେ । ମହିଳା ସଂରକ୍ଷଣ ବିଲ୍‌ ସମର୍ଥନରେ ଆଜି ସେ ଦିଲ୍ଲୀରେ ଧାରଣାରେ ବସିବାର କାର୍ଯ୍ୟକ୍ରମ ରହିଛି । ତେଣୁ ସେ ଏହି ସମୟରେ କେନ୍ଦ୍ରୀୟ ସଂସ୍ଥାଠାରୁ ସମୟ ମାଗିଥିଲେ । ପରେ ସେ ତଦନ୍ତକାରୀ ସଂସ୍ଥାକୁ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ ମଧ୍ୟ କରିବା ନେଇ ସୂଚନା ଦେଇଥିଲେ । ଗତ ଫେବୃଆରୀ ମାସରେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଛି । ସିବିଆଇ ଦ୍ବାରା ଗିରଫ ପରେ ଏବେ ନ୍ୟାୟିକ ହାଜତରେ ଅଛନ୍ତି ସିସୋଦିଆ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.