ETV Bharat / bharat

Delhi Issues Covid Advisory: ଗୋଟିଏ ରିପୋର୍ଟ ପଜିଟିଭ୍‌ ଆସିଲେ ସ୍କୁଲ ବନ୍ଦ

author img

By

Published : Apr 15, 2022, 2:00 PM IST

ଦିଲ୍ଲୀରେ ଛାତ୍ରଛାତ୍ରୀ ସ୍କୁଲରେ କୋରୋନା ସଂକ୍ରମିତ ହେବା ପରେ ନୂଆ ଗାଇଡଲାଇନ ଆଣିଛନ୍ତି ଦିଲ୍ଲୀ ସରକାର । ଗାଇଡଲାଇନ ଅନୁସାରେ ଯଦି ସ୍କୁଲରେ ଜଣେ ମଧ୍ୟ ପିଲା ପଜିଟିଭ୍ ଚିହ୍ନଟ ହୁଅନ୍ତି ତେବେ ତୁରନ୍ତୁ ସ୍କୁଲକୁ ବନ୍ଦ କରିଦିଆଯିବ । ଅଧିକ ପଢନ୍ତୁ

ଗୋଟିଏ ରିପୋର୍ଟ ପଜିଟିଭ୍‌ ଆସିଲେ ସ୍କୁଲ ବନ୍ଦ କର: ଦିଲ୍ଲୀ ସରକାର

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ଦିଲ୍ଲୀରେ ପୁଣି ବୃଦ୍ଧି ପାଉଛି ସଂକ୍ରମଣ ମାମଲା । କିଛି ଛାତ୍ରଛାତ୍ରୀ ସ୍କୁଲରେ କୋରୋନା ସଂକ୍ରମିତ ହେବା ପରେ ନୂଆ ଗାଇଡଲାଇନ ଆଣିଛନ୍ତି ଦିଲ୍ଲୀ ସରକାର । ଗାଇଡଲାଇନ ଅନୁସାରେ ଯଦି ସ୍କୁଲରେ ଜଣେ ମଧ୍ୟ ପିଲା ପଜିଟିଭ୍ ଚିହ୍ନଟ ହୁଅନ୍ତି ତେବେ ତୁରନ୍ତୁ ସ୍କୁଲକୁ ବନ୍ଦ କରିଦିଆଯିବ ।

ସ୍କୁଲରେ ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାଇ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶିକ୍ଷା ନିର୍ଦ୍ଦେଶାଳୟ(DOE)। ସୂଚନାଅନୁସାରେ ଏପ୍ରିଲ ୧୩ ତାରିଖ ଦିନ ରାଜଧାନୀ ଦିଲ୍ଲୀର ସ୍କୁଲରୁ କିଛି ପିଲା ସଂକ୍ରମିତ ମାମଲା ସାମ୍ନାକୁ ଆସିଥିଲା । ଦିଲ୍ଲୀ ସରକାର ଜାରି କରିଥିବା ଗାଇଡଲାଇନ ଅନୁସାରେ, ସ୍କୁଲରେ ଯଦି ଗୋଟିଏ ମଧ୍ୟ ପଜିଟିଭ୍‌ ରିପୋର୍ଟ ଆସୁଛି ତେବେ, ତୁରନ୍ତ DOEକୁ ଏହାର ସୂଚନା ଦିଆଯିବ । ବିଦ୍ୟାଳୟରେ ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ନିୟମିତ ରୂପରେ ହାତ ଧୋଇବା ଆଦି ବାଧ୍ୟତାମୂଳକ । ସ୍କୁଲରୁ ସଂକ୍ରମଣ ଯେମିତି ନବ୍ୟାପେ ସେନେଇ ଧ୍ୟାନ ଦିଆଯିବ ।

ଏହା ମଧ୍ୟ ପଢନ୍ତୁ: Covid fear in Delhi: ସ୍କୁଲରେ ଶିିକ୍ଷକ ଓ ଛାତ୍ର ସଂକ୍ରମିତ ପରେ ବଢିଲା ଚିନ୍ତା

ଉଲ୍ଲେଖଯୋଗ୍ୟ, ଗୁରୁବାର ଏକ ଘରୋଇ ସ୍କୁଲରେ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ସ୍କୁଲରୁ ଜଣେ ଶିକ୍ଷକ ଓ ଜଣେ ଛାତ୍ର କୋଭିଡ ସଂକ୍ରମିତ ଚିହ୍ନଟ ହେବା ପରେ ପୁଣି ଗୋଷ୍ଠୀ ସଂକ୍ରମଣ ଆଶଙ୍କା ବଢିଛି । ସଂକ୍ରମିତ ଚିହ୍ନଟ ହେବା ପରେ ଅନ୍ୟ ଛାତ୍ରାଛାତ୍ରୀଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.