ETV Bharat / bharat

Delhi Excise Policy Case: ଗିରଫଦାରୀକୁ ବିରୋଧ, ସୁପ୍ରିମକୋର୍ଟ ଗଲେ ସିସୋଦିଆ - ସୁପ୍ରିମକୋର୍ଟ ଦ୍ବାରସ୍ଥ ହେଲେ ମନୀଷ ସିସୋସିଆ

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଦିଆ ଗିରଫଦାରୀକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ

manish sisodia moves supreme court challenging arrest
ସୁପ୍ରିମକୋର୍ଟ ଦ୍ବାରସ୍ଥ ହେଲେ ସିସୋସିଆ
author img

By

Published : Feb 28, 2023, 11:39 AM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ମନୀଷ ସିସୋଦିଆ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ସିସୋଦିଆ ଗିରଫଦାରୀ ଓ ଯାଞ୍ଚ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଆଉ କିଛି ସମୟ ପରେ ଏହି ମାମଲାର ଶୁଣାଣି ହେବ । ମଦ ଦୁର୍ନୀତି ମାମଲାରେ ଆସନ୍ତାକାଲି (ସୋମବାର) ସିସୋଦିଆଙ୍କୁ ସିବିଆଇ 5 ଦିନିଆ ରିମାଣ୍ଡରେ ନେଇଥିଲା ।

ସିବିଆଇ ଗିରଫଦାରୀ ଓ ଯାଞ୍ଜ ପ୍ରକ୍ରିୟାକୁ ବିରୋଧ କରିଛନ୍ତି ମନୀଷ ସିସୋସିଆ । ଏହାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଅଭିଷେକ ମନୁ ସିଙ୍ଘଭି ମନୀଷ ସିସୋଦିଆଙ୍କ ତରଫରୁ ଓକିଲାତି କରିବେ । ଏହା ମାମଲା ଆଉ କିଛି ସମୟ ପରେ ସୁପ୍ରିମକୋର୍ଟରେ ଶୁଣାଣି ହେବ । ଅବକାରୀ ଦୁର୍ନୀତି ମାମଲାରେ ରବିବାର ସିସୋଦିଆକୁ 8 ଘଣ୍ଟା ଜେରା କରିବା ପରେ ସିବିଆଇ ଗିରଫ କରିଥିଲା । ଏହାପରେ ଦିଲ୍ଲୀର ଏକ ସ୍ବତନ୍ତ୍ର ଅଦାଲତ ସିସୋଦିଆଙ୍କୁ 5 ଦିନିଆ ସିବିଆଇ ରିମାଣ୍ଡରେ ପଠାଇଥିଲେ । ସିବିଆଇ ସିସୋଦିଆଙ୍କୁ ରିମାଣ୍ଡରେ ନେଇ ଜେରା କରିବାକୁ ଆବେଦନ କରିଥିଲା ।

ଏହା ବି ପଢନ୍ତୁ...Delhi Excise Policy Case: ସିସୋଦିଆଙ୍କୁ 5ଦିନିଆ ରିମାଣ୍ଡରେ ନେଲା CBI, ଗତକାଲି ହୋଇଥିଲେ ଗିରଫ

ଅବକାରୀ ନୀତି ମାମଲାରେ ଗତ ଫେବୃଆରୀ 19ରେ ସିସୋଦିଆକୁ ହାଜର ହେବାକୁ ସିବିଆଇ ନୋଟିସ କରିଥିଲା । ମାତ୍ର ସପ୍ତାହ ସମୟ ମାଗି ଗତ 26 ତାରିଖରେ ସିବିଆଇରେ ହାଜର ହୋଇଥିଲେ । ମାଆଙ୍କ ଅର୍ଶୀବାଦ ନେଇ ବିଜୟ ସଙ୍କେତ ଦେଇ ଘରୁ ବାହାରିଥିଲେ । ଏହାପରେ ରାଜଘାଟରେ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହାପରେ ପ୍ରାୟ 8 ଘଣ୍ଟା ମାରାଥନ ଜେରା କରିଥିଲା । ସନ୍ତୋଷଜନକ ଉତ୍ତର ନ ଦେବା ସହ ପ୍ରମାଣ ନଷ୍ଟ କରିବା ଯୁକ୍ତି ବାଢି ତାଙ୍କୁ ଗିରଫ କରିଥିଲା ସିବିଆଇ । ଏହାପରେ 5 ଦିନିଆ ରିମାଣ୍ଡରେ ନେଇଥିଲା । ମନୀଷ ସିସୋଦିଆଙ୍କ ଏହି ଗିରଫଦାରୀକୁ ନିନ୍ଦା କରିବା ସହ ବିଜେପି ଉପରେ ବର୍ଷିଥିଲା ଆପ୍ ।

ଏହା ବି ପଢନ୍ତୁ...Encounter In Pulwama: ସେନା ଗୁଳିରେ ଜଣେ ଆତଙ୍କୀ ନିପାତ

ଗତକାଲି (ସୋମବାର) ଜାତୀୟ ରାଜଧାନୀ ଦିଲ୍ଲୀଠୁ ନେଇ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଥିଲା ଆମ ଆଦମୀ ପାର୍ଟି । ଦିଲ୍ଲା ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ଆପ୍ । ଗଣତନ୍ତ୍ର ପାଇଁ କଳାଦିନ ବୋଲି କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.