ETV Bharat / bharat

Delhi Excise Case: ସିସୋଦିଆ ଓ ସହଯୋଗୀଙ୍କ 52 କୋଟି ସମ୍ପତ୍ତି ଜବତ - ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା । ଆପ୍‌ ନେତା ମନୀଷ ସିସୋଦିଆ ଓ ସହଯୋଗୀଙ୍କ 52 କୋଟି ସ୍ଥାବର ଓ ଅସ୍ଥାବର ଜମିକୁ ଜବତ କଲା ଇଡି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jul 7, 2023, 8:57 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଅବକାରୀ ଦୁର୍ନୀତି ମାମଲା । ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍‌ ନେତା ମନୀଷ ସିସୋଦିଆ, ପତ୍ନୀ ସୀମା ସିସୋଦିଆ ଓ ଅନ୍ୟ ସହଯୋଗୀଙ୍କ ମୋଟ 52 କୋଟି ସ୍ଥାବର ଓ ଅସ୍ଥାବାର ସମ୍ପତ୍ତିକୁ ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଯାଞ୍ଚ ଏଜେନ୍ସି ଏକ ବିବୃତ୍ତି ଜାରି କରି ସୂଚନା ଦେଇଛି । ମନୀଷ ସିସୋଦିଆଙ୍କୁ ଏହି ମାମଲାରେ ସିବିଆଇ ଓ ଇଡି ଗିରଫ କରିଥିଲା ।

ଇଡି ପକ୍ଷରୁ ଜାରି ହୋଇଥିବା ବିବୃତ୍ତି ଅନୁସାରେ ଏହି 52 କୋଟି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମଧ୍ୟରେ 7 କୋଟି 29 ଲକ୍ଷ ଟଙ୍କାର 2ଟି ପ୍ରପଟି ମନୀଷ ସିସୋଦିଆ ଓ ପତ୍ନୀଙ୍କ ସମେତ ରାଜେଶ ଯୋଶୀ ଓ ଗୌତମ ମଲହୋତ୍ରାଙ୍କ ଜମି ଓ ଲ୍ୟାଣ୍ଡ ସାମିଲ ରହିଛି । ବାକି 44 କୋଟି 29 ଲକ୍ଷର ମୂଲ୍ୟର ଚଳନଶୀଳ ସମ୍ପତ୍ତି ରହିଛି । ତନ୍ମଧ୍ୟରୁ 11 ଲକ୍ଷ 49 ହଜାର ମନୀଷ ସିସୋଦିଆ, 16 କୋଟି 45 ଳକ୍ଷ ଟଙ୍କା ବୃନ୍ଦକୋ ସେଲ୍ସ ପ୍ରାଇଭେଟ ଲିମିଟେଡ ଓ ଅନ୍ୟ ସଂସ୍ଥାର ରହିଛି । ଇଡି ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ଓ ଅର୍ଥ ହେରଫେର ମାମଲାରେ ଏଯାବତ 13 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଏହା ବି ପଢନ୍ତୁ- Delhi Excise Policy Case: ଭର୍ଚ୍ଚୁଆଲି ନୁହେଁ, ପ୍ରତ୍ୟେକ୍ଷ ହାଜର ହେବେ ସିସୋଦିଆ

ସୂଚନା ଥାଉ କି ଗତ ଫେବୃଆରୀ 26 ତାରିଖରେ ପ୍ରଥମେ ସିବିଆଇ ଅବକାରୀ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା । ପରବର୍ତ୍ତୀ ସମୟରେ ଏହି ମାମଲାରେ ଇଡି ସିସୋଦିଆଙ୍କୁ ପୁଣି ଗିରଫ କରିଥିଲା । ସେପଟେ ଜୁଲାଇ 3 ତାରିଖରେ ଦିଲ୍ଲୀ ହାଇକୋର୍ଟରୁ ସିସୋଦିଆଙ୍କୁ ଝଟକା ଲାଗିଥିଲା । ତାଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ କୋର୍ଟ । ଏହାପରେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏବେ ସେ ନ୍ୟାୟିକ ହେପାଜତରେ ରହିଛନ୍ତି ।

ଅବକାରୀ ନୀତି ଘୋଟାଲା ମାମଲାରେ ଗିରଫ ହେବା ପରେ ସିସୋଦିଆଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଜାମିନ ମିଳିନି । ସେ ଏକାଧିକ ଥର ଜାମିନ ଆବେଦନ କରି ମଧ୍ୟ ନିରାଶ ହୋଇଛନ୍ତି । ତାଙ୍କୁ ଜାମିନ ମିଳିଲେ ତଥ୍ୟ ପ୍ରମାଣ ନଷ୍ଟ ହେବା ସହ ତଦନ୍ତ ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ଥିବା ଉଭୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ କୋର୍ଟରେ ଆପତ୍ତି ଦର୍ଶାଇଛନ୍ତି । ସେ ଜଣେ ରାଜନୈତିକ ବ୍ୟକ୍ତିବିଶେଷ ହୋଇଥିବା କାରଣରୁ ତଦନ୍ତରେ ସ୍ବଚ୍ଛତା ପାଇଁ ତାଙ୍କୁ ଜାମିନ ନମିଳିବା ପାଇଁ ତତନ୍ତକାରୀ ସଂସ୍ଥା କୋର୍ଟରେ ବାରମ୍ବାର ଆପତ୍ତି ଦର୍ଶାଉଛି । ସେପଟେ ମାମଲାର ଶୁଣାଣି ବେଳେ ସୁରକ୍ଷା ଦୃଷ୍ଟିରୁ ଭର୍ଚ୍ଚୁଆଲି ହାଜର ହେବା ଲାଗି କୋର୍ଟର ଅନୁମତି ଲୋଡ଼ିଥିଲା ଦିଲ୍ଲୀ ପୋଲିସ । ହେଲେ ଦିଲ୍ଲୀ ହାଇକୋର୍ଟ ଏହାକୁ ଗତକାଲି ଖାରଜ କରିଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.