ETV Bharat / bharat

DELHI ELECTRIC BUS SERVICE: ରାଜଧାନୀ ରାସ୍ତାରେ ଖୁବଶୀଘ୍ର ଗଡ଼ିବ ୧୫୦୦ ବସ୍‌ - ଦିଲ୍ଲୀ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ପଦକ୍ଷେପ

ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଆରମ୍ଭ ହୋଇଛି ଇଭି ବସ୍‌ ସେବା । ଏହାରି ମଧ୍ୟରେ ଆଗକୁ ଦିଲ୍ଲୀରେ ପ୍ରାୟ ୧୫୦୦ଟି ବସ୍‌ ଗଡ଼ିବ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

DELHI ELECTRIC BUS SERVICE: ରାଜଧାନୀ ରାସ୍ତାରେ ଖୁବଶୀଘ୍ର ଗଡ଼ିବ ୧୫୦୦ ବସ୍‌

author img

By

Published : Jan 21, 2022, 12:53 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଏକ ପ୍ରଶଂସନୀୟ କାର୍ଯ୍ୟ ଆରମ୍ଭ କରିଛନ୍ତି କେଜ୍ରିୱାଲ ସରକାର । ଏଣିକି ରାଜଧାନୀ ରାସ୍ତାରେ ଗଡ଼ିବାକୁ ଯାଉଛି ବିଦ୍ୟୁତ ଚାଳିତ ବସ୍‌(Electric Bus Service to start in Delhi) । ଏଥିଲାଗି ବସ୍‌ର ସ୍ବତନ୍ତ୍ର ମ୍ୟାପ ତିଆରି କରାଯାଇଥିବା ବେଳେ ଯାତ୍ରୀଙ୍କୁ ସ୍ଥାନାନ୍ତର ପାଇଁ ଏହା ପବ୍ଲିକ ଟ୍ରାନ୍ସପୋର୍ଟ ଭାବେ କାର୍ଯ୍ୟ କରିବ ।

ଦିଲ୍ଲୀରେ ବିଦ୍ୟୁତ ଚାଳିତ ବସ୍‌ ସେବାକୁ ନେଇ ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାଶ ଗେହଲଟ ଟ୍ବିଟ କରି କହିଛନ୍ତି ଯେ ଦିଲ୍ଲୀ ସରକାର ଖୁବଶୀଘ୍ର ପରିବହନ ନିଗମ ଦ୍ବାରା ପ୍ରାୟ ୧୫୦୦ଟି ବିଦ୍ୟୁତ ଚାଳିତ ବସ୍‌ ସେବାର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଏହି ବସ୍‌ଗୁଡିକ ୧୦୦ ପ୍ରତିଶତ ବିଦ୍ୟୁତକରଣ ହେବା ସହିତ ଲୋକଙ୍କୁ ସ୍ଥାନାନ୍ତର କରିବ । ଏହାଦ୍ବାରା ବାୟୁ ପ୍ରଦୂଷଣ ରୋକାଯିବା ସହିତ ଦିଲ୍ଲୀର ବାୟୁମଣ୍ଡଳରେ ସୁଧାର ଆସିବ ।

ତେବେ ସୂଚନା ଥାଉ କି ଗତ ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଥମ ଇଲେକ୍ଟ୍ରିକ DTC ବସ୍‌କୁ ସବୁଜ ପତାକା ଦେଖାଇଛନ୍ତି । ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଦିଲ୍ଲୀରେ ପ୍ରାୟ ୩୦୦ EV ବସ୍‌ ପରିବହନ କାର୍ଯ୍ୟରେ ଯୋଡି ହେବ । ଏହାସହିତ ମୁଖ୍ୟମନ୍ତ୍ରୀ ଆଗକୁ ପ୍ରାୟ ୨୦୦୦ ଇଲେକ୍ଟ୍ରିକ ବସ୍‌ କିଣିବେ । ଏହି ଇଲେକ୍ଟ୍ରିକ ବସ୍‌ ସେବା ପାଇଁ ଦିଲ୍ଲୀ ସରକାର 'ONE STOP' ନାମରେ ଏକ ୱେବସାଇଟ ମଧ୍ୟ ଲଞ୍ଚ କରିଛନ୍ତି ।

ଏହା ବି ପଢନ୍ତୁ: ଅଳ୍ପ ମାତ୍ରାର ମଦ ଔଷଧ ଭଳି କାମ ଦେଇଥାଏ: ସ୍ବାଧୀ ପ୍ରଜ୍ଞା

ୱେବସାଇଟ ev.delhi.gov.in ଜରିଆରେ ସାଧାରଣ ଲୋକମାନେ ଏହି ବସ୍‌ ସମ୍ପର୍କରେ ସମସ୍ତ ସୂଚନା ପାଇପାରିବେ । ଏହା ଦ୍ବାରା ଇଲେକ୍ଟ୍ରିକ ଯାନବାହନ କ୍ରୟ ଉପରେ ମଧ୍ୟ ଲୋକମାନେ ସୂଚନା ପାଇପାରିବେ । ଫଳରେ ବିଦ୍ୟୁତ ଚାଳିତ ଯାନବାହନ କିଣିବା ଲୋକଙ୍କ ପାଇଁ ସହଜ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.