ETV Bharat / bharat

ବୈଠକ ପାଇଁ କେଜ୍ରିଓ୍ୱାଲଙ୍କୁ ନିମନ୍ତ୍ରଣ କଲେ ଉପରାଜ୍ୟପାଳ, ମନ୍ତ୍ରୀ ଓ 10 ବିଧାୟକ ହେବେ ସାମିଲ

author img

By

Published : Jan 26, 2023, 6:58 PM IST

ପ୍ରଶମିତ ହେବକି ଦିଲ୍ଲୀରେ ଲାଗି ରହିଥିବା ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବିବାଦ । ବୈଠକ ପାଇଁ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ନିମନ୍ତ୍ରଣ କଲେ ଉପରାଜ୍ୟପାଳ । ସମସ୍ତ ମନ୍ତ୍ରୀ ଓ 10 ବିଧାୟକ ମଧ୍ୟ ହେବେ ସାମିଲ । ଅଧିକ ପଢନ୍ତୁ

ବୈଠକ ପାଇଁ କେଜ୍ରିଓ୍ବାଲଙ୍କୁ ନିମନ୍ତ୍ରଣ କଲେ ଉପରାଜ୍ୟପାଳ

ହାଇଦ୍ରାବାଦ: ଦିଲ୍ଲୀରେ ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବିବାଦ ମଧ୍ୟରେ ଭିନ୍ନ ଏକ ସୂଚନା ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ବୈଠକ ପାଇଁ ନିମନ୍ତ୍ରଣ କରିଛନ୍ତି ଉପରାଜ୍ୟପାଳ ବିନୟ ସକ୍ସେନା । ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ସହ ତାଙ୍କ ସରକାରର ମନ୍ତ୍ରୀ ଓ 10ଜଣ ବିଧାୟକ ମଧ୍ୟ ବୈଠକରେ ଉପସ୍ଥିତ ରହିବେ । ଶୁକ୍ରବାର ଜାନୁଆରୀ (27 ତାରିଖ) ଅପରାହ୍ନ 4 ଟାରେ ଏହି ବୈଠକ ରାଜଭବନରେ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି ।

ଦିଲ୍ଲୀର ସରକାରୀ ଶିକ୍ଷକଙ୍କୁ ପ୍ରିଶକ୍ଷଣ ପାଇଁ ଫିନଲ୍ୟାଣ୍ଡ ପଠାଯିବା ନିଷ୍ପତ୍ତିକୁ ନେଇ ଉପରାଜ୍ୟପାଳ ବିନୟ ସକ୍ସେନା ଓ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ମୁହାଁମୁହିଁ ହୋଇଥିଲେ । କେଜ୍ରିଓ୍ବାଲ ମଙ୍ଗଳବାର ରାଜଭବନର ଆୟୋଜିତ ଏକ ଔପଚାରିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସୁଦ୍ଧା, ଏହି ବିବାଦ ଏବେ ସମ୍ପୂର୍ଣ୍ଣ ପ୍ରଶମିତ ହୋଇନାହିଁ । ଏହି ପ୍ରସଙ୍ଗରେ ବିବାଦ ଉପୁଜିବା ପରେ ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ମଧ୍ୟ ସ୍ଥଗିତ ରହିଥିଲା । ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ମନ୍ତ୍ରୀ ଓ ସମସ୍ତ ଦଳୀୟ ବିଧାୟକଙ୍କ ସହ ଉପରାଜ୍ୟପାଳଙ୍କ ସହ ବୈଠକ ନେଇ ପ୍ରସ୍ତାବ ଦେଇଥିବା ବେଳେ ଏହାକୁ ଗ୍ରହଣ କରିନଥିଲା ରାଜଭବନ । କେବଳ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ହିଁ ଆଲୋଚନା ପାଇଁ ଆସନ୍ତୁ ବୋଲି ରାଜଭବନ ପକ୍ଷରୁ କୁହାଯିବା ପରେ ନିର୍ଦ୍ଦେଶକୁ କେଜ୍ରିଓ୍ବାଲ ଗ୍ରହଣ କରିନଥିଲେ । ଫଳରେ ବୈଠକ ହେବା ନେଇ ଅନିଶ୍ଚିତତା ଲାଗି ରହିଥିଲା ।

ଜାନୁୟାରୀ 16 ରେ କେଜ୍ରିୱାଲ ଏବଂ ତାଙ୍କ ଦଳର ବିଧାୟକମାନେ ବିଧାନସଭାରୁ ରାଜଭବନ ଅଭିମୁଖେ ପଦଯାତ୍ରା କରି ଉପରାଜ୍ୟପାଳଙ୍କ ବିରୋଧରେ ନାରାବାଜୀ କରିଥିଲେ । ଉପରାଜ୍ୟପାଳ ନିର୍ବାଚିତ ସରକାରଙ୍କୁ କାର୍ଯ୍ୟ କରିବାରେ ବାଧା ଦେବା ଉଦ୍ଦେଶ୍ୟରେ ନିୟମିତ ହସ୍ତକ୍ଷେପ କରୁଥିବା ସଙ୍ଗୀନ ଅଭିଯୋଗ ଆଣିଥିଲେ ମୁଖ୍ୟମନ୍ତ୍ରୀ । ଉପରାଜ୍ୟପାଳଙ୍କ କ୍ଷମତା ସୀମିତ ଓ ସେ ତାହା ମଧ୍ୟରେ ରହି କାର୍ଯ୍ୟ କରନ୍ତୁ । ଦିଲ୍ଲୀର ଅନ୍ୟ ସମସ୍ତ ବିଷୟରେ କାମ କରିବା ପାଇଁ ନିର୍ବାଚିତ ସରକାର ରହିଛି ବୋଲି କେଜ୍ରିଓ୍ବାଲ କହିଥିଲେ ।

ତେବେ ଏହି ବିବାଦ ମଧ୍ୟରେ ପୁଣି ଥରେ ବୈଠକ ନେଇ ରାଜଭବନ ପକ୍ଷରୁ ନିମନ୍ତ୍ରଣ ଆସିଛି । କେଜ୍ରିଓ୍ବାଲଙ୍କ ପୁରୁଣା ପ୍ରସ୍ତାବକୁ ଆଂଶିକ ଗ୍ରହଣ କରିଛି ରାଜଭବନ । ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ସମସ୍ତ ମନ୍ତ୍ରୀ ଓ ଦଳର ମାତ୍ର 10 ଜଣ ବିଧାୟକ ରାଜଭବନରେ ହେବାକୁ ଥିବା ବୈଠକରେ ଅଂଶଗ୍ରହଣ କରିବେ । ଶୁକ୍ରବାର ହେବାକୁ ଥିବା ଏହି ବୈଠକ ଉପରେ ସମସ୍ତଙ୍କ ନଜର ରହିଛି ।

ତେବେ ଗଣତନ୍ତ୍ର ଦିବସ ପୂର୍ବରୁ ମଙ୍ଗଳବାର ରାଜଭବନରେ ଆୟୋଜିତ ଏକ ଔପଚାରିକ କାର୍ଯ୍ୟକ୍ରମରେ କେଜ୍ରିଓ୍ବାଲ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ଏହି ସମାରୋହରେ ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ପରସ୍ପରକୁ ଅଭିବାଦନ ଜଣାଉଥିବା ମଧ୍ୟ ନଜର ଆସିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ଏବଂ ଅନ୍ୟ ଦଳର ନେତାମାନେ ମଧ୍ୟ ଯୋଗ ଦେଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.