ETV Bharat / bharat

'ଦିଲ୍ଲୀରେ ଆଇସିୟୁ ଶଯ୍ୟା ଉପଲବ୍ଧତାକୁ ସମୀକ୍ଷା କରିବେ ସରକାର'

author img

By

Published : Mar 30, 2021, 6:54 PM IST

ଦିଲ୍ଲୀରେ କୋରୋନା ସଂକ୍ରମଣରେ ବୃଦ୍ଧି ଘଟୁଥିବାରୁ ଆଇସିୟୁ ଶଯ୍ୟାର ଉପଲବ୍ଧତାକୁ ସରକାର ସମୀକ୍ଷା କରିବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି । ଅଧିକ ପଢନ୍ତୁ...

'ଦିଲ୍ଲୀରେ ଆଇସିୟୁ ଶଯ୍ୟା ଉପଲବ୍ଧତାକୁ ସମୀକ୍ଷା କରିବେ ସରକାର'
'ଦିଲ୍ଲୀରେ ଆଇସିୟୁ ଶଯ୍ୟା ଉପଲବ୍ଧତାକୁ ସମୀକ୍ଷା କରିବେ ସରକାର'

ନୂଆଦିଲ୍ଲୀ: ଦିଲ୍ଲୀରେ କ୍ରମାଗତ ଭାବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି । ଗତ ସୋମବାର ପ୍ରାୟ 1904 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂତନ ରୋଗୀଙ୍କ ସଂଖ୍ୟା ବଢିବା ସହିତ ହସ୍ପିଟାଲଗୁଡ଼ିକରେ ଆଇସିୟୁ ଶଯ୍ୟା ସଂଖ୍ୟାକୁ ମଧ୍ୟ ବୃଦ୍ଧି କରାଯାଉଛି । ତେବେ ଏହି ଆଇସିୟୁ ଶଯ୍ୟାର ଉପଲବ୍ଧତାକୁ ଦିଲ୍ଲୀ ସରକାର ସମୀକ୍ଷା କରିବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ।

ପ୍ରତିଦିନ ଦେଶରେ 50 ହଜାର ଲୋକ କୋରୋନା ପଜିଟିଭ ଚିହ୍ନଟ ହେଉଥିବାବେଳେ କେବଳ ଦିଲ୍ଲୀରେ ପ୍ରତିଦିନ 80 ହଜାରରୁ 90 ହଜାର କୋରୋନା ପରୀକ୍ଷଣ କରାଯାଉଛି । ତେବେ ଦିଲ୍ଲୀରେ କୋରୋନା ସ୍ଥିତିକୁ ନିୟମିତ ଭାବରେ ସମୀକ୍ଷା କରାଯାଉଥିବା ବେଳେ ସରକାର ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ସଚେତନ କରୁଥିବା ସ୍ବାସ୍ଥ୍ୟମନ୍ତ୍ରୀ ଜୈନ କହିଛନ୍ତି । କୋରୋନାର ନୂଆ ଷ୍ଟ୍ରେନ ସମ୍ବନ୍ଧୀୟ ଏକ ପ୍ରଶ୍ନରେ ସ୍ବାସ୍ଥ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି ଯେ ପୂର୍ବରୁ ଦେଶରେ 10 ହଜାରରୁ କମ ମାମଲା ରେକର୍ଡ କରାଯାଉଥିଲା । ମାତ୍ର ବର୍ତ୍ତମାନ ଏହା 6 ଗୁଣକୁ ବୃଦ୍ଧି ପାଇଛି । ତେବେ ଏହାକୁ ନୂଆ ଷ୍ଟ୍ରେନର ତରଙ୍ଗ କହିବା ପୂର୍ବରୁ ଆଉ ଏକ ସପ୍ତାହ ଅପେକ୍ଷା କରିବାକୁ ପଡିବ ବୋଲି ସେ କହିଛନ୍ତି ।

ତେବେ ସଂକ୍ରମଣରେ ବୃଦ୍ଧି ଘଟିବା ସହିତ ହସ୍ପିଟାଲଗୁଡିକରେ ଆଇସିୟୁ ଶଯ୍ୟାର ଉପଲବ୍ଧତାକୁ ମଧ୍ୟ ସମୀକ୍ଷା କରାଯାଉଛି । ସଂକ୍ରମଣ ବଢିବା ମାତ୍ରେ ଜରୁରୀକାଳୀନ ପରିସ୍ଥିତିରେ ଶଯ୍ୟା ସଂଖ୍ୟାକୁ ମଧ୍ୟ ବୃଦ୍ଧି କରାଯାଉଛି । ବର୍ତ୍ତମାନ ମଧ୍ୟ ଆଇସିୟୁ ଶଯ୍ୟା ଓ ଭେଣ୍ଟିଲେଟର ସରକାରୀ ହସ୍ପିଟାଲରେ ଉପଲବ୍ଧ ରହିଛି କିନ୍ତୁ ଘରୋଇ ହସ୍ପିଟାଲରେ ଏହାର ଅଭାବ ପରିଲକ୍ଷିତ ହେଉଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଜୈନ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.