ନୂଆଦିଲ୍ଲୀ: ହୋମିଓପାଥି ପାଠ୍ୟକ୍ରମରେ ଆଡମିଶନକୁ ନେଇ କୋର୍ଟରେ ମାମଲା । ତେବେ ହୋମିଓପାଥି ପଢିବା ପାଇଁ ନ୍ୟାସନାଲ ଏଲିଜିବିଲିଟି କମ୍ ପ୍ରବେଶିକା ପରୀକ୍ଷା (NEET)କୁ ବାଧ୍ୟତାମୂଳକ ନିୟମ ବିରୋଧରେ କୋର୍ଟରେ ଅଭିଯୋଗ । ଏନେଇ ବୁଧବାର ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାର ନିଜ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ଏହି ନିୟମକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟରେ ବିଭିନ୍ନ ହୋମିଓପାଥି କଲେଜ ପକ୍ଷରୁ ଆବେଦନ କରାଯାଇଥିଲା । ତେବେ ବୁଧବାର ହାଇକୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଭିପିନ୍ ସାଙ୍ଗି ଏବଂ ଜଷ୍ଟିସ୍ ନବିନ ଚାୱଲାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବା ସହ ଆୟୁଷ ମନ୍ତ୍ରଣାଳୟ, ହୋମିଓପାଥି ପାଇଁ ଜାତୀୟ ଆୟୋଗ, ଜାତୀୟ ପରୀକ୍ଷା ଏଜେନ୍ସି ଏବଂ ଅନ୍ୟମାନଙ୍କୁ ନିଜ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମାମଲାର ପରବର୍ତ୍ତୀ ଶୁଣାଣି ଚଳିତ ମାସ ୩୦ ତାରିଖରେ କରାଯିବ ବୋଲି ଦିଲ୍ଲୀ ହୋଇକୋର୍ଟ ପକ୍ଷରୁ କୁହାଯାଇଛି ।
ସେହିଭଳି ନିୟମକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟରେ ବିଭିନ୍ନ ହୋମିଓପାଥି କଲେଜ ପକ୍ଷରୁ ଆବେଦନ ଦାଖଲ ହୋଇଥିବା ଏହି ପିଟିସନରେ ଯୁକ୍ତି ଦର୍ଶାଯାଇଛି ଯେ, ପାଠ୍ୟକ୍ରମରେ ଆଧୁନିକ ଭେଷଜ ଓ ହୋମିଓପାଥି ପୋଲ ଅଲଗା ଏବଂ ଏହି ପାଠ୍ୟକ୍ରମରେ ଶିକ୍ଷା ଦିଆଯାଇଥିବା ବିଷୟଗୁଡ଼ିକ ପରସ୍ପରଠାରୁ ଅଲଗା ବୋଲି କୁହାଯାଇଛି । ଏଥିସହ ଏହା ମଧ୍ୟ ନ୍ୟାସନାଲ କମିଶନ ଫର ହୋମିଓପାଥି ଧାରା ୧୪ର ଆଇନଗତତାକୁ ଆକ୍ଟ ୨୦୨୦ ଚ୍ୟାଲେଞ୍ଜ କରିବା ସହ ଗତବର୍ଷ NEET (UG)ପକ୍ଷରୁ ଜାରି ହୋଇଥିବା ସୂଚନାକୁ ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି ।
ଅନ୍ୟପଟେ ନିଟ୍ (NEET)ର ପ୍ରତିଶତ ମାନଦଣ୍ଡ ସମ୍ପର୍କିତ ଏକ ପିଟିସନରେ ହାଇକୋର୍ଟ ଗତ ସପ୍ତାହରେ ନଜର ରଖିବା ସହ ଏମବିବିଏସ କିମ୍ବା ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଦେଖାଦେଇଛି । ଏଥିସହ ଏହି ପରିସ୍ଥିତି ହେତୁ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନ ଯିବାକୁ ପଡିଲା ବୋଲି କୁହାଯାଇଛି । ନିଟ୍ (NEET) ପରୀକ୍ଷାରେ ଭଲ ମାର୍କ ରଖିଥିବା ଏସସି, ଏସଟି, ଏବଂ ଓବିସି ଆଧାରରେ ପ୍ରତିବର୍ଷ ଛାତ୍ରଛାତ୍ରୀଙ୍କୁ ସିଟ୍ ମିଳିଥାଏ । ଏପଟେ ଏସସି, ଏସଟି, ଏବଂ ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ୪୦ ପ୍ରତିଶତ ରହିଥିବା ବେଳେ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ୫୦ ପ୍ରତିଶତ ରହିଛି ।
@IANS