ETV Bharat / bharat

Terror funding ଅଭିଯୁକ୍ତ ଜାମିନ ମାମଲା, ତ୍ବରାନ୍ବିତ ଶୁଣାଣି ପାଇଁ ପଟିଆଲା ହାଉସକୋର୍ଟକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Jul 28, 2021, 7:42 PM IST

ଆତଙ୍କବାଦୀ ପାଣ୍ଠି ସଂଗ୍ରହ ମାମଲାର ଅଭିଯୁକ୍ତ ମହମ୍ମଦ ସଲିମର ବିଚାରାଧୀନ ଜାମିନ ଆବେଦନକୁ ତ୍ୱରାନ୍ୱିତ କରିବାକୁ ପଟିଆଲା ହାଉସକୋର୍ଟଙ୍କୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ । ଅଧିକ ପଢନ୍ତୁ...

Terror funding ଅଭିଯୁକ୍ତ ଜାମିନ ମାମଲା, ତ୍ବାରାନ୍ବିତ ଶୁଣାଣି ପାଇଁ ପଟିଆଲା ହାଉସ କୋର୍ଟକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆତଙ୍କୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ସଂଗ୍ରହ ଅଭିଯୁକ୍ତ ମହମ୍ମଦ ସଲିମର ବିଚାରାଧୀନ ଜାମିନ ଆବେଦନକୁ ତ୍ୱରାନ୍ୱିତ ଭାବେ ଶେଷ କରିବାକୁ ପଟିଆଲା ହାଉସ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଜଷ୍ଟିସ୍ ସିଦ୍ଧାର୍ଥ ମୃଦୁଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏପରି ରାୟ ଶୁଣାଇଛନ୍ତି ।

ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ଆଇନଜୀବୀ ତନଭୀର ଅହମ୍ମଦ ମିର ଏବଂ ପ୍ରଭବ ରାଲି କହିଛନ୍ତି ଯେ ପଟିଆଲା ହାଉସ କୋର୍ଟର ଏନଆଇଏ କୋର୍ଟରେ ଫେବୃଆରୀ 4 ରୁ ଏହି ଜାମିନ ଆବେଦନ ବିଚାରାଧୀନ ଅଛି। ମେ 27 ରେ ହାଇକୋର୍ଟଙ୍କ ଏକକ ଖଣ୍ଡପୀଠ ଜାମିନ ଆବେଦନ ଉପରେ ଶୀଘ୍ର ଶୁଣାଣି କରିବାକୁ ପଟିଆଲା ହାଉସ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇସାରିଛନ୍ତି । ତଥାପି ଏହି ମାମଲା ଏପର୍ଯ୍ୟନ୍ତ ବିଚରାଧୀନ ଅଛି ।

ଅନ୍ୟପଟେ ଏହି ପ୍ରସଙ୍ଗରେ ପଟିଆଲା କୋର୍ଟ କହିଛନ୍ତି ଯେ, ମାମଲାରେ ତଥ୍ୟ ଓ ପ୍ରମାଣ ସଂଖ୍ୟା ଅଧିକ ରହିଛି । କୋରୋନା କାଳରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏପରି ମାମଲାର ଶୁଣାଣି ଶେଷ କରିବା ସମ୍ଭବ ନୁହେଁ । ତେଣୁ ଏହି ମାମଲାର ଶୁଣାଣି କେବଳ ସ୍ବାଭାବିକ ଭାବେ ଅଦାଲତ ପରିସରରେ ହିଁ ସମ୍ଭବ । କିନ୍ତୁ ପଟିଆଲା ହାଉସକୋର୍ଟଙ୍କ ଏପରି ଆଭିମୁଖ୍ୟରେ ସର୍ବୋଚ୍ଚ କୋର୍ଟ ଏକମତ ହୋଇନଥିବା ବେଳେ ଏହି ପ୍ରସଙ୍ଗର ଶୁଣାଣି ଅଗ୍ରାଧିକାର ଭିତ୍ତିରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଟେରର ଫଣ୍ଡିଂ ଅଭିଯୋଗରେ 26 ସେପ୍ଟେମ୍ବର 2018 ଅଭିଯୁକ୍ତ ମହମ୍ମଦ ସଲିମକୁ ଗିରଫ କରିଥିଲା NIA । ସେବେଠାରୁ ଅଭିଯୁକ୍ତ ଜେଲରେ ଅଛି । ସଲିମ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ହାୱାଲା ମାଧ୍ୟମରେ ଅର୍ଥ ଯୋଗାଡ କରୁଥିବା ସହ ପାକିସ୍ତାନ ସହ ଯୋଗାଯୋଗରେ ରହିଥିବା ପ୍ରମାଣ ପାଇବା ପରେ ତାକୁ ଗିରଫ କରିଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା NIA ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.