ETV Bharat / bharat

ଯନ୍ତରମନ୍ତରରେ ବିକ୍ଷୋଭ, ସବୁ ପୋଲିସଙ୍କୁ ଖାକିରେ ରହିବାକୁ ନିର୍ଦ୍ଦେଶ - ଯନ୍ତର ମନ୍ତର ଦିଲ୍ଲୀ

ଦିଲ୍ଲୀର ଯନ୍ତରମନ୍ତରରେ କୃଷକଙ୍କ ବିକ୍ଷୋଭକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା କଡାକଡି । ଖାକି ପୋଷାକରେ ଆସିବା ସହ ଛୁଟିରେ ଥିବା ପୋଲିସଙ୍କୁ ମଧ୍ୟ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ଯନ୍ତର ମନ୍ତରରେ ବିକ୍ଷୋଭ, ସବୁ ପୋଲିସଙ୍କୁ ଖାକିରେ ରହିବାକୁ ନିର୍ଦ୍ଦେଶ

author img

By

Published : Jul 22, 2021, 10:38 AM IST

ନୂଆଦିଲ୍ଲୀ: ଦିଲ୍ଲୀର ଯନ୍ତରମନ୍ତରରେ କୃଷକଙ୍କ ବିକ୍ଷୋଭକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା କଡାକଡି କରିଛି ପୋଲିସ । ଦିଲ୍ଲୀ ମୁଖ୍ୟ ପୋଲିସ କାର୍ଯ୍ୟାଳୟ ସିକ୍ୟୁରିଟିର ଡିସିପି ଆଜି(ଗୁରୁବାର) ଡ୍ୟୁଟିରେ ଥିବା ସମସ୍ତ ପୋଲିସ କର୍ମଚାରୀଙ୍କୁ ସେମାନଙ୍କ ପୋଲିସ ୟୁନିଫର୍ମ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କୁ ସୁରକ୍ଷା ଜାକେଟ୍ ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

ଏଥିସହ, ଛୁଟିରେ ଥିବା ପୋଲିସ୍ କର୍ମଚାରୀଙ୍କୁ ମଧ୍ୟ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜରୁରୀ ଆବଶ୍ୟକ ପଡିଲେ ସେମାନଙ୍କୁ ମଧ୍ୟ ଡ୍ୟୁଟିକୁ ଆସିବାକୁ ପଡିବ । ଦିଲ୍ଲୀ ପୋଲିସର ସିକ୍ୟୁରିଟି ୟୁନିଟରେ ନିୟୋଜିତ ଥିବା ସମସ୍ତ ପୋଲିସ ଏବଂ ଅଧିକାରୀ ଯେପରି କୈଣସି ପରିସ୍ଥିତିରେ ସେମାନଙ୍କର ବ୍ୟକ୍ତିଗତ ଏବଂ ସରକାରୀ ମୋବାଇଲ୍ ନମ୍ବର ବନ୍ଦ ନରଖନ୍ତି ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ଦୁଇଟି ନମ୍ବର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ଆବଶ୍ୟକ ଏବଂ ସେମାନଙ୍କୁ ପ୍ରତ୍ୟେକ କଲର ଉତ୍ତର ଦେବା ପାଇଁ ପ୍ରସ୍ତୁତ ରହିବାକୁ ପଡିବ । ଏହା ବ୍ୟତୀତ ସରଞ୍ଜାମ ଷ୍ଟୋର ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀଙ୍କୁ ମଧ୍ୟ ସେଫ୍ଟି ବା ସୁରକ୍ଷା ଜାକେଟ୍ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସମସ୍ତ ପୋଲିସକୁ ସଂସଦ ଛକ ପୋଲିସ ଷ୍ଟେସନକୁ ନେବା ପାଇଁ ଗାଡି ବ୍ୟବସ୍ଥା କରିବା ପାଇଁ ସମସ୍ତ PSOଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ପୋଲିସ୍ କର୍ମଚାରୀଙ୍କ ୨ଟି କ୍ୟାମ୍ପେନର 200 ଯବାନ ଷ୍ଟାଣ୍ଡ-ମୋଡରେ ସୁରକ୍ଷା ଜାକେଟ୍ ପିନ୍ଧି ରହିବେ ।

ଜାନୁଆରୀ 26ରେ ଲାଲକିଲାରେ ଟ୍ରାକ୍ଟର ରାଲି ସମୟରେ ଘଟିଥିବା ହିଂସାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଏପରି ଆଗୁଆ ସତର୍କତା ଜାରି କରିଛି । ତେବେ ରାଜଧାନୀ ଦିଲ୍ଲୀର ଯନ୍ତରମନ୍ତର ଠାରେ ପ୍ରତିବାଦ କରିବା ପାଇଁ କୃଷକଙ୍କୁ ଅନୁମତି ମିଳିଛି । ଆଜି ୧୧ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆନ୍ଦୋଳନ କରିବେ କୃଷକ ସଙ୍ଗଠନ । କେନ୍ଦ୍ର ସରକାରଙ୍କ ୩ ନୂତନ କୃଷି ଆଇନ ବିରୁଦ୍ଧରେ ଆନ୍ଦୋଳନ କରୁଛି କୃଷକ ସଙ୍ଗଠନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.