ETV Bharat / bharat

LJP ସାଂସଦ ପ୍ରିନ୍ସଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ, ଆଜି ଜାମିନ ଆବେଦନର ଶୁଣାଣି

author img

By

Published : Sep 16, 2021, 11:00 AM IST

ଏଲଜେପି ସାଂସଦ ପ୍ରିନ୍ସ ରାଜଙ୍କ ନାମରେ ଦୁଷ୍କର୍ମ ମାମଲାରେ ଆଜି(ଗୁରୁବାର) ତାଙ୍କ ଜାମିନ ଆବେଦନର ଶୁଣାଣି କରିବ ଦିଲ୍ଲୀ ରାଉସ ଆଭେନ୍ୟୁ କୋର୍ଟ । ଅଧିକ ପଢନ୍ତୁ...

LJP ସାଂସଦ ପ୍ରିନ୍ସଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ; ଆଜି ଜାମିନ ଆବେଦନର ଶୁଣାଣି

ନୂଆଦିଲ୍ଲୀ: ଏଲଜେପି ସାଂସଦ ପ୍ରିନ୍ସ ରାଜଙ୍କ ନାମରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲା ଦିଲ୍ଲୀ ପୋଲିସ । ଆଜି(ଗୁରୁବାର) ତାଙ୍କ ଜାମିନ ଆବେଦନର ଶୁଣାଣି କରିବ ଦିଲ୍ଲୀ ରାଉସ ଆଭେନ୍ୟୁ କୋର୍ଟ । ସ୍ବତନ୍ତ୍ର ବିଚାରପତି ଏମ.କେ ନାଗପାଲ ମାମଲାରେ ଶୁଣାଣି କରିବେ ।

ପ୍ରକାଶ ଥାଉ କି, ୪ ମାସ ପୂର୍ବେ ପ୍ରିନ୍ସଙ୍କ ନାମରେ ହୋଇଥିବା ଅଭିଯୋଗକୁ ଭିତ୍ତି କରି କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦିଲ୍ଲୀ ପୋଲିସ (ମଙ୍ଗଳବାର) ଏକ ମାମଲା ରୁଜୁ କରିଥିଲା । ଏହି ମାମଲାରେ ଚିରାଗ ପାସୱାନଙ୍କ ନାଁ ମଧ୍ୟ ସାମିଲ ରହିଛି । ପ୍ରାୟ 4 ମାସ ପୂର୍ବେ ଜଣେ ଯୁବତୀ ପ୍ରିନ୍ସ ରାଜଙ୍କ ନାମରେ ଦୁଷ୍କର୍ମ ନେଇ କନାଟ୍ ପ୍ଲେସ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ଆରମ୍ଭ କରିଥିଲା ହେଲେ ଏଫଆଇଆର ପଞ୍ଜୀକୃତ କରିନଥିଲା । ଏଫ୍ଆଇଆରରେ, ଚିରାଗ ପାସୱାନ୍ ପ୍ରିନ୍ସଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ରୋକୁଥିବା ନେଇ ଅଭିଯୋଗ ମଧ୍ୟ ହୋଇଥିଲା ।

ମହିଳା ଜଣକ ଅଭିଯୋଗ କରିଥିଲେ ଯେ ପ୍ରିନ୍ସ ତାଙ୍କୁ ଏକ ଯୌନ ନିର୍ଯାତନା ଦେଇଥିଲେ । ତାଙ୍କୁ କିଛି ମୃଦୁ ପାନୀୟ ଦେଇ ଚେତାଶୂନ୍ୟ କରି ଦିଆଯାଇଥିଲା । ସେ ଗୋଟିଏ ବର୍ଷ ପୂର୍ବରୁ ପାର୍ଟି ଅଫିସରେ ପ୍ରିନ୍ସଙ୍କ ଭେଟିଥିବା କଥା କହିଛନ୍ତି । ଏଥିସହ ପ୍ରିନ୍ସ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିବାକୁ ବାରମ୍ବାର ଧମକ ଦେଉଥିବା କଥା କହିଛନ୍ତି ମହିଳା ଜଣକ ।

ଏହା ପୂର୍ବରୁ ଫେବୃଆରୀ ୧୦ରେ ମହିଳା ଜଣଙ୍କ ତାଙ୍କୁ ଫଶାଇ ଏକ କୋଟି ଟଙ୍କା ମାଗୁଥିବା ନେଇ ଆଗୁଆ ଥାନାରେ ଅଭିଯୋଗ କରି ମହିଳା ଜଣଙ୍କ ତାଙ୍କୁ ବ୍ଲାକମେଲିଂ କରୁଥିବା କହିଥିଲେ LJP ସାଂସଦ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.