ETV Bharat / bharat

Delhi Excise Policy Case: କେସିଆରଙ୍କ ଝିଅ କବିତାଙ୍କୁ ଇଡିର ପଚରାଉଚରା ଜାରି

author img

By

Published : Mar 11, 2023, 1:31 PM IST

Updated : Mar 11, 2023, 2:24 PM IST

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା । ଇଡିରେ ହାଜର ହେଲେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତା । ଅଧିକ ପଢନ୍ତୁ

ଇଡିରେ ହାଜର ହେଲେ କେସିଆରଙ୍କ ଝିଅ କବିତା
ଇଡିରେ ହାଜର ହେଲେ କେସିଆରଙ୍କ ଝିଅ କବିତା

ହାଇଦ୍ରାବାଦ: BRS ଏମଏଲସି ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତା ଆଜି(ଶନିବାର) ଇଡିରେ ହାଜର ହୋଇଛନ୍ତି । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ସେ ଦିଲ୍ଲୀ ସ୍ଥିତ ଇଡି ମୁଖ୍ୟାଳୟରେ ପହଞ୍ଚିଛନ୍ତି । ତାଙ୍କୁ ଗତ ୯ ତାରିଖରେ ହଜାର ହେବା ପାଇଁ ସମନ ହୋଇଥିବାବେଳେ ଜନ୍ତର ମନ୍ତର ଠାରେ ତାଙ୍କର ଧାରଣା କାର୍ଯ୍ୟକ୍ରମ ଥିବାରୁ ସେ ଆଉ କିଛି ଦିନ ସମୟ ମାଗିଥିଲେ । ଏଥିପାଇଁ ତଦନ୍ତକାରୀ ସଂସ୍ଥା ସହମତି ପ୍ରକାଶ କରି ଆଜି ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା । ତେଣୁ ଗତକାଲି ଧାରଣା ପ୍ରଦର୍ଶନ ପରେ BRS ନେତ୍ରୀ ଆଜି ଇଡି ଅଫିସରେ ପହଞ୍ଚିଛନ୍ତି । ମଦ ଦୁର୍ନୀତି ମାମଲାରେ ତାଙ୍କୁ ପଚରାଉଚରା ଚାଲିଛି ।

ଏହି ବହୁଚର୍ଚ୍ଚିତ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇ ନ୍ୟାୟିକ ହାଜତରେ ଅଛନ୍ତି । ଏକାଧିକ ସମନ ଏବଂ ଜେରା ପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତାଙ୍କୁ ଗିରଫ କରିଥିଲା । ସେହିପରି ଇଡି ହାଇଦ୍ରାବାଦ ଭିତ୍ତିକ ବ୍ୟବସାୟୀ ଅରୁଣ ରାମଚନ୍ଦ୍ରଙ୍କୁ ମଧ୍ୟ ଗିରଫ କରିଥିଲା । ଏହାର ଦିନକ ପରେ କବିତାଙ୍କୁ ଜେରା ପାଇଁ ସମନ ଜାରି କରଯାଇଥିଲା । ଆଜି ଦୁହିଁଙ୍କୁ ସାମ୍ନାସାମ୍ନି ବସାଇ ଜେରା କରିବ ଇଡି ।

ଏହାମଧ୍ୟ ପଢନ୍ତୁ: Land For Job Case: ତେଜସ୍ବୀ ଯାଦବଙ୍କୁ ପୁଣି ସିବିଆଇର ସମନ, ଆଜି ହାଜର ହେବାକୁ ନିର୍ଦ୍ଦେଶ

ଇଡିର ସମନ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର କହିଛନ୍ତି ଯେ, ବିଜେପି ମିଛ ଦୁର୍ନୀତି ମାମଲାରେ ବିଆରଏସ୍ ମନ୍ତ୍ରୀ, ସାଂସଦ ଓ ଏମଏଲସିଙ୍କୁ ହଇରାଣ କରୁଛି । ବିଜେପିର ନିର୍ଯାତନା ବିରୁଦ୍ଧରେ ତାଙ୍କ ଦଳ ଲଢେଇ ଜାରି ରଖିବ । ଗେରୁଆ ଦଳ କେନ୍ଦ୍ରରୁ ନହଟିବା ଯାଏଁ ସେମାନେ ସଂଘର୍ଷ କରିବେ ।

ସିବିଆଇ ଓ ଇଡିର ଅଭିଯୋଗ ଅନୁସାରେ, BRS ନେତ୍ରୀ କବିତା ସାଉଥ ଗ୍ରୁପର ଅଂଶ ଥିଲେ ଯେଉଁ ସଂସ୍ଥା ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତିରେ ସମ୍ପୃକ୍ତ ଥିଲା । ଆପ୍ କମ୍ୟୁନିକେସନ ଗ୍ରୁପ ଇନଚାର୍ଜ ସାଉଥ ଗ୍ରୁପ ଠାରୁ ୧୦୦ କୋଟି ଟଙ୍କା ନେଇଥିଲେ । ଏହି ଗ୍ରୁପ ସହ କବିତା, ଆନ୍ଧ୍ର ୱାଇଏସଆର ସାଂସଦ ଜଡିତ ଥିଲେ । ଏହି ମାମଲାରେ ସିବିଆଇ କବିତାଙ୍କ ପୂର୍ବତନ ଚାଟାର୍ଡ ଆକାଉଣ୍ଟାଣ୍ଟ ଗିରଫ କରିଛି ।

ଏହାମଧ୍ୟ ପଢନ୍ତୁ: Girl Molested In Delhi: ହୋଲି ବାହାନାରେ ଜାପାନୀ ଯୁବତୀଙ୍କୁ ର୍ଦୁବ୍ୟବହାର, ୩ ଗିରଫ

ଅନ୍ୟପଟେ ଆଜି ଭଉଣୀ କବିତାଙ୍କୁ ଜେରା ପୂର୍ବରୁ ଭାରତ ରାଷ୍ଟ୍ର ସମିତି ନେତା କେଟି ରାମା ରାଓ ଗତକାଲି ନିଜ ପିତା ତଥା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଦିଲ୍ଲୀ ବାସଭବନରେ ପହଞ୍ଚିଥିଲେ । ପୂର୍ବରୁ ଡିସେମ୍ବର ୧୨ ତାରିଖରେ ବିଆରଏସ ନେତ୍ରୀଙ୍କୁ ତାଙ୍କର ହାଇଦ୍ରାବାଦ ସ୍ଥିତ ବାସଭବନରେ ଦୀର୍ଘ ୭ ଘଣ୍ଟା କାଳ ଜେରା କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 11, 2023, 2:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.