ETV Bharat / bharat

Aircel Maxis case: ଚିଦାମ୍ବରମ ବାପ-ପୁଅଙ୍କୁ ସମନ - କୋର୍ଟରେ ହାଜର ହେବେ ଚିଦାମ୍ବରମ

ଚିଦାମ୍ବରମ ବାପପୁଅଙ୍କୁ ଦିଲ୍ଲୀ କୋର୍ଟରୁ ସମନ । Aircel Maxis case ରେ ତଦନ୍ତକାରୀ ସଂସ୍ଥା ସିବିଆଇ ଓ ଇଡି ଚାର୍ଜସିଟ ଦାଖଲ କରିବା ପରେ ସମନ ସୂଚନା । ଅଧିକ ପଢନ୍ତୁ

Aircel Maxis case: ଚିଦାମମ୍ବମ ବାପ-ପୁଅଙ୍କୁ ସମନ

author img

By

Published : Nov 27, 2021, 4:07 PM IST

Updated : Nov 27, 2021, 4:53 PM IST

ନୂଆଦିଲ୍ଲୀ: ଏୟାରସେଲ ମ୍ୟାକ୍ସିସ ମାମଲାରେ (Aircel Maxis case against Chidambarm ) ଚିଦାମ୍ବରମ ବାପ-ପୁଅଙ୍କୁ ନୋଟିସ କରିଛି ଦିଲ୍ଲୀର ଏକ କୋର୍ଟ । ମାମଲାର ତଦନ୍ତ କରୁଥିବା ଦୁଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ପକ୍ଷରୁ କୋର୍ଟରେ ଦାଖଲ କରାଯାଇଥିବା ଚାର୍ଜସିଟ ଆଧାରରେ ଉଭୟଙ୍କୁ ସମନ କରିଛନ୍ତି କୋର୍ଟ ।

ଏହି ମାମଲାରେ ସିବିଆଇ ଓ ଇଡି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍, ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ସମେତ ଘଟଣାରେ ସମ୍ପୃକ୍ତ ଅନ୍ୟ କିଛି ବ୍ୟକ୍ତିଙ୍କ ନାମ ମଧ୍ୟ ଚାର୍ଜସିଟରେ ଉଲ୍ଲେଖ କରିଛନ୍ତି । ସେମାନଙ୍କୁ ମଧ୍ୟ ହାଜର ହେବା ପାଇଁ ସମନ ହୋଇଛି । Aircel Maxis case ଚୁକ୍ତିରେ ବୈଦେଶିକ ନିବେଶ ପ୍ରୋତ୍ସାହନ ବୋର୍ଡ (FIPB) ଅନୁମୋଦନ ପ୍ରଦାନରେ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିବା ପରେ ତଦନ୍ତ କରିଥିଲେ ଉଭୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି ଓ ସିବିଆଇ ।

2006 ମସିହାରେ ପି.ଚିଦାମ୍ବରମ୍ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବାବେଳେ Foreign Investment Promotion Board (FIPB) ଅନୁମୋଦନ ପ୍ରଦାନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ତେବେ ଏହି ମାମଲାରେ ପୂର୍ବରୁ ଚିଦାମ୍ବରମ ଗିରଫ ହୋଇ ବେଲରେ ମଧ୍ୟ ଆସିଛନ୍ତି । ଚାର୍ଜସିଟ ଦାଖଲ ପରେ ପୁଣି ଥରେ ଉଭୟ ବାପ-ପୁଅଙ୍କୁ କୋର୍ଟରେ ହାଜର ହେବାକୁ ସେ ନୋଟିସ ପାଇଛନ୍ତି ।

@ANI

Last Updated : Nov 27, 2021, 4:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.