ETV Bharat / bharat

ଦିଲ୍ଲୀ କୋର୍ଟରେ ମହମ୍ମଦ ଜୁବେରଙ୍କ ଜାମିନ ଆବେଦନ ଖାରଜ - ମହମ୍ମଦ ଜୁବେର ଜାମିନ ଆବେଦନ ଖାରଜ

ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଗିରଫ ସାମ୍ବାଦିକ ମହମ୍ମଦ ଜୁବେରଙ୍କ ଜାମିନ ଆବେଦନ ଖାରଜ । ଅଧିକ ପଢନ୍ତୁ

ଦିଲ୍ଲୀ କୋର୍ଟରେ ମହମ୍ମଦ ଜୁବେରଙ୍କ ଜାମିନ ଆବେଦନ ଖାରଜ

author img

By

Published : Jul 2, 2022, 4:58 PM IST

ନୂଆଦିଲ୍ଲୀ: ଗିରଫ ସାମ୍ବାଦିକ ମହମ୍ମଦ ଜୁବେରଙ୍କ ପାଇଁ ବଢୁଛି ଅଡୁଆ । ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଅଲ୍ଟ ନ୍ୟୁଜ ସହପ୍ରତିଷ୍ଠାତା ଜୁବେରଙ୍କ ଜାମିନ ଆବେଦନ ଖାରଜ ହୋଇଛି (Delhi court rejects bail plea of Mohammed Zubair) । ଏହାସହିତ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି । ଆଜି ସକାଳେ ଦିଲ୍ଲୀ ପୋଲିସ ଜୁବେରଙ୍କ ବିରୁଦ୍ଧରେ ନୂଆ ଚାର୍ଜ ଲଗାଇବା ପରେ ତାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ହାଉସ କୋର୍ଟ । ୨୦୧୮ରେ ହିନ୍ଦୁ ଦେବାଦେବୀଙ୍କୁ ବିରୁଦ୍ଧରେ ଟ୍ବିଟରରେ ଆପତ୍ତିଜନକ ପୋଷ୍ଟ କରିବାକୁ ନେଇ ସେ ଗିରଫ ହୋଇଛନ୍ତି ।

ଦିଲ୍ଲୀ ପୋଲିସ ଜୁବେରଙ୍କ ବିରୁଦ୍ଧରେ ଅପରାଧିକ ଷଡଯନ୍ତ୍ର, ପ୍ରମାଣ ନଷ୍ଟ ପ୍ରୟାସ, ବିଦେଶୀ ଅନୁଦାନ ଗ୍ରହଣ ପରି ନୂଆ ଚାର୍ଜ ଦାଖଲ କରିଛି । ପୋଲିସ କୋର୍ଟରେ ଯୁକ୍ତି ବାଢିଛି ଯେ, ମହମ୍ମଦ ଜୁବେରଙ୍କ ଗିରଫଦାରୀ ପରେ ପାକିସ୍ତାନ ସମେତ ୟୁଏଇ, ବାହାରିନ ଏବଂ କୁଏତ ଭଳି ଦେଶର ବିଭିନ୍ନ ଟ୍ବିଟର ହ୍ୟାଣ୍ଡେଲ ତାଙ୍କୁ ସମର୍ଥନ କରିଛନ୍ତି । ଏଥିସହ ବିଭିନ୍ନ ଦେଶରୁ ଅଲ୍ଟ ନ୍ୟୁଜ ପ୍ୟାରେଣ୍ଟ କମ୍ପାନୀ Pravda Media ୨,୩୧,୯୩୩ ଅନୁଦାନ ଗ୍ରହଣ କରିଛି । ଜୁନ 27ରେ ଦିଲ୍ଲୀ ପୋଲିସ ଦ୍ବାରା ଗିରଫ ହୋଇଥିଲେ ଜୁବେର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.