ETV Bharat / bharat

ଦିଲ୍ଲୀ ସରକାରଙ୍କ ବଡ ନିଷ୍ପତ୍ତି, 3 ମାସ ମଧ୍ୟରେ ଟୀକାକରଣ ସମାପ୍ତ ଲକ୍ଷ୍ୟ - ଦିଲ୍ଲୀ ଟୀକାକରଣ ପାଇଁ କେନ୍ଦ୍ରକୁ ଚିଠି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଶନିବାର କହିଛନ୍ତି ଯେ, ଦିଲ୍ଲୀ ପ୍ରଶାସନ ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ଟୀକାକରଣ ନିମନ୍ତେ ପ୍ରସ୍ତୁତ ହେଉଛି । ଦିଲ୍ଲୀରେ ଟୀକାକରଣ ନିମନ୍ତେ ଦୈନିକ 80,000 ରୁ 85,000 ଡୋଜର ଆବଶ୍ୟକତା ରହିଛି । ଅଧିକ ପଢନ୍ତୁ...

ଆକ୍ସନ ମୁଡରେ ଦିଲ୍ଲୀ ପ୍ରଶାସନ, 3 ମାସ ମଧ୍ୟରେ ଟୀକାକରଣ ସମାପ୍ତ ଲକ୍ଷ

author img

By

Published : May 8, 2021, 4:25 PM IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଶନିବାର କହିଛନ୍ତି ଯେ, ଦିଲ୍ଲୀ ପ୍ରଶାସନ ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ଟୀକାକରଣ ନିମନ୍ତେ ପ୍ରସ୍ତୁତ ହେଉଛି । ଦିଲ୍ଲୀରେ ଟୀକାକରଣ ନିମନ୍ତେ ଦୈନିକ 80,000 ରୁ 85,000 ଡୋଜର ଆବଶ୍ୟକତା ରହିଛି ।

ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି ଦିଲ୍ଲୀ କେନ୍ଦ୍ର ଠାରୁ ପର୍ଯ୍ୟାପ୍ତ ସହଯୋଗ ପାଏ ତେବେ ଆସନ୍ତା 3 ମାସ ମଧ୍ୟରେ ଟୀକାକରଣ ସମାପ୍ତ କରିବା ନିମନ୍ତେ ପାଖାପାଖି 300 ଟୀକାକରଣ କେନ୍ଦ୍ର ସ୍ଥାପନ କରାଯାଇଛି ।

ବର୍ତ୍ତମାନ ଦିଲ୍ଲୀରେ ପାଖାପାଖି 100 ଟୀକାକରଣ କେନ୍ଦ୍ର କାର୍ଯ୍ୟକ୍ଷମ ହେଉଥିବା ବେଳେ ଆଉ 200 କେନ୍ଦ୍ର ଆଗାମୀ କିଛିଦିନ ମଧ୍ୟରେ ସମାପ୍ତ ହୋଇଯିବାର ସମ୍ଭାବନା ରହିଛି । ରାଜଧାନୀରେ ଆଉ 2 କୋଟିରୁ ଅଧିକ ଜନସଂଖ୍ୟା ପାଇଁ ଆଗାମୀ 3 ମାସ ମଧ୍ୟରେ ଦିଲ୍ଲୀ 3 କୋଟି ଟିକା ଆବଶ୍ୟକ କରୁଛି ବୋଲି କେଜିରିଓ୍ବାଲ କହିଛନ୍ତି ।

ଦିଲ୍ଲୀ ଏପର୍ଯ୍ୟନ୍ତ ପ୍ରାୟ 40 ଲକ୍ଷ ଟିକା ପାଇଛି ଏବଂ ଆହୁରି ପାଖାପାଖି 2.60 କୋଟି ଟିକା ଆଗାମୀ 3 ମାସ ମଧ୍ୟରେ ଆବଶ୍ୟକ। ଦିଲ୍ଲୀରେ ଆଜି ପାଖାପାଖି 1 ଲକ୍ଷ ଲୋକ ଚାକିରୀ ପାଉଛନ୍ତି । ଆମେ ଏହାକୁ ବଢାଇ ଦିନକୁ 3 ଲକ୍ଷ କରିବା ପାଇଁ ପ୍ରୟାସ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଖୁବ ଶୀଘ୍ର ଅଧିକରୁ ଅଧିକ ଟୀକୀକରଣ ସାଇଟ ବୃଦ୍ଧି ପାଇଁ ପ୍ରୟାସ ମଧ୍ୟ କରାଯାଉଛି ବୋଲି ଅରବିନ୍ଦ କେଜିରିଓ୍ବାଲ କହିଛନ୍ତି ।

କୋରୋନାର ତୃତୀୟ ଲହର ପାଇଁ କେନ୍ଦ୍ର ସରକାର ତତ୍ପରତା ଦେଖାଉଥିବା ବେଳେ ଦିଲ୍ଲୀ ସରକାର ଯଥାଶୀଘ୍ର ଏହାର ସମସ୍ତ ନାଗରିକ ମାନଙ୍କୁ 3 ମାସ ମଧ୍ୟରେ ଟିକାକରଣ ନିମନ୍ତେ ପ୍ରୟାସ କରୁଛି । ସେଥିପାଇଁ ଦିଲ୍ଲୀ ସରକାର କେନ୍ଦ୍ରକୁ ଚିଠି ଅନୁରୋଧ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.