ETV Bharat / bharat

ପୁଣି ନୂଆ ବିବାଦ: କେଜ୍ରିଓ୍ବାଲ ସରକାର ଦ୍ବାରା ଗଠିତ ଷ୍ଟାଣ୍ଡିଂ କମିଟିକୁ ଭଙ୍ଗ କଲେ ଉପରାଜ୍ୟପାଳ

କେଜ୍ରିଓ୍ବାଲ ସରକାର ଦ୍ବାରା ଗଠିତ ଷ୍ଟାଣ୍ଡିଂ କମିଟିକୁ ଭଙ୍ଗ କଲେ ଉପରାଜ୍ୟପାଳ । ସର୍ବୋଚ୍ଚ କୋର୍ଟଙ୍କ ଗାଇଡଲାଇନ ଉଲ୍ଲଙ୍ଘନ ହୋଇଥିବା ଓ ଏଥିରେ ପୂର୍ବ ଉପରାଜ୍ୟପାଳ ସଂସ୍କାର ପାଇଁ ଚିଠି ଲେଖିଥିବା କହିଲା ରାଜଭବନ । ଅଧିକ ପଢନ୍ତୁ

ପୁଣି ନୂଆ ବିବାଦ: କେଜ୍ରିଓ୍ବାଲ ସରକାର ଦ୍ବାରା ଗଠିତ ଷ୍ଟାଣ୍ଡିଂ କମିଟିକୁ ଭଙ୍ଗ କଲେ ଉପରାଜ୍ୟପାଳ
ପୁଣି ନୂଆ ବିବାଦ: କେଜ୍ରିଓ୍ବାଲ ସରକାର ଦ୍ବାରା ଗଠିତ ଷ୍ଟାଣ୍ଡିଂ କମିଟିକୁ ଭଙ୍ଗ କଲେ ଉପରାଜ୍ୟପାଳ
author img

By ETV Bharat Odisha Team

Published : Nov 27, 2023, 10:37 PM IST

ନୂଆଦିଲ୍ଲୀ: ପୁଣି ଏକ ନୂଆ ପ୍ରସଙ୍ଗରେ ସାମ୍ନାସାମ୍ନି ହୋଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ଓ କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆପ ସରକାର । ଅପରାଧିକ ମାମଲାର ତଦନ୍ତ ପାଇଁ ଦିଲ୍ଲୀ ସରକାର ଗଠନ କରିଥିବା ଷ୍ଟାଣ୍ଡିଂ କମିଟିକୁ ଉପରାଜ୍ୟପାଳ ବିନୟ ସକ୍ସେନା ଆଜି ଭଙ୍ଗ କରି ଦେଇଛନ୍ତି । ସର୍ବୋଚ୍ଚ କୋର୍ଟଙ୍କ ପ୍ରଦତ୍ତ ଗାଇଡଲାଇନକୁ ଏହାର ଗଠନ ବେଳେ ଅନୁପାଳନ କରାଯାନଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ରାଜଭବନ ପକ୍ଷରୁ କୁହାଯାଇଛି ।

ରାଜଭବନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, 2014 ରେ ସର୍ବୋଚ୍ଚ କୋର୍ଟ ଜାରି କରିଥିବା ନିର୍ଦ୍ଦେଶର ଅନୁପାଳନ କରାଯାଇ ଏହି କମିଟି ଗଠନ କରାଯାଇନଥିଲା । ତେଣୁ ଏହାକୁ ଅବୈଧ ଘୋଷଣା କରିବା ସହ ଉପରାଜ୍ୟପାଳ ବିନୟ ସକ୍ସେନା ଭଙ୍ଗ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଏହା ସହ ଉଚିତ ପ୍ରକ୍ରିୟା ଅବଲମ୍ବନ କରି କମିଟିର ପୁନର୍ଗଠନ କରିବା ପାଇଁ ମଧ୍ୟ ଉପରାଜ୍ୟପାଳ ଅନୁମୋଦନ ମଧ୍ୟ ଦେଇଛନ୍ତି । ତେବେ ଏନେଇ ଆପ ପକ୍ଷରୁ କୌଣସି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନି ।

ବର୍ତ୍ତମାନର ଦିଲ୍ଲୀ ସରକାର ଗଠନ କରିଥିବା ଏହି କମିଟିକୁ ଜାରି ରଖିବାର କୌଣସି କାରଣ କିମ୍ବା ଯଥାର୍ଥତା ନାହିଁ ବୋଲି ଉପରାଜ୍ୟପାଳ ସକ୍ସେନା କହିଛନ୍ତି । ତାଙ୍କ ପୂର୍ବରୁ ଦିଲ୍ଲୀ ଉପରାଜ୍ୟପାଳ ଥିବା ଅନିଲ ବୈଜଲ ମଧ୍ୟ ଏହାକୁ ବାରମ୍ବାର ବିରୋଧ କରିଥିଲେ । 2017 ମସିହା 11 ତାରିଖରେ ତତ୍କାଳୀନ ଉପରାଜ୍ୟପାଳ ବୈଜଲ ଏହି ପ୍ରସଙ୍ଗରେ ଦିଲ୍ଲୀ ସରକାରଙ୍କୁ ଚିଠି ଲେଖିଥିଲେ । ଏହି କମିଟିର ଗଠନକୁ ପୁନଃସମୀକ୍ଷା କରିବା ଓ ଏହାକୁ ସର୍ବୋଚ୍ଚ ଅଦାଲତର ଆଦେଶ ସହିତ ଅନୁରୂପ ଭାବେ ପୁନର୍ଗଠନ କରିବା ପାଇଁ ସେ ଚିଠିରେ ଉଲ୍ଲେଖ କରିଥିଲେ । ହେଲେ ଦିଲ୍ଲୀ ସରକାର କୌଣସି ତତ୍ପରତା ଦେଖାଇନଥିଲା । ଏହି ପ୍ରସ୍ତାବ ସମ୍ପର୍କରେ ବିଚାର କରିବା ପାଇଁ ରାଜଭବନ ସଚିବାଳୟ 2018 ମସିହା ଫେବୃଆରୀ 19 ତାରିଖ, ଜୁନ୍ 22 ତାରିଖ, 2018 ମସିହା ଅକ୍ଟୋବର 18 ତାରିଖ, 2019 ମେ 31 ରେ ମଧ୍ୟ ସରକାରଙ୍କୁ ଚିଠି ଲେଖିଥିଲା ।

ଏହା ମଧ୍ୟ ପଢନ୍ତୁ :- ଇସ୍ରାଏଲରେ ପହଞ୍ଚିଲେ ଏଲନ ମସ୍କ: ହମାସ ଆକ୍ରମଣରେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲେ, ନେତାନ୍ୟାହୁଙ୍କ ସହ କଲେ ଆଲୋଚନା

ହେଲେ ଆଜି ଉପରାଜ୍ୟପାଳ ସକ୍ସେନା ଏହି ସବୁ ପୂର୍ବ ପ୍ରକ୍ରିୟାକୁ ମନେ ପକାଇବା ସହ ଦିଲ୍ଲୀ ସରକାରଙ୍କ ଦ୍ବାରା ଗଠିତ କମିଟିକୁ ଭଙ୍ଗ କରିଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ କିମ୍ବା ତାଙ୍କ ଦଳର ଅନ୍ୟ କେହି ନେତାଙ୍କ ପ୍ରତିକ୍ରିୟା ଆସିନି । ତେବେ କେବଳ ଏହି ପ୍ରସଙ୍ଗ ନୁହେଁ ବରଂ ଏକାଧିକ ପ୍ରଶାସନିକ କ୍ଷମତା ବିବାଦ ରାଜଭବନ ଓ ନିର୍ବାଚିତ ସରକାର ମଧ୍ୟରେ ରହିଛି । ଦିଲ୍ଲୀ ଏକ କେନ୍ଦ୍ରଶାସିତ ରାଜ୍ୟ ହୋଇଥିବା କାରଣରୁ ଏଠାରେ ଅନ୍ୟ ରାଜ୍ୟ ପରି ନିର୍ବାଚିତ ସରକାର ଥିଲେ ସୁଦ୍ଧା ଏହା ପୂର୍ଣ୍ଣରାଜ୍ୟ କ୍ଷମତା ଉପଭୋଗ କରିପାରେ ନାହିଁ । କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବେ ପରାଜ୍ୟପାଳ ସରକାରଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତି । କିଛି ପ୍ରସଙ୍ଗରେ ସରକାର ଅପେକ୍ଷା ରାଜଭବନର ସାମ୍ବିଧାନିକ ବିଶେଷାଧିକାର ମଧ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.