ETV Bharat / bharat

Delhi excise policy: ତିହାର ଜେଲରେ ସିସୋଦିଆଙ୍କୁ ଜେରା କରୁଛି ଇଡି - ଦିଲ୍ଲୀ ଅବକାରୀ ଦୁର୍ନୀତି

ଅବକାରୀ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ତିହାର ଜେଲରେ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Mar 9, 2023, 12:21 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଅଛନ୍ତି ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଆଜି ଜେଲରେ ପହଞ୍ଚି ସିସୋଦିଆଙ୍କୁ ପଚରା ଉଚରା ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସିସୋଦିଆଙ୍କ ଜାମିନ ଆବେଦନ ଖାରଜ ହେବା ପରେ ବର୍ତ୍ତମାନ ସେ ତିହାର ଜେଲରେ ଅଛନ୍ତି । ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ସିସୋଦିଆ । ତେବେ ଅବକାରୀ ଦୁର୍ନୀତି ନେଇ ସିସୋଦିଆଙ୍କୁ ଇଡି ଜେରା କରୁଛି ।

ଗତ ମାସ 26 ତାରିଖରେ ସିବିଆଇରେ ହାଜର ହୋଇଥିଲେ ସିସୋଦିଆ । ଏହାପରେ ତାଙ୍କୁ ୮ ଘଣ୍ଟା ଜେରା କରିଥିଲା ସିବିଆଇ। ଜେରା ସମୟରେ ସହଯୋଗ ନକରିବା ଓ ପ୍ରମାଣ ନଷ୍ଟ କରିବା ପରି ଅଭିଯୋଗରେ ତାଙ୍କୁ ସିବିଆଇ ଗିରଫ କରିଥିଲା । ଗିରଫଦାରୀର ଗୋଟିଏ ଦିନ ପରେ ତାଙ୍କୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରି 5 ଦିନିଆ ରିମାଣ୍ଡରେ ଆଣିଥିଲା ସିବିଆଇ । କିନ୍ତୁ ରିମାଣ୍ଡ ସମୟରେ ମନୀଷ ସିସୋଦିଆ ସିବିଆଇକୁ ସହଯୋଗ କରିନଥିଲେ। ଗତ 4 ତାରିଖ ଦିନ ପ୍ରଥମ ରିମାଣ୍ଡ ଅବଧି ଶେଷ ପରେ ତାଙ୍କୁ ପୁଣି କୋର୍ଟରେ ହାଜର କରାଯାଇଥିଲା । ଅଧିକ ତଦନ୍ତ ଦର୍ଶାଇ ଦ୍ବିତୀୟ ଥର ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିବା ସିବିଆଇ । ଏହାପରେ କୋର୍ଟଙ୍କ ଅନୁମତି ପରେ ସିସୋଦିଆଙ୍କୁ 3 ଦିନିଆ ରିମାଣ୍ଡରେ ପୁଣି ପଚରାଉଛରା କରିଥିଲା । ଗତ 6 ତାରିଖ ଦିନ ଦ୍ବିତୀୟ ରିମାଣ୍ଡ ଅବଧି ଶେଷ ପରେ ପୁଣି ସିସୋଦିଆଙ୍କୁ କୋର୍ଟରେ ହାଜର କରାଯାଇଥିଲା । କିନ୍ତୁ ବେଲ୍‌ ଖାରଜ ହେବା ପରେ ଚଳିତ ସାମ 20 ତାରିଖ ପର୍ଯ୍ୟନ୍ତ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-Delhi liquor case Update: ଆଜି ଇଡିରେ ହାଜର ହେବେ ନାହିଁ କବିତା

ଗତ ସୋମବାର ଦିନ ଅବକାରୀ ଦୁର୍ନୀତି ମାମଲାରେ ହାଇଦ୍ରାବାଦର ବ୍ୟବସାୟୀ ଅରୁଣ ରାମଚନ୍ଦ୍ର ପିଲ୍ଲାଇଙ୍କୁ ଗିରଫ କରାଯାଇଥିଲା । ଏହାର ଦିନକ ପରେ କେସିଆରଙ୍କ ଝିଅ ତଥା ବିଆରଏସ ନେତ୍ରୀ କବିତାଙ୍କୁ ସମନ ଜାରି କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ତାଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ସମନ କରାଯାଇଥିଲା । ଏହାପରେ କବିତା ଏକ ସପ୍ତାହ ସମୟ ମାଗିଥିବା ବେଳେ ଆସନ୍ତା ଶନିବାର ହାଜର ହେବେ ବୋଲି କହିଛନ୍ତି । ଡିସେମ୍ବର 12 ତାରିଖରେ ସିବିଆଇ ବିଆରଏସ ନେତ୍ରୀ କେ.କବିତାଙ୍କୁ ତାଙ୍କର ହାଇଦ୍ରାବାଦ ସ୍ଥିତ ବାସଭବନରେ ଦୀର୍ଘ 7 ଘଣ୍ଟା ଜେରା କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.