ETV Bharat / bharat

Delhi excise policy case: 24ରେ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି - ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି

ଚଳିତମାସ 24 ତାରିଖରେ ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି କରିବେ ସ୍ବତନ୍ତ୍ର କୋର୍ଟ । ଅଧିକ ପଢନ୍ତୁ

24 ରେ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି
24 ରେ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି
author img

By

Published : Mar 21, 2023, 8:59 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇ ବିଚାର ବିଭାଗୀୟ ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବେଲ ଆବେଦନ 24 ତାରିଖରେ ଶୁଣାଣି ହେବ । ଦିଲ୍ଲୀର ଏକ ସ୍ବତନ୍ତ୍ର କୋର୍ଟ ଏହି ମାମଲାର ଶୁଣାଣି କରିବା ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି । ସିସୋଦିଆଙ୍କୁ ବେଲ ପ୍ରଦାନ କରିବା ପାଇଁ ସିବିଆଇ ପ୍ରଥମରୁ ବିରୋଧ କରୁଛି । 26 ଫେବୃଆରୀରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ଗିରଫ କରିଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ପ୍ରଥମ ପର୍ଯ୍ୟାୟ ଶେଷ ପରେ ସେ ଏବେ ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ 3 ତାରିଖ ଯାଏ ବିଚାର ବିଭାଗୀୟ ହାଜତରେ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Delhi excise policy case: ଏପ୍ରିଲ 3 ଯାଏଁ ବଢିଲା ସିସୋଦିଆଙ୍କ ନ୍ୟାୟିକ ହାଜତ ଅବଧି

ଗତମାସ 26 ତାରିଖରେ ତାଙ୍କୁ ଗିରଫ କରାଯିବା ପରେ 27ରେ କୋର୍ଟରେ ହାଜର କରିଥିଲା CBI । 51 ବର୍ଷୀୟ ସିସୋଦିଆଙ୍କୁ ଦିଲ୍ଲୀରେ ନୂତନ ଅବକାରୀ ନୀତି କାର୍ଯ୍ୟକାରୀ କରିବାରେ ବ୍ୟାପକ ଅନିୟମିତତା ଅଭିଯୋଗରେ ଗିରଫ କରିଥିଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ତାଙ୍କ ବାସଭବନରେ ଚଢାଉ କରି ସାରିଥିଲେ ମଧ୍ୟ କୌଣସି ଲାଭ ମିଳିନଥିଲା । ହେଲେ ଫେବୃଆରୀ 26ରେ ତାଙ୍କୁ ସମନ ଜାରି କରି ଜେରା ପାଇଁ ଡାକିଥିଲା CBI । ଦିନ ତମାମ ଜେରା କରିବା ପରେ ସଂଧ୍ୟାରେ ଗିରଫ କରିଥିଲା କେନ୍ଦ୍ରୀୟ ସଂସ୍ଥା ।

ମାମଲାରେ ପ୍ରମାଣ ନଷ୍ଟ କରିବା ଓ ଜେରା ବେଳେ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ ନକରିବା ପରି ଅଭିଯୋଗରେ ଗିରଫଦାରୀ ହୋଇଥିବା CBI କହିଥିଲା । ଘଟଣାରେ ଅଧିକ ଜେରାର ଆବଶ୍ୟକତା ଥିବା ଦର୍ଶାଇ ସିବିଆଇ ଦୁଇଟି ପର୍ଯ୍ୟାୟରେ ମୋଟ 7 ଦିନ ଧରି ସିସୋଦିଆଙ୍କୁ ଜେରା କରି ସାରିଛି । ଦିତ୍ବୀୟ ପର୍ଯ୍ୟାୟ ରିମାଣ୍ଡ ଶେଷ ହେବା ପରେ ତାଙ୍କୁ 20 ତାରିଖ (ଆଜି) ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ଆଜି ଉକ୍ତ ଅବଧିକୁ ଆଉ 14 ଦିନ ବଢାଯାଇଛି ।

ଏବେ ସିସୋଦିଆଙ୍କ ବିରୋଧରେ ଭିନ୍ନ ମାମଲା ମଧ୍ୟ ଦାଏର କରିଛି । ଅବକାରୀ ଦୁର୍ନୀତି ମାମଲା ବ୍ୟତୀତ ସିସୋଦିଆ ବର୍ତ୍ତମାନ ଫିଡବ୍ୟାକ ୟୁନିଟ ଗଠନ ମାମଲାରେ ମଧ୍ୟ ତଦନ୍ତ ପରିସରରେ ଅଛନ୍ତି । ସିବିଆଇ ପରେ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ତାଙ୍କୁ ତଦନ୍ତ ପରିସରରେ ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.