ETV Bharat / bharat

ଟୁଲକିଟ୍ ମାମଲା: ଦିଲ୍ଲୀରେ ଗିରଫ ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବି, ରିମାଣ୍ଡରେ ପଠାଇଲା କୋର୍ଟ - CLIMATE ACTIVIST DISHA RAVI

ଟୁଲକିଟ୍ ମାମଲାରେ ଭାରତରେ ପ୍ରଥମ ଗିରଫ କରାଯାଇଛି । ଦିଲ୍ଲୀ ପୋଲିସର ସାଇବର ସେଲ୍ ବେଙ୍ଗାଲୁରୁର 21 ବର୍ଷିୟ ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଗିରଫ କରିଛି। ଅଧିକ ପଢନ୍ତୁ...

ଟୁଲକିଟ୍ ମାମଲା
ଟୁଲକିଟ୍ ମାମଲା
author img

By

Published : Feb 14, 2021, 1:39 PM IST

Updated : Feb 14, 2021, 5:40 PM IST

ନୂଆଦିଲ୍ଲୀ: ଟୁଲକିଟ୍ ମାମଲାରେ ଭାରତରେ ପ୍ରଥମ ଗିରଫ କରାଯାଇଛି । ଦିଲ୍ଲୀ ପୋଲିସର ସାଇବର ସେଲ୍ ବେଙ୍ଗାଲୁରୁର 21 ବର୍ଷିୟ ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଗିରଫ କରିଛି । ଦିଶା ରବି ଫ୍ରାଇଡେ ଫର୍ ଫ୍ୟୁଚର୍ କ୍ୟାମ୍ପେନର ପ୍ରତିଷ୍ଠାତା । ଫେବୃଆରୀ 4ରେ ଦିଲ୍ଲୀ ପୋଲିସ ଟୁଲକିଟ୍ ସମ୍ବନ୍ଧରେ ଏକ ମାମଲା ଦାୟର କରିଥିଲା ।

ଦିଲ୍ଲୀ ପୋଲିସର ସାଇବର ସେଲ ଦ୍ବାରା ଟୁଲକିଟ୍ ମାମଲାର ଯାଞ୍ଚ କରାଯାଉଛି। ଏଥିପାଇଁ ଅନେକ ସାଇବର ସେଲ୍ ଦଳ ନିୟୋଜିତ ହୋଇଛନ୍ତି। ଅଧିକାରୀଙ୍କ କହିବାନୁସାରେ, ଦିଶା ରବି ଏହି ମାମଲାରେ ଜଣେ ଲିଙ୍କ୍ । ପ୍ରାରମ୍ଭିକ ଅନୁସନ୍ଧାନରେ ଦିଶା କହିଛନ୍ତି ଯେ ସେ ଟୁଲକିଟରେ କିଛି ଜିନିଷ ଏଡିଟ୍ କରିଥିଲେ ​​ଏବଂ ଏହାପରେ ଏଥିରେ କିଛି ଜିନିଷ ଯୋଡିଥିଲେ ​​ଏବଂ ଆଗକୁ ସେୟାର କରିଥିଲେ ।

ଦିଲ୍ଲୀ ପୋଲିସ ଦିଶା ରବିଙ୍କୁ ଡ୍ୟୁଟି ମାଜିଷ୍ଟ୍ରେଟଙ୍କ ନିକଟରେ ଉପସ୍ଥାପନ କରିଛି, ଏହାପରେ 5 ଦିନ ପୋଲିସ ହେପାଜତକୁ ପଠାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ପୋଲିସ ଅଭିଯୋଗ କରିଛି ଯେ ଦିଶା କୃଷକ ଆନ୍ଦୋଳନ ସହ ଜଡିତ ଏକ ଡକ୍ୟୁମେଣ୍ଟ ସେୟାର କରିଛନ୍ତି, ଯାହାକୁ ଅନ୍ତର୍ଜାତୀୟ ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ ଟ୍ୱିଟ୍ କରିଛନ୍ତି।

ଦିଶା ରବିଙ୍କ ପିତା ମହୀସୂରରେ ଆଥଲେଟିକ୍ସ ପ୍ରଶିକ୍ଷକ ହୋଇଥିବାବେଳେ ମା ଜଣେ ଗୃହିଣୀ । ପ୍ରକାଶଥାଉକି, 4 ଫେବୃଆରୀରେ ଦିଲ୍ଲୀ ପୋଲିସର ସାଇବର କ୍ରାଇମ ସେଲ ଅପରାଧିକ ଷଡଯନ୍ତ୍ର ଏବଂ ଘୃଣାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ଦଣ୍ଡ ସଂହିତା 124A, 120A ଏବଂ 153A ଅନୁଯାୟୀ ମାମଲା ରୁଜୁ କରିଥିଲା।

Last Updated : Feb 14, 2021, 5:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.