ETV Bharat / bharat

ଶାଶୁ-ଶ୍ବଶୁରଙ୍କଠୁ ଅଲଗା ରହିବାକୁ ଜିଦ୍ କରିବା ନିଷ୍ଠୁରତା: ଦିଲ୍ଲୀ ହାଇକୋର୍ଟ - ସ୍ବାମୀଙ୍କ ସହ ଅଲଗା ରହିବା କ୍ରୁତରତା

ସ୍ତ୍ରୀ ନିଜ ଶାଶୁ-ଶ୍ବଶୁରଙ୍କ ଠାରୁ ଅଲଗା ରହିବାକୁ ସ୍ବାମୀଙ୍କୁ ଜିଦ୍ କରିବା ନିଷ୍ଠୁରତା କହିଲେ ଦିଲ୍ଲୀ ହାଇକୋର୍ଟ । ଅଧିକ ପଢନ୍ତୁ

ଦିଲ୍ଲୀ ହାଇକୋର୍ଟ
ଦିଲ୍ଲୀ ହାଇକୋର୍ଟ
author img

By ETV Bharat Odisha Team

Published : Aug 24, 2023, 11:59 AM IST

ନୂଆଦିଲ୍ଲୀ: କୌଣସି ଉପଯୁକ୍ତ କାରଣ ନଥାଇ ସ୍ତ୍ରୀ ନିଜ ଶାଶୁ-ଶ୍ବଶୁରଙ୍କ ଠାରୁ ଅଲଗା ରହିବାକୁ ସ୍ବାମୀଙ୍କୁ ଜିଦ୍ କରିବା ନିଷ୍ଠୁରତା ଅଟେ । ପାଶ୍ଚାତ୍ୟ ଦେଶ ଭଳି ଭାରତରେ ସ୍ତ୍ରୀ ସହିତ ରହିବାକୁ ପୁଅ ନିଜ ବାପାମାଆଙ୍କଠୁ ଅଲଗା ହେବା ସହଜ ନୁହେଁ । ଏକ ପାରିବାରିକ ବିବାଦ ମାମଲାର ଶୁଣାଣି କରି ଦିଲ୍ଲୀ ହୋଇକୋର୍ଟ ବୁଧବାର ଏହି ରାୟ ଶୁଣାଇଛନ୍ତି । ଏହାସହିତ ସ୍ବାମୀ-ସ୍ତ୍ରୀ ଲମ୍ବା ସମୟ ଧରି ଅଲଗା ରହିବାକୁ ସେମାନଙ୍କ ଛାଡପତ୍ରର ଆଧାର ବୋଲି କହିଛନ୍ତି ।

ଦିଲ୍ଲୀ ହାଇକୋର୍ଟର ବିଚାରପତି ସୁରେଶ କୁମାର କୈତ ଓ ନ୍ୟାୟମୂର୍ତ୍ତି ନୀନା ବଂଶଲ କୃଷ୍ଣାଙ୍କ ଖଣ୍ଡପୀଠ ଉକ୍ତ ମାମଲାରେ ଫ୍ୟାମିଲ କୋର୍ଟର ଆଦେଶ ବିରୋଧରେ ସ୍ବାମୀର ଆବେଦନକୁ ସ୍ବୀକାର କରିବା ସହ ତାଙ୍କର ସ୍ତ୍ରୀଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି । କହିରଖୁଛୁ କି, ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଠାରୁ ଛାଡପତ୍ର ନେବାକୁ ଫ୍ୟାମିଲ କୋର୍ଟରେ ଆବେଦନ କରିଥିଲେ । କୋର୍ଟ ତାଙ୍କ ଆବେଦନ ଖାରଜ କରିବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ: ଆହ୍ଲାବାଦ ହାଇକୋର୍ଟଙ୍କ ରାୟ: ଶାରିରୀକ ସମ୍ବନ୍ଧ ପାଇଁ ସ୍ବାମୀକୁ ଅନୁମତି ନଦେବା ନିଷ୍ଠୁରତା

ମାମଲାର ବିଚାର ସମୟରେ ହାଇକୋର୍ଟ କହିଛନ୍ତି ଯେ, ସ୍ତ୍ରୀ ନିଜ ସ୍ବାମୀର ପରିବାର ସଦସ୍ୟଙ୍କ ବିରୋଧରେ ମିଥ୍ୟା ଆରୋପ ଲଗାଇବା, ତାଙ୍କୁ ଥାନାକୁ ଡକାଇବା ପାଇଁ ଲଗାତାର ଧମକ ଦେବା କ୍ରୁରତାପୂର୍ଣ୍ଣ କାର୍ଯ୍ୟ । ପତ୍ନୀ ନିଜ ସ୍ବାମୀ ଓ ତାଙ୍କର ପରିବାରକୁ ଅପରାଧିକ ମାମଲାରେ ଫସାଇବାକୁ ସବୁକିଛି କରିଛନ୍ତି । ଏହା ମାନସିକ ନିର୍ଯାତନା ଅଟେ ।

ମହିଳା ଅଭିଯୋଗ କରିଥିଲେ ଯେ ଶ୍ବଶୁର ତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ । କିନ୍ତୁ ଶ୍ବଶୁର ବିରୋଧରେ ସେ କୌଣସି ମାମଲା ଦାୟର କରିନଥିଲେ । ତେଣୁ ଏହି ଅଭିଯୋଗ ପୁରା ମିଛ ଲାଗୁଛି । ଅଭିଯୁକ୍ତ ପକ୍ଷ ଥାନାକୁ ଯାଇଥିବା ବେଳେ ଏହି ସମ୍ପର୍କରେ କୌଣସି କଥା ଉଠିନଥିଲା । ବାପାମାଆଙ୍କ ଠାରୁ ଅଲଗା ରହିବାକୁ ମହିଳା ସ୍ବାମୀକୁ ଜିଦ୍ କରୁଥିଲେ । ପାରିବାରିକ କଳହ ପାଇଁ ଦୁଇ ପକ୍ଷ ୧୭ ବର୍ଷ ହେଲା ଅଲଗା ରହୁଥିଲେ । ସେଥିପାଇଁ ସେମାନଙ୍କ ଭିତରେ ବୁଝାମଣାର କିଛି ସମ୍ଭାବନା ନାହିଁ । ଏହି ଦୃଷ୍ଟିରୁ କୋର୍ଟ ଉକ୍ତ ଦମ୍ପତିଙ୍କ ବିବାହ ବିଚ୍ଛେଦ କରାଇଥିଲେ ।

ଏହାମଧ୍ୟ ପଢନ୍ତୁ: ୧୫ ବର୍ଷୀୟ ସ୍ତ୍ରୀ ସହ ଶାରିରୀକ ସମ୍ପର୍କ ଦୁଷ୍କର୍ମ ନୁହେଁ, ଦୋଷମୁକ୍ତ ହେଲେ ମୁସଲିମ ବ୍ୟକ୍ତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.